Myanmar Army Air Strike at India Border: ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମସ୍ଥିତ ଭାରତ-ସୀମାରେ ବିଦ୍ରୋହୀ ସଙ୍ଗଠନ ଶିବିର ଉପରେ ବିମାନ ଆକ୍ରମଣ କରିଛି ମିଆଁମାର ସେନା  ଏହି ଆକ୍ରମଣରେ ମିଆଁମାର ବିଦ୍ରୋହୀ ସଙ୍ଗଠନ ସହ ଜଡ଼ିତ କିଛି ସଦସ୍ୟ ଆହତ ହୋଇଥିବାର ଖବର ମିଳିଛି। ଭାରତୀୟ ସୁରକ୍ଷା ସହ ଜଡିତ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ସୀମାରେ ମିଆଁମାର ପକ୍ଷରୁ ହୋଇଥିବା ବିମାନ 
ଆକ୍ରମଣର  ଭାରତର କୌଣସି କ୍ଷୟକ୍ଷତି ହୋଇନାହିଁ।


COMMERCIAL BREAK
SCROLL TO CONTINUE READING

ଜାନୁଆରୀ ୧୦ ତାରିଖ ମଙ୍ଗଳବାର ମିଆଁମାରରେ କ୍ଷମତାସୀନ ସାମରିକ ସରକାରଙ୍କ (Myanmar Military Govt) ନିର୍ଦ୍ଦେଶକ୍ରମେ ଚୀନ୍ ନ୍ୟାସନାଲ ଆର୍ମି (Chin National Army) ନାମକ 
ବିଦ୍ରୋହୀ ସଙ୍ଗଠନର (Rebel Group) ଭିକ୍ଟୋରିଆ କ୍ୟାମ୍ପ (Camp Victoria) ଉପରେ ଏହି ବିମାନ ଆକ୍ରମଣ କରାଯାଇଥିଲ। ଏହି ବିଦ୍ରୋହୀ ସଙ୍ଗଠନ ମିଆଁମାର ସୈନ୍ୟ ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କରିଛି। ମିଆଁମାର ସୀମାବର୍ତ୍ତୀ ଉତ୍ତର-ପୂର୍ବ ଭାରତୀୟ (North East India) ରାଜ୍ୟ ମିଜୋରାମ (Mizoram) ଠାରେ ରହିଥିବା ଭିକ୍ଟୋରିଆ କ୍ୟାମ୍ପ ହେଉଛି ଏହାର ମୁଖ୍ୟ କାର୍ଯ୍ୟାଳୟ। ମଙ୍ଗଳବାର 
ମିଆଁମାର ସେନା (Myanmar Army) ଚୀନ୍ ନ୍ୟାସନାଲ ଆର୍ମି ବିଦ୍ରୋହୀ ସଙ୍ଗଠନ ଭିକ୍ଟୋରିଆସ୍ଥିତ ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରିଥିଲା (Myanmar Army Air Strike)। ମିଆଁମାର ସେନା କାର୍ଯ୍ୟାନୁଷ୍ଠାନରେ କିଛି ବିଦ୍ରୋହୀ ଆହତ ହୋଇଥିବା କୁହାଯାଇଛି। ଯଦିଓ ଏନେଇ କୌଣସି ସ୍ପଷ୍ଟ ଖବର ମିଳିନାହିଁ। 


ଭାରତ ସୀମାରେ (India Border) ମିଆଁମାର ସେନା ପକ୍ଷରୁ କରାଯାଇଥିବା  ବିମାନ ଆକ୍ରମଣ ସମ୍ପର୍କରେ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏନେଇ କୁହାଯାଇଛି କିଛି ବୋମା ମଧ୍ୟ ଭାରତୀୟ ପାର୍ଶ୍ୱରେ ପଡିଛି। ଯଦିଓ ଏନେଇ ମିଳିଥିବା ଖବର ଅନୁଯାୟୀ ବିମାନ ଆକ୍ରମଣ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ରିପୋର୍ଟ ଆସିନାହିଁ। ହେଲେ ମିଜୋରାମସ୍ଥିତ ବିଶ୍ୱସ୍ତ ଭାରତୀୟ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ ଦେଶର ଯେଉଁ ସ୍ଥାନରେ ବୋମା ପଡିଛି ବୋଲି କୁହାଯାଇଛି ସେଠାରେ ଏହାର କୌଣସି ପ୍ରମାଣ ମିଳିନାହିଁ।


ମିଆଁମାର ବିମାନ ଆକ୍ରମଣ କାରଣରୁ ଭାରତୀୟ ସୀମାରେ ବୋମା ପଡ଼ିଥିବା ନେଇ କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି। ଯେଉଁମାନେ ନ୍ୟାସନାଲ ଆର୍ମି ପ୍ରତି ସହାନୁଭୂତି ରଖିଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍। ମିଆଁମାରକୁ ଲାଗିଥିବା ଭାରତୀୟ ସୀମାର ସୁରକ୍ଷା ଦାୟିତ୍ୱ ଆସାମ ରାଇଫଲ୍ସ ଉପରେ ନ୍ୟସ୍ତ ରହିଛି। ଦେଶର ସୁରକ୍ଷା ସହ ଜଡିତ ଉଚ୍ଚପଦସ୍ଥ ସୂତ୍ରରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଯେ ମିଆଁମାର ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ମିଆଁମାର ଅଞ୍ଚଳ ମଧ୍ୟରେ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନର କୌଣସି ଭାରତ ଉପରେ ପଡି଼ନାହିଁ।


ବିଗତ ୨ ବର୍ଷ ଧରି ମିଆଁମାର ସୈନ୍ୟ ଶାସନ ଦ୍ୱାରା ଶାସିତ ହୋଇଆସୁଛି। ଯାହା ବିରୋଧରେ ଅନେକ ବିଦ୍ରୋହୀ ସଙ୍ଗଠନ ମିଆଁମାରରେ କ୍ଷମତାସୀନ ସାମରିକ ସରକାର ବିରୋଧରେ ବିଦ୍ରୋହ କରିଛନ୍ତି। ଏହି ବିଦ୍ରୋହୀ ସଙ୍ଗଠନ ଭାରତ ନିକଟବର୍ତ୍ତୀ ସୀମାରୁ କାର୍ଯ୍ୟ କରିଥାନ୍ତି। ମଙ୍ଗଳବାର କରାଯାଇଥିବା ବିମାନ ଆକ୍ରମଣ ପୂର୍ବରୁ ମଧ୍ୟ ମିଆଁମାର ସେନା ଭାରତ ସୀମାରେ ସକ୍ରିୟ ରହିଥିବା ବିଦ୍ରୋହୀ ସଙ୍ଗଠନ ବିରୋଧରେ ଅପରେସନ୍ ଚଳାଇଥିଲା। ଗତ ୨୦୧୯ ଫେବୃଆରୀରେ ମଧ୍ୟ ମିଆଁମାର ସେନା କଚିନ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ସମର୍ଥିତ ଆରାକାନ-ସେନା ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଥିଲା​।