Myanmar, Thailand Earthquake Updates: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏ-ପର୍ଯ୍ୟନ୍ତ ୬୯୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Trending Photos
)
Myanmar, Thailand Earthquake Updates: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏ-ପର୍ଯ୍ୟନ୍ତ ୬୯୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପରେ ୧୬୭୦ ଜଣ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେର ଆଶଙ୍କା କରୁଛି। ଭୟଙ୍କର ଧ୍ୱଂସ ଘଟାଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା। ପଡ଼ୋଶୀ ଥାଇଲ୍ୟାଣ୍ଡରୁ ଚୀନ ପର୍ଯ୍ୟନ୍ତ ଲୋକମାନେ ଭୂକମ୍ପ ଅନୁଭବ କରିଥିଲେ। ସେପଟେ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ALSO READ: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୃହସ୍ପତି, ମାଲାମାଲ୍ ହେବା ସହ କ୍ୟାରିୟରରେ ମିଳିବ ସଫଳତା
ALSO READ: Viral Video: ଆଖି ପିଛୁଳାକେ ତାସ୍ ପତା ପରି ଭୂକମ୍ପରେ ଭୁଷୁଡି ପଡି଼ଲା ଅଟ୍ଟାଳିକା,ଦେଖନ୍ତୁ ଭିଡିଓ
ଭୂକମ୍ପରେ ସବୁ କିଛି ଧ୍ବସଂ ହୋଇ ଯାଇଛି । ମିଆଁମାର ସାମରିକ ସରକାରଙ୍କ ମୁଖ୍ୟ, ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ, ଟେଲିଭିଜନରେ ଘୋଷଣା କରି କହିଛନ୍ତି, 'ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।' ସେ କହିଛନ୍ତି ଯେ ଦେଶରେ ଅତି କମରେ ୧୪୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୩୦ ଜଣ ଆହତ ହୋଇଛନ୍ତି। ଏହି ସମୟରେ ଥାଇଲ୍ୟାଣ୍ଡରେ, ବ୍ୟାଙ୍କକ ସହର ଅଧିକାରୀମାନେ କହିଛନ୍ତି ଯେ ଏକ ବହୁତ ଉଚ୍ଚ କୋଠା ସମେତ ତିନୋଟି ନିର୍ମାଣ ସ୍ଥାନରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି, ୧୬ ଜଣ ଆହତ ହୋଇଛନ୍ତି ଏବଂ ୧୦୧ ଜଣ ନିଖୋଜ ଅଛନ୍ତି। ଗତାକାଲି ଅପରାହ୍ନରେ ୭.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେ ନିକଟରେ ଥିଲା।
ଗୋଟିଏ ପରେ ଗୋଟିଏ ଆସୁଥିବା ପରବର୍ତ୍ତୀ ଝଟକାଗୁଡ଼ିକ ମଧ୍ୟରୁ ଗୋଟିଏର ତୀବ୍ରତା ୬.୪ ମାପ କରାଯାଇଥିଲା। ମିଆଁମାରର ରାଜଧାନୀ ନେପିଟାଉରୁ ଆସିଥିବା ଫଟୋ ଓ ଭିଡିଓ ଗୁଡ଼ିକରେ ଉଦ୍ଧାରକାରୀ ଦଳଗୁଡ଼ିକ ସରକାରୀ କର୍ମଚାରୀମାନଙ୍କୁ ବାସସ୍ଥାନ ପାଇଁ ବ୍ୟବହୃତ ଅନେକ କୋଠାର ଭଗ୍ନାବଶେଷରୁ ପୀଡିତମାନଙ୍କୁ ବାହାର କରୁଥିବାର ଦେଖାଯାଇଛି। ମିଆଁମାର ସରକାର ଏହା ମଧ୍ୟ କହିଛନ୍ତି ଯେ ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଜୀବନ ବଞ୍ଚାଇବା ପାଇଁ ବହୁତ ପ୍ରୟାସ ଆବଶ୍ୟକ।
ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁଯାୟୀ, ମିଆଁମାରରେ ଏ-ପର୍ଯ୍ୟନ୍ତ ୧୪୪ ଜଣଙ୍କର ମୃତ୍ୟୁ ହୋଇଛି। ଥାଇଲ୍ୟାଣ୍ଡରେ ମୃତ୍ୟୁ ସଂଖ୍ୟା ୯ ବୋଲି କୁହାଯାଉଛି। ଭୂମିକମ୍ପ ଯୋଗୁଁ ରାଜଧାନୀ ବ୍ୟାଙ୍କକରେ ଏକ ନିର୍ମାଣାଧୀନ ୩୦ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ କୋଠାର ଭଗ୍ନାବଶେଷ ତଳେ ୧୦୦ ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ନ୍ୟୁଜ୍ ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ବହୁ ସୁ-ଉଚ୍ଚ କୋଠା ଭୁଶୁଡ଼ି ପଡ଼ିଛି ଏବଂ ଏକ ସେତୁ ଏବଂ ଏକ ବନ୍ଧ ନଷ୍ଟ ହୋଇଯାଇଛି। ବିଶ୍ୱର ସବୁଠାରୁ ଗରିବ ଦେଶମାନଙ୍କ ମଧ୍ୟରୁ ଗୋଟିଏ ମିଆଁମାରରେ । ତେବେ, ଏପର୍ଯ୍ୟନ୍ତ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଆଉ କେତେ ଲୋକେ ଆହତ ସେନେଇ ସେନେଇ ସମ୍ପୁର୍ଣ୍ଣ ତଥ୍ୟ ମିଳିନାହିଁ।
ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା ଏବଂ ଦେଶର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମିଆଁମାରର ଶାସକ ଦଳ ଆନ୍ତର୍ଜାତୀୟ ସହାୟତା ପାଇଁ ନିବେଦନ କରିଛି। ଶୁକ୍ରବାର ଦିନ ସାରା ଥାଇ ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ମଧ୍ୟ ଆକ୍ସନ ମୋଡରେ ଦେଖିବାକୁ ମିଳିଥିଲା। ତାଙ୍କର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ସହିତ ଏକ ଜରୁରୀକାଳୀନ ବୈଠକ କରୁଥିବାର ଦେଖିବାକୁ ମିଳୁଛି। ସେପଟେ, ମିଆଁମାରକୁ ସହାୟତାର ହାତ ବଢାଇଛି ମିଆଁମାର। ରିଲିଫ ପଠାଇଲା ଭାରତ । ପ୍ରଥମେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ଭାରତୀୟ ବାୟୁସେନା ବିମାନ C 130 ହିଣ୍ଡନ ବେସ୍ ରୁ ବାହାରିଛି ରିଲିଫ ବିମାନ। ରିଲିଫ ସାମଗ୍ରୀ ଭିତରେ ରହିଛି ଟେଣ୍ଟ, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ୍, ଖାଦ୍ୟ, ସୋଲାରା ଲ୍ୟାମ୍ପ, ହାଇଜିନ କିଟ୍, ୱାଟର ପିଉରିଫାୟର ଏବଂ ଜେନେରେଟର ଆଦି ରହିଛି । ଗୁରୁତ୍ବପୂର୍ଣ୍ଣ ଔଷଧ ମଧ୍ୟ ରିଲିଫ ସାମଗ୍ରୀ ମଧ୍ୟରେ ରହିଛି ।