ପେଟ୍ରୋଲ-ଡିଜେଲ ଉପରେ କୋରୋନା ସେସ୍ ଲଗାଇଲା ଏହି ରାଜ୍ୟ
Advertisement
Article Detail0/zeeodisha/odisha673945

ପେଟ୍ରୋଲ-ଡିଜେଲ ଉପରେ କୋରୋନା ସେସ୍ ଲଗାଇଲା ଏହି ରାଜ୍ୟ

ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୯ ହଜାର ୯୭୪କୁ ବୃଦ୍ଧି ପାଇଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଦେଖାଦେଇଛି । ସାରା ଦେଶରେ ଲକଡାଉନ ଜାରି ରହିଛି । ଫଳରେ ଦେଶର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଛି । ଏହାର ପ୍ରଭାବ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ କୋରୋନା ସଙ୍କଟ ମଧ୍ୟରେ ନାଗାଲାଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବରେ ପେଟ୍ରୋଲ-ଡିଜେଲ ଉପରେ କୋରୋନା ସେସ୍ (Covid-19 Cess) ଲଗାଯାଇଛି । ନାଗାଲାଣ୍ଡ ପେଟ୍ରୋଲ ଉପରେ ୬ ଟଙ୍କା ଏବଂ ଡିଜେଲ ଉପରେ ୫ ଟଙ୍କା ଉପକର ବା ସେସ୍ ଧାର୍ଯ୍ୟ କରିଛି । ଆଜି ମଧ୍ୟରାତ୍ରିରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ମଙ୍ଗଳବାର ରାଜ୍ୟ ସରକାର ଏହା ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଅନ୍ୟପଟେ ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୯ ହଜାର ୯୭୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୪ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୯୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ୭,୦୨୭ କୋରୋନା ଆକ୍ରାନ୍ତ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

;