ଦେଶରେ ପ୍ରଥମ! ନାବାଳକଙ୍କୁ ସ୍ତ୍ରୀ, ସନ୍ତାନ ରଖିବାକୁ ମିଳିଲା ଅନୁମତି
Advertisement
Article Detail0/zeeodisha/odisha871563

ଦେଶରେ ପ୍ରଥମ! ନାବାଳକଙ୍କୁ ସ୍ତ୍ରୀ, ସନ୍ତାନ ରଖିବାକୁ ମିଳିଲା ଅନୁମତି

ଘଟଣା ବିହାର ସେଖପୁରା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଘଟଛି। ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ନାଳନ୍ଦା ଜୁଭେନାଇଲ ଜଷ୍ଟିସ ବୋର୍ଡ ଲିଭ୍ ଇନରେ ରହିବାକୁ ଅନୁମତି ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ପାଟନା: ଦେଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଅପରାଧିକୁ ଜେଭେନାଇଲ ହୋମକୁ ପଠାଇବା ବଦଳରେ ବର ସଜାଇଛନ୍ତି। ଦଣ୍ଡ ବାବଦରେ ମିଳିଛି ସଂସାର ବୋଝ। ଏଭଳି କିଛି ଘଟଣା ବିହାର ସେଖପୁରା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଘଟଛି। ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ନାଳନ୍ଦା ଜୁଭେନାଇଲ ଜଷ୍ଟିସ ବୋର୍ଡ ଲିଭ୍ ଇନରେ ରହିବାକୁ ଅନୁମତି ଦେଇଛନ୍ତି।

ସୂଚନା ଅନୁସାରେ ୨୦୧୯ ମସିହା ଫେବୃଆରୀରେ ଜଣେ ନାବାଳିକାକୁ ନାବାଳକ (minor girl)  ଜଣକ ଅପହରଣ (Kidnapping) କରିଥିବା ହିଲସା ଥାନାରେ ଅଭିଯୋଗ ହୋଇଥିଲା। ସେତେବେଳେ ନାବଳକର ବୟସ ୧୪ ବର୍ଷ ଥିବା ବେଳେ ନାବାଳିକା ତା'ଠୁ ୧୮ ମାସ ବଡ ଥିଲେ। ତେବେ ପୋଲିସ ବହୁ ଖୋଜାଖୋଜି ପରେ ମଧ୍ୟ ଉଭୟଙ୍କ ପତ୍ତା ପାଇନଥିଲା। ଆଉ ହଠାତ ଗତବର୍ଷ ଜୁଲାଇ ୧୯ ତାରିଖରେ ନାବାଳିକା କୋର୍ଟରେ ହାଜର ହୋଇ ଘଟଣା ବିଷୟରେ କହିଥିଲେ।

Also Read: ଶତାବ୍ଦୀ ପୂର୍ବେ ଓଡି଼ଶା ଆସି କ'ଣ କରିଥିଲେ ବାପୁ?

ନାବାଳିକା କହିଥିଲେ ଯେ, ସେ ନିଜ ଇଚ୍ଛାରେ ନାବଳକ ସହ ଫେରାର ହୋଇଯାଇଥିଲେ। ସେମାନେ ଦିଲ୍ଲୀ (Delhi) ରେ ଲିଭ୍ ଇନ୍ (Live in partner) ଭାବେ ରହୁଥିଲେ ଓ ସେମାନଙ୍କ ଏକ ୮ ମାସର ଝିଅ ଅଛି। ଏହି କଥା ଶୁଣିଲା ପରେ ଗତ ଫେବୃଆରୀ ୨୦ରେ ସମସ୍ତେ ସେଖପୁରା ଜିଲ୍ଲା (Shaikpura Dist) ଅଦାଲତରେ ହାଜର ହୋଇଥିଲେ। ପରେ କୋର୍ଟ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ କଥିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ନାଳନ୍ଦା ଜୁଭିନାଇଲ୍ ବୋର୍ଡ (Nalanda Juvenile Kustice Board) ରେ ଏହି ମାମଲାର ଶୁଣାଣୀ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସୋମବାର ରାୟ ପ୍ରକାଶ ପାଇଛି। ଆଇନ ଅନୁସାରେ ନାବଳକ କରିଥିବା ଅପରାଧ ଦଣ୍ଡନୀୟ, କିନ୍ତୁ କୋର୍ଟ ତାକୁ ଜୁଭେନାଇଲ ହୋମକୁ ପଠାଇବା ବଳରେ ଘରକୁ ପଠାଇଛନ୍ତି। ମାମଲା ୩ଟି ଜୀବନ ସହ ସମ୍ପୃକ୍ତ ଥିବାରୁ କୋର୍ଟ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଜର ରାୟ ଦେଇଛନ୍ତି। 

Also Read: ଦେହ ବ୍ୟବସାୟରେ ଲଗାଉଥିଲା ସ୍ବାମୀ, ମନାକରିବାରୁ ମିଳୁଥିଲା ଅକଥନୀୟ ନିର୍ଯାତନା

କୋର୍ଟ କହିଛନ୍ତି ଯେ, ନାବାଳିକା ଜଣକ ନାବଳକ ଘରେ ଲିଭ୍ ଇନ୍ ଭଳି ରହିବେ। ତାଙ୍କ ସହ ସେମାନଙ୍କ ଶିଶୁ ମଧ୍ୟ ରହିବ। ତେବ ସେମାନଙ୍କ ଦେଖା ଶୁଣା, ପ୍ରତିପୋଷଣ ନାବଳକର ଅବିଭାବକ ତୁଲାଇବେ। ନାବଳକ ଘର ଲୋକେ ନାବାଳିକାକୁ ବୋହୂ ଓ ଶିଶୁକୁ ନାତୁଣୀ ଭାବେ ବ୍ୟବହାର କରିବେ। ଏବେ ପୋଲିସ ପ୍ରତି ଦୁଇ ମାସରେ ନାବଳକ ଦମ୍ପତ୍ତି ଓ ଶିଶୁର ସ୍ୱାସ୍ଥ୍ୟ ବିଷୟରେ କୋର୍ଟଙ୍କୁ ଅବଗତ କରିବେ। ତେବେ କୋର୍ଟଙ୍କ ଏହି ସର୍ତ୍ତକୁ ଉଭୟ ନାବାଳକ ଓ ନାବାଳିକାର ପରିବାର ସ୍ୱିକାର କରିଛନ୍ତି।

ସେପଟେ ସରକାରୀ ଓକିଲ ରାଜେଶ ପାଠକଙ୍କ କହିବା ହେଲା ଏହା ଦେଶର ଏକ ବିରଳ ମାମଲା। ମାତ୍ର ୩ ଦିନ କାର୍ଯ୍ୟ ଦିବସରେ ମାମଲାର ରାୟ ପ୍ରକାଶ ପାଇଛି। ମାର୍ଚ୍ଚ ୧୯ରେ ଶୁଣାଣୀ ଆରମ୍ଭ ହୋଇ ସୋମବାର କୋର୍ଟଙ୍କ ରାୟ ଆସିଛି। ଏହା ପୂର୍ବରୁ ମଧ୍ୟପ୍ରଦେଶର ଏକ ମାମଲା ୪ଟି କାର୍ଯ୍ୟ ଦିବସରେ ଶେଷ ହୋଇଥିଲା। ବର୍ତ୍ତମାନ ଏହି ଜୁଭେନାଇଲ କେସ୍ ଦେଶର ପ୍ରଥମ ଦ୍ରୁତ ଶୁଣାଣୀ ଓ ରାୟ ପ୍ରକାଶ ମମଲା ହେବ।

;