• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

ଭାରତ ପରେ ୟୁରୋପରେ ବଢିଲା କ୍ରେଜ, ନମସ୍କାର କରି ପରସ୍ପରକୁ ସ୍ୱାଗତ ଜଣାଇଲେ ଜର୍ମାନୀ-ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ

ସମଗ୍ର ବିଶ୍ୱରେ ଏବେ ଜାରି ରହିଛି କୋରୋନା ସଂକଟ । ଏହାର ମୁକାବିଲା ଲାଗି ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିବା ସହ ଜୀବନଶୈଳୀକୁ (Life Style) କରିଛନ୍ତି ପରିବର୍ତ୍ତନ । କୋଭିଡ୧୯ ମୁକାବିଲା ଲାଗି ବିଶ୍ୱ ସମୁଦାୟକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ପ୍ରଦାନ କରି ମାନବିକତାର ପରିଚୟ ଦେଇଥିଲା ଭାରତ । 

ଭାରତ ପରେ ୟୁରୋପରେ ବଢିଲା କ୍ରେଜ, ନମସ୍କାର କରି ପରସ୍ପରକୁ ସ୍ୱାଗତ ଜଣାଇଲେ ଜର୍ମାନୀ-ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ଜାରି ରହିଛି କୋରୋନା ସଂକଟ । ଏହାର ମୁକାବିଲା ଲାଗି ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିବା ସହ ଜୀବନଶୈଳୀକୁ (Life Style) କରିଛନ୍ତି ପରିବର୍ତ୍ତନ । କୋଭିଡ୧୯ ମୁକାବିଲା ଲାଗି ବିଶ୍ୱ ସମୁଦାୟକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ପ୍ରଦାନ କରି ମାନବିକତାର ପରିଚୟ ଦେଇଥିଲା ଭାରତ । ଏବେ ସହଯୋଗ ନୁହେଁ ସଂସ୍କୃତିକୁ ନେଇ ଚର୍ଚ୍ଚାକୁ ଆସିଛି ଦେଶ ।

ଭାରତୀୟ ସଂସ୍କୃତିରେ ପରସ୍ପରକୁ ସ୍ୱାଗତ ଜଣାଇବା ବେଳେ ଲୋକେ ସାଧାରଣତଃ ନମସ୍କାର କରିଥାନ୍ତି । ଅନ୍ୟ ପଟେ ପାଶ୍ଚାତ୍ୟ ଦେଶର ଲୋକ କରମର୍ଦ୍ଦନ କରିଥାନ୍ତି । ହେଲେ ସାମ୍ପ୍ରତିକ କୋରୋନା ସଂକଟ ସମୟରେ ୟୁରୋପୀୟ ଦେଶରେ ଭାରତୀୟ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ନମସ୍କାରର ଗୁରୁତ୍ୱ ବଢିଯାଇଛି । 

ସଦ୍ୟ ପରସ୍ପରକୁ ସ୍ୱାଗତ ଜଣାଇବା ବେଳେ ନମସ୍କାର କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ  ଜର୍ମାନ ଚାନସେଲର ଆଞ୍ଜେଲା ମୋର୍କେଲ । ଏହା ସହିତ ଉଭୟ ଦେଶର ରାଷ୍ଚ୍ରମୁଖ୍ୟ ଭାରତୀୟ ସଂସ୍କୃତି ମାଧ୍ୟମରେ ପରସ୍ପରକୁ ସ୍ୱାଗତ କରିଥିଲେ।  

 

ଗୁରୁବାର ୟୁରୋପୀୟ ସଂଘରେ ସାମିଲ ଥିବା ଦେଶଙ୍କ ମଧ୍ୟରେ ବିଶ୍ୱ ମହାମାରୀର କୋରୋନାର ମୁକାବିଲା କରିବା ଉପରେ ଆଲୋଚନା କରିବା ଲାଗି ଏକାଠି ହୋଇଥିଲେ । ଏହି ଅବସରରେ ପରସ୍ପରକୁ ସାକ୍ଷାତ କରିବା ପରେ  ନମସ୍କାର କରି ଅଭିବାଦନ ଜଣାଇଥିଲେ ଜର୍ମାନ ଏବଂ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସାଧାରଣତଃ ପାଶ୍ଚାତ୍ୟ ଦେଶର ନେତା ହାତ ମିଳାଇ କିମ୍ବା ଆଲିଙ୍ଗନ କରି ପରସ୍ପରକୁ ସ୍ୱାଗତ ଜଣାଇଥାନ୍ତି । ହେଲେ କୋରୋନା ସଂକଟକୁ ଦେଖି ସେମାନେ ମଧ୍ୟ ଅଭିବାଦନ ଜଣାଇବା ଲାଗି  ବର୍ତ୍ତମାନ ଭାରତୀୟ ସଂସ୍କୃତିକୁ ଆଣାଇବାରେ ଲାଗିଛନ୍ତି। ଅବଶ୍ୟ ପୂର୍ବରୁ ମାର୍ଚ୍ଚରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ରାଜଧାନୀ ପ୍ୟାରିସ ସ୍ଥିତ ଏଲିସି ପ୍ରାସାଦ୍ୟରେ ସ୍ପେନର ରାଜା ଫିଲିପ ଏବଂ ରାଣୀ ଲେଟିଜିଆଙ୍କୁ ହାତ ଯୋଡି ସ୍ୱାଗତ କରିଥିଲେ। ସେତେବେଳେ ନୂଆଦିଲ୍ଲୀରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନେନ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ରାଷ୍ଟ୍ରପତି ମାକ୍ରୋନ ତାଙ୍କର ସମସ୍ତ ଅତିଥିଙ୍କୁ ନମସ୍କାର କରି ସ୍ୱାଗତ ଜଣାଇଥିଲେ । ୨୦୧୮ରେ ତାଙ୍କର ଭାରତୀୟ ଗସ୍ତ ସମୟରେ ସେ ଭାରତୀୟ ଅଭିବାଦନ ସଂସ୍କୃତି ସହ ପରିଚିତ ହୋଇଥିଲେ ।