ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀର ଏନଜିଓ ପ୍ରତିନିଧିଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Trending Photos
)
ନୂଆଦିଲ୍ଲୀ: ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀର ଏନଜିଓ ପ୍ରତିନିଧିଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ମୋଦି କହିଛନ୍ତି, ବାରଣାସୀ ଲୋକଙ୍କ ସହ କଥା ହେବା ଭୋଳାନାଥଙ୍କୁ ଦର୍ଶନ କରିବା ଭଳି । ସେହିପରି କୋରୋନା ସଙ୍କଟକୁ ନେଇ ମଧ୍ୟ ମୋଦି ଆଲୋକପାତ କରିଥିଲେ ।
ଭିଡିଓ କନଫରେସିଂ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଏବେ ଶ୍ରାବଣ ମାସ । ଏମିତିରେ ବି ବାରଣାସୀ ଲୋକଙ୍କ ସହ କଥା ହେବା ଭୋଳାନାଥଙ୍କ ଦର୍ଶନ ପରି ମନେହୁଏ । କୋରୋନା ସଙ୍କଟ ସମୟରେ ମଧ୍ୟ ବାରଣାସୀ ଉତ୍ସାହପୂର୍ଣ୍ଣ ରହିଛି । ଏହା ଭଗବାନ ଭୋଳାନାଥଙ୍କ ଆଶିର୍ବାଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କୋରୋନା ସଙ୍କଟ ନେଇ ମୋଦି କହିଛନ୍ତି, ''ଶହେ ବର୍ଷ ପୂର୍ବରୁ ମଧ୍ୟ ଏଭଳି ମହାମାରୀ ହୋଇଥିଲା । କୁହାଯାଏ, ସେ ସମୟରେ ଭାରତରେ ଏତେ ଜନସଂଖ୍ୟା ନଥିଲା । ତଥାପି ମଧ୍ୟ ସେହି ମହାମାରୀ ବେଳେ ଭାରତରେ ବହୁ ଲୋକଙ୍କ ଜୀବନ ଯାଇଥିଲା । ତେଣୁ ଏଥର ମଧ୍ୟ ସମଗ୍ର ବିଶ୍ୱ ଭାରତକୁ ନେଇ ଚିନ୍ତିତ ଥିଲା । ବିଶେଷଜ୍ଞମାନେ ଭାରତକୁ ନେଇ ପ୍ରଶ୍ନ ଉଠାଉଥିଲେ । କହୁଥିଲେ, ଏଥର ମଧ୍ୟ ସ୍ଥିତି ଖରାପ ହୋଇଯିବ । କିନ୍ତୁ ହେଲା କ'ଣ ? ଲୋକଙ୍କ ସହଯୋଗରେ ୨୩/୨୪ କୋଟି ଜନସଂଖ୍ୟା ବିଶିଷ୍ଟ ୟୁପି ଏପ୍ରକାର ସମସ୍ତ ଆଶଙ୍କାକୁ କାବୁ କରିପାରିଛି ।''
Experts were raising questions on India, saying this time also the situation will get worse but what happened? Uttar Pradesh, a state with population 23-24 crores, with support of its people overcame all these apprehensions: Prime Minister Narendra Modi https://t.co/EMdwBEXxrN
— ANI (@ANI) July 9, 2020
ମୋଦି ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପ୍ରଦେଶରେ କେବଳ କୋରୋନା ସଂକ୍ରମଣର ଗତିକୁ କାବୁ କରାଯାଇପାରିଛି ତାହା ନୁହେଁ, ଆହୁରି ମଧ୍ୟ ଶୀଘ୍ର ଶୀଘ୍ର ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଆଉ ଏହାର କାରଣ ଲୋକଙ୍କ ସହଯୋଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଉତ୍ତର ପ୍ରଦେଶ ସହ ବ୍ରାଜିଲର ଏକ ତୁଳନାତ୍ମକ ଚିତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ ମୋଦି । କହିଥିଲେ ଉତ୍ତର ପ୍ରଦେଶର ଜନସଂଖ୍ୟା ସହ ବ୍ରାଜିଲର ଜନସଂଖ୍ୟା ପାଖାପାଖି ସମାନ । ତେବେ ବ୍ରାଜିଲରେ କୋରୋନା ଯୋଗୁ ୬୫ ହଜାର ଲୋକଙ୍କ ଜୀବନ ଗଲାଣି । ହେଲେ ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ୮ଶହ ରହିଛି । ଏହାର ଅର୍ଥ, ରାଜ୍ୟରେ ବହୁ ଲୋକଙ୍କ ଜୀବନ ରକ୍ଷାପାଇଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।