ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ଆମେରିକାର ନର୍ଥରୋପ ଗ୍ରୁମ୍ୟାନର ସିଗନସ ମହାକାଶଯାନର ନାମକରଣ କରାଯାଇଛି ।
Trending Photos
)
ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଆମେରିକାର ନର୍ଥରୋପ ଗ୍ରୁମ୍ୟାନର ସିଗନସ ମହାକାଶଯାନ । ରକେଟରେ ଯାନ୍ତ୍ରୀକ ତୃଟି ଯୋଗୁଁ ଏହାର ଉତ୍ତକ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ତଗିତ ରଖାଯାଇଛି ।
ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ଆମେରିକାର ନର୍ଥରୋପ ଗ୍ରୁମ୍ୟାନର ସିଗନସ ମହାକାଶଯାନର ନାମକରଣ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହାକୁ ରକେଟ ସାହାଯ୍ୟରେ ଉତକ୍ଷେପଣ କରିବାର ଥିଲା । କିନ୍ତୁ କୌଣସି ପ୍ରକାର ଯାନ୍ତ୍ରୀକ ତୃଟି ଯୋଗୁଁ ଏହି ମିଶନଙ୍କୁ ସ୍ଥଗିତ ରଖାଯାଇଛି ।
ରକେଟ ଲଞ୍ଚ ହେବାର ମାତ୍ର ୨ ମିନିଟ ୪୦ ସେକେଣ୍ଡ ପୂର୍ବେ ରକେଟରେ ତୃଟି ଥିବା ଜଣା ପଡିଥିଲା । ଫଳରେ ନାସାକୁ ମିଶନକୁ ଶେଷ ମୁହୂର୍ତ୍ତରେ ଅଟକାଇବାକୁ ପଡିଛି । ଆଉ ମହାକାଶ ଗବେଷଣାଏକ ବହୁତ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।
ବର୍ତ୍ତମାନ ବୈଜ୍ଞାନିକମାନେ ରକେଟର ତୃଟି ଉପରେ ଅନୁଧ୍ୟାନ କରୁଛନ୍ତି । ଖୁବଶୀଘ୍ର ଏହାର ସମାଧାନ ପରେ ଆସନ୍ତାକାଲି ରାତି ୮ଟା ୪୫ରେ ପୁନଃ ଲଞ୍ଚ କରାଯିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସାର କଳ୍ପନା ଚାୱଲା ମହାକାଶଯାନ ସାହାଯ୍ୟରେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନକୁ ଆବଶ୍ୟକୀୟ ସାମଗ୍ରୀ ପଠାଯିବ ।