ମହାରାଷ୍ଟ୍ରର (Maharashtra) ନାଶିକର (Nashik) ଜଣେ ବୃଦ୍ଧ ବ୍ୟକ୍ତି ଦାବି କରିଛନ୍ତି ଯେ କରୋନା ଭ୍ୟାକ୍ସିନର (Corona Vaccine) ଦ୍ୱିତୀୟ ଡୋଜ (Second Dose) ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି (Magnetic Power) ଉତ୍ପନ୍ନ ହୋଇଛି । ସେ ଦାବି କରିଛନ୍ତି ଯେ ଯେବେଠାରୁ ସେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି, ସେବେଠାରୁ ତାଙ୍କ ଶରୀରର
Trending Photos
ନାଶିକ୍: ମହାରାଷ୍ଟ୍ରର (Maharashtra) ନାଶିକର (Nashik) ଜଣେ ବୃଦ୍ଧ ବ୍ୟକ୍ତି ଦାବି କରିଛନ୍ତି ଯେ କରୋନା ଭ୍ୟାକ୍ସିନର (Corona Vaccine) ଦ୍ୱିତୀୟ ଡୋଜ (Second Dose) ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି (Magnetic Power) ଉତ୍ପନ୍ନ ହୋଇଛି । ସେ ଦାବି କରିଛନ୍ତି ଯେ ଯେବେଠାରୁ ସେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି, ସେବେଠାରୁ ତାଙ୍କ ଶରୀରରେ ଇସ୍ପାତ ବାସନଗୁଡ଼ିକ ଲାଗି ହୋଇ ରହି ଯାଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଲୁହା ଭଳି ଷ୍ଟିଲ ବାସନ ମଧ୍ୟ ତାଙ୍କ ଶରୀରରେ ଲାଗି ଯାଉଛି । ଏହି ଅଜବ ମାମଲା ସାମ୍ନାକୁ ଆସିବା ପରେ ଡାକ୍ତରମାନେ ମଧ୍ୟ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି ।
ନାଶିକର ଅରବିନ୍ଦ ଜଗନ୍ନାଥ ସୋନାର (୭୧) କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି । ବୃଦ୍ଧ ଅରବିନ୍ଦ ଦାବି କରିଛନ୍ତି ଯେ ସେ କରୋନା ଟିକାର ଦ୍ୱିତୀୟ ଡୋଜ ନେବା ଦିନଠାରୁ ତାଙ୍କ ଶରୀରକୁ ଚୁମ୍ବକୀୟ ଶକ୍ତି ଆସି ଯାଇଛି । ନାଶିକର ଶିବାଜୀ ଚୌକରେ ରହୁଥିବା ଅରବିନ୍ଦ ଜଗନ୍ନାଥ ମଧ୍ୟ ନିଜର ମତ ପ୍ରମାଣ କରିବାକୁ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଚାମଚ, ଛୋଟ ଥାଳି ଓ ଘରର ବାସନଗୁଡିକ ଅରବିନ୍ଦଙ୍କ ଶରୀରରେ ଲାଗିଥିବା ଦେଖିବାକୁ ମିଳୁଛି ।
ଅରବିନ୍ଦ ଜଗନ୍ନାଥ କହିଛନ୍ତି, "ଯେତେବେଳେ ଏହା ପ୍ରଥମ ଥର ଘଟିଲା ସେତବେଳେ ମୋତେ ଲାଗିଥିଲା ଯେ ଝାଳ ଯୋଗୁଁ ବୋଧହୁଏ ବାସନକୁସନ ଶରୀରରେ ଲାଗିଯାଉଛି । ଏହା ପରେ ମୁଁ ଗାଧୋଇଲି । କିନ୍ତୁ ଯେତେବେଳେ ପୁନର୍ବାର ପାତ୍ରକୁ ଶରୀର ଉପରେ ରଖିଲି, ତାହା ପୁଣି ଲାଗିଯାଇଥିଲା ।
ଅଧିକ ପଢ଼ନ୍ତୁ: ୧୩୮ କୋଟି ଟଙ୍କାରେ ବିକ୍ରି ହେଲା ଏହି ମୁଦ୍ରା! ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତା
ଡାକ୍ତରଙ୍କ ପାଇଁ ଏହା ପ୍ରଥମ ଘଟଣା
ଅରବିନ୍ଦ ଜଗନ୍ନାଥ ଦାବି କରିଛନ୍ତି ଯେ କେବଳ କରୋନା ଟିକା ଗ୍ରହଣ କରିବା ପରେ ତାଙ୍କଠାରେ ଏହି ପରିବର୍ତ୍ତନ ଆସିଛି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପାଇଁ ଏହା ପ୍ରଥମ ପାଲଟିଛି । ଡକ୍ଟର ଅଶୋକ ଥୋରାଟ କହିଛନ୍ତି, "ଏହା ଏକ ଅନୁସନ୍ଧାନର ବିଷୟ । ଅରବିନ୍ଦ ଜଗନ୍ନାଥଙ୍କ ଶରୀରରେ ଇସ୍ପାତ କାହିଁକି ଲାଗିଛି ସେ ବିଷୟରେ ଆମେ କିଛି କହି ପାରିବୁ ନାହିଁ । ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ସକ୍ଷମ ହେବୁ । ବର୍ତ୍ତମାନ ଏହି ଘଟଣାର ରିପୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦାଖଲ ହେବ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେକୌଣସି ସିଦ୍ଧାନ୍ତରେ ପହଞ୍ଚା ଯାଇପାରିବ ।"