Advertisement
Article Detail0/zeeodisha/odisha863255

ଓଡି଼ଶାର ଗର୍ବ; ରୋନିତ ହେଲେ NDA ଟପ୍ପର୍

ଉଭୟ ଲିଖିତ ପରୀକ୍ଷା ଓ ସାକ୍ଷାତକାରରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। NDAର ୧୪୫ତମ କୋର୍ସ ଓ ୧୦୭ତମ ଭାରତୀୟ ନୌସେନା ପ୍ରତିଷ୍ଠାନ କୋର୍ସ (INAC) ଭାବେ ସେ ଯୋଗ୍ୟତା ହାସଲ କରିଛନ୍ତି।

ଓଡି଼ଶାର ଗର୍ବ; ରୋନିତ ହେଲେ NDA ଟପ୍ପର୍
ଓଡି଼ଶାର ଗର୍ବ; ରୋନିତ ହେଲେ NDA ଟପ୍ପର୍

ନୂଆଦିଲ୍ଲୀ: ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ପୁଅ ରାନିତ ରଞ୍ଜନ ନାୟକ। ଭଦ୍ରକ, ବଚଡା ଗ୍ରାମର ରୋନିତ ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (NDA) ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଉଭୟ ଲିଖିତ ପରୀକ୍ଷା ଓ ସାକ୍ଷାତକାରରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। NDAର ୧୪୫ତମ କୋର୍ସ ଓ ୧୦୭ତମ ଭାରତୀୟ ନୌସେନା ପ୍ରତିଷ୍ଠାନ କୋର୍ସ (INAC) ଭାବେ ସେ ଯୋଗ୍ୟତା ହାସଲ କରିଛନ୍ତି।

UPSC ପକ୍ଷରୁ NDA ପାଇଁ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଲିଖିତ ପରୀକ୍ଷା (Writen Test) ହୋଇଥିଲା। ତାପରେ Services Selection Board ସାକ୍ଷାତକାର ଆୟୋଜନ କରିଥିଲା। ଯାହାର ଫଳାଫଳ ୨୦୨୧ ମାର୍ଚ୍ଚ ୬ ତାରିଖରେ ବାହାରିଛି। ଏଥିରେ ୫୩୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଉ ଏହି ତାଲିକାର ଶୀର୍ଷରେ ଓଡିଆ ପୁଅ ରାନିତ ରଞ୍ଜନ ନାୟକ (Rohit Ranjan Nayak) ଅଛନ୍ତି।

Also Read: ନୂଆପଡାରେ କ'ଣ କହିଲେ ନବୀନ?

Add Zee News as a Preferred Source

ରୋନିତ, ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ଅଞ୍ଚଳରେ ବଚଡା ଗ୍ରାର ବାସିନ୍ଦା। ତାଙ୍କ ବାପା ରଶ୍ମି ରଞ୍ଜନ ନାୟକ, INS ହଂସରେ Master Chief Petty Officer ଅଛନ୍ତି। ପିଲାଟି ଦିନରୁ ସେନାରେ ସାମିଲ ହୋଇ ଯୁଦ୍ଧ ବିମାନର ପାଇଲଟ ହେବାକୁ ରୋନିତଙ୍କ ସ୍ୱପ୍ନ ଥିଲା। ତେଣୁ ସେ ଏକାଦଶ ଶ୍ରେଣୀରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପାଠ ପାଢା ସହ NDA ପରୀକ୍ଷା ପାଇଁ ମଧ୍ୟ ରୋନିତ ପ୍ରସ୍ତୁତି କରୁଥିଲେ। ତେବେ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ। କିନ୍ତୁ ସେ ନିଜର ଦୃଢ ମନୋବଳ ଓ କଠିନ ପରିଶ୍ରମ ଯୋଗୁଁ ଦ୍ୱିତୀୟ ପ୍ରୟାସରେ ଟପ୍ପର ହୋଇଛନ୍ତି।

 

 

 

About the Author