National Doctors' Day: କାହାଣୀ ଦ୍ୱିତୀୟ ଭଗବାନଙ୍କର...

ଭାରତରେ କୋରୋନା ଭାଇରସ୍ ବ୍ୟାପିବା ଦିନଠୁ ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଦିନ ରାତି ପରିଶ୍ରମ କରି ଏହାର ମୁକାବିଲା କରୁଛନ୍ତି । କୋରୋନା ମୁକାବିଲାରେ ଦେଶ ସହ ଅଛନ୍ତି ଡାକ୍ତର ଓ ଆମ ସ୍ୱାସ୍ଥ୍ୟ କର୍ମଚାରୀ ।

National Doctors' Day: କାହାଣୀ ଦ୍ୱିତୀୟ ଭଗବାନଙ୍କର...
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ତୀବ୍ର ଗତିରେ ବଢ଼ୁଛି । ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ମୁହାଁ ହେଲାଣି । ତେବେ ଏସବୁ ଭିତରେ ଆମର ସବୁଛି ବେଶି ଭରସା ଡାକ୍ତରଙ୍କ ପାଖରେ ରହିଛି । କାହିଁକିନା ସେମାନେ ଦିନ ରାତି ପରିଶ୍ରମ କରି ଆମ ଜୀବନ ବଞ୍ଚାଉଛନ୍ତି । କାଲି ଅର୍ଥାତ ଜୁଲାଇ ୧ ତାରିଖ ଡାକ୍ତରଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । କାହିଁକିନା ଏହି ଦିନଟିକୁ ପ୍ରତ୍ୟେକ ବର୍ଷ ଡାକ୍ତର ଦିବସ ଭାବେ ପାଳନ କରାଯାଏ । 

ଭାରତରେ କୋରୋନା ଭାଇରସ୍ ବ୍ୟାପିବା ଦିନଠୁ ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଦିନ ରାତି ପରିଶ୍ରମ କରି ଏହାର ମୁକାବିଲା କରୁଛନ୍ତି । କୋରୋନା ମୁକାବିଲାରେ ଦେଶ ସହ ଅଛନ୍ତି ଡାକ୍ତର ଓ ଆମ ସ୍ୱାସ୍ଥ୍ୟ କର୍ମଚାରୀ । ତେଣୁ ଡାକ୍ତର ଦିବସରେ ଆମକୁ ଏହି ଯୋଦ୍ଧାଙ୍କ କଥା ମନେପଡ଼ିବା ସ୍ୱାଭାବିକ, ଯେଉଁମାନେ ସୁପର ହିରୋ ପରି କାମ କରୁଛନ୍ତି । ଏହି ଫାଇଟର୍ସଙ୍କୁ Zee Odisha ସଲାମ କରୁଛି । 

ମାସ ମାସ ଧରି ନିଜ ପରିବାରଠୁ ଦୂରରେ ରହିଛନ୍ତି ଆମ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ । ସବୁବେଳେ ପିପିଇ ପିନ୍ଧି ରହିବା, କୋରୋନା ରୋଗୀଙ୍କ ଚିକିତ୍ସା କରିବା, ନିଜକୁ ସଂକ୍ରମଣରୁ ରକ୍ଷା କରିବା ଓ କୋରୋନା ସହ ଲଢ଼ୁଥିବା ରୋଗୀଙ୍କ ଭିତରେ ଆତ୍ମବିଶ୍ୱାସ ଜନ୍ମାଇବା ଏବେ ଏହି ଯୋଦ୍ଧାଙ୍କ କାହାଣୀ । ଏମିତି ବହୁତ ଡାକ୍ତର ଅଛନ୍ତି, ଯେଉଁମାନେ ୯୦ ଦିନ ହେଲା ଘର ଯାଇନାହାଁନ୍ତି । ଲଗାତାର ଭାବେ କୋରୋନା ୱାର୍ଡରେ ଡ୍ୟୁଟି କରୁଛନ୍ତି । ଦିନକୁ ୬ରୁ ୮ ଘଣ୍ଟା ପିପିଇ ପିନ୍ଧି ରହୁଛନ୍ତି । ଏହି ସମୟ ମଧ୍ୟରେ ସେମାନେ ନା ପାଣି ଟିକିଏ ପିଇପାରନ୍ତି ନା ୱାସରୁମ ଯାଇପାରନ୍ତି । କାହିଁକିନା ସଂକ୍ରମଣର ଆଶଙ୍କା ଥାଏ । 

କିଛିଦିନ ହେଲା ଆମେ ଦେଖୁଛେ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଯାଉଛନ୍ତି । ନିଜ ଜୀବନକୁ ବାଜି ଲାଗାଇ ଏମାନେ ଆମର ଜୀବନ ବଞ୍ଚାଇଛନ୍ତି । କୋରୋନା ସଂକ୍ରମଣ ଆଶଙ୍କା ଥିବାରୁ ପରିବାର ଲୋକଙ୍କ ପାଖକୁ ମଧ୍ୟ ଯାଆନ୍ତିନାହିଁ । ଏହି ଡାକ୍ତରଙ୍କ ଜୀବନରେ ଖୁସି ଏହା ଯେ, ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି । ରୋଗୀ ମୁହଁରେ ହସ ଫୁଟାଉଛନ୍ତି । ଦେଶ ଯେତେବେଳେ କୋରୋନା ମୁକାବିଲା କରୁଛି, ସେମାନେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । 

ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ଦେଶରେ ୧ ହଜାରରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ କର୍ମଚାରୀ କୋରୋନା ଆକ୍ରାନ୍ତ ହେଲେଣି । କେବଳ ଦିଲ୍ଲୀରେ ୨ ଡାକ୍ତରଙ୍କ ସମେତ ୪ ସ୍ୱାସ୍ଥ୍ୟ କର୍ମଚାରୀ ଆଖି ବୁଜିଲେଣି । ତେବେ କୋରୋନା ମୁକାବିଲାରେ ଏମାନେ ଆଜି ବି ସବୁଠୁ ଆଗରେ ରହି କାମ କରୁଛନ୍ତି । ଏବେ ଆପଣ ବୁଝିପାରୁଥିବେ, ଡାକ୍ତରଙ୍କୁ କାହିଁକି ଦ୍ୱିତୀୟ ଭଗବାନ କୁହାଯାଏ ।