Union Budget 2022 ପୂର୍ବରୁ ଖାଉଟିଙ୍କୁ ଆଶ୍ୱସ୍ତି, ଜାଣନ୍ତୁ କେତେ କମିଲା LPG cylinder ଦର
Advertisement

Union Budget 2022 ପୂର୍ବରୁ ଖାଉଟିଙ୍କୁ ଆଶ୍ୱସ୍ତି, ଜାଣନ୍ତୁ କେତେ କମିଲା LPG cylinder ଦର

ସବୁଥର ଭଳି ମାସର ପ୍ରଥମ ଦିନରେ ତୈଳ ମାର୍କେଟିଂ କମ୍ପାନୀ (OMC)  LPG cylinderର ନୂଆ ଦର ଧାର୍ଯ୍ୟ କରିଛି। ୧୯ କିଲୋଗ୍ରାମର କମର୍ସିଆଲ LPG cylinder ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟ ପୂର୍ବପରି ସ୍ଥିର ରହିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମହଙ୍ଗା ମାଡରେ ପ୍ରାୟ ସମସ୍ତଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାରି ମଧ୍ୟରେ ଦେଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ବଜେଟ ୨୦୨୨ ଉପସ୍ଥାପନା ହେବା ପୂର୍ବରୁ LPG cylinder ଦର ହ୍ରାସ ହୋଇଛି। ନୂଆ ଦର ଫେବୃଆରୀ ପହିଲାରୁ ଲାଗୁ ହେବ ବୋଲି ତୈଳ କମ୍ପାନୀମାନେ ଘୋଷଣା କରିଛନ୍ତି। 

ସବୁଥର ଭଳି ମାସର ପ୍ରଥମ ଦିନରେ ତୈଳ ମାର୍କେଟିଂ କମ୍ପାନୀ (OMC)  LPG cylinderର ନୂଆ ଦର ଧାର୍ଯ୍ୟ କରିଛି। ୧୯ କିଲୋଗ୍ରାମର କମର୍ସିଆଲ LPG cylinder ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟ ପୂର୍ବପରି ସ୍ଥିର ରହିଛି। OMC ଅନୁସାରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୧.୫ ଟଙ୍କା ହ୍ରାସ ହୋଇଛି। ଯାହା ପରେ ଏବେ ପ୍ରତି କମର୍ସିଆଲ ସିଲିଣ୍ଡର ୧୯୦୭ ଟଙ୍କାରେ ମିଳିବ। ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ବିନା ସବସିଡିର ଘରୋଇ ସିଲିଣ୍ଡରର ମୂଲ୍ୟ ୮୯୯.୫ ଟଙ୍କା ରହିଛି।

Also Read: Union Budget 2022 : ମୋଦି ସରକାର ଉପରେ କ'ଣ ରହିଛି ଲୋକଙ୍କ ଆଶା? ଅନେକ ସ୍ୱପ୍ନ ଦେଖିଛି ଓଡ଼ିଶା

ସୂଚନାଯୋଗ୍ୟ, ଗତ ମାସରେ କମର୍ସିଆଲ LPG cylinder ମୂଲ୍ୟ ୧୦୨.୫୦ ଟଙ୍କାର ହ୍ରାସ ପାଇଥିଲା। ଏହି କ୍ରମରେ ଫେବୃଆରୀରେ ୯୧.୫ ଟଙ୍କା ହ୍ରାସ ହୋଇଛି। ରାଜଧାନୀ ଦିଲ୍ଲୀରେ ଏହାର ନୂଆ ଦର ୧୯୦୭ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ମାତ୍ର ୫୦.୫ ଟଙ୍କା ଖସି ୨୦୮୦.୫ ଟଙ୍କା ହୋଇଛି। ଯଦି ଆପଣ ନିଜ ଅଞ୍ଚଳର LPG cylinder ମୂଲ୍ୟ ଜାଣିବାକୁ ଚାହୁଁଛନ୍ତି, ତେବେ cx.indianoil.in/webcenter/portal/Customer/pages_productprice ରେ କ୍ଲିକ୍ କରନ୍ତୁ।