ମୋଦି-ଶାହ-ଯୋଗୀ ଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦରେ ନୱାଜ ସରିଫ୍
Advertisement

ମୋଦି-ଶାହ-ଯୋଗୀ ଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦରେ ନୱାଜ ସରିଫ୍

ମୋଦି-ଶାହ-ଯୋଗୀ ଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦଘେରକୁ ଟଣା ହୋଇଛନ୍ତି ନୱାଜ ସରିଫ୍।

ମୋଦି-ଶାହ-ଯୋଗୀ ଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦରେ ନୱାଜ ସରିଫ୍

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦଘେରକୁ ଟଣା ହୋଇଛନ୍ତି ନୱାଜ ସରିଫ୍। ଏହି ଘଟଣରେ ମଧ୍ୟ ପ୍ରଦେଶ ପୋଲିସ ତାଙ୍କ ବିରୋଧରେ ମାମଲା ଦାଏର କରିଛି। ମାର୍ଚ୍ଚ ୨୮ ତାରିଖ ସୋମବାର ରାଜ୍ୟର ରୀୱା ଜିଲ୍ଲାର ମନଗୱାଁ ସହରରେ ଉର୍ସ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରେ କାୱାଲି ଗାୟକ ନୱାଜ ସରିଫ ଏଭଳି ବୟାନ ଦେଇଥିଲେ। 

ଗତ ସୋମବାର ରାଜ୍ୟର ରୀୱା ଜିଲ୍ଲାର ମନଗୱଁ ସହରରେ ଉର୍ସ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରେ କାୱାଲି ଗାୟକ ନୱାଜ ସରିଫ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଏନେଇ ସେ କହିଥିଲେ, "ମୋଦି କହୁଛନ୍ତି ଆମେ ଅଛୁ। ଯୋଗୀ କହୁଛନ୍ତି ଆମେ ଅଛୁ। ଅମିତ ଶାହ କହୁଛନ୍ତି ଆମେ ଅଛୁ। ହେଲେ ସେମାନେ କିଏ? ହେଲେ ଯଦି ଗରିବ ନୱାଜ ଚାହିଁବ ତାହେଲେ ହିନ୍ଦୁସ୍ତାନ କେଉଁଠି ଅଛି ତାହା ଜଣାପଡ଼ିବ ନାହିଁ।

Also Read: ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ

ଏହି ଘଟଣାରେ ପ୍ରତିକ୍ରିୟା ରଖି ଅତିରିକ୍ତ ପୋଲିସ ଅଧିକ୍ଷକ ଶିବ କୁମାର ବର୍ମା କହିଛନ୍ତି କାୱାଲି ଗାୟକ ନୱାଜ ସରିଫ ଏବଂ ଉର୍ସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ଆୟୋଜକ ଉର୍ସ ଇଦଗାହ କମିଟି ମନଗୱାଁ ବିରୋଧରେ ମାମଲା ରୁଜୁ ହୋଇଛି। ନୱାଜ ସରିଫକୁ ଗିରଫ କରିବା ପାଇଁ ଉତ୍ତର ପ୍ରଦେଶକୁ ଏକ ପୋଲିସ ଦଳ ପଠାଯାଇଥିବା ସେ କହିଛନ୍ତି।