)
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି ଡ୍ରଗ୍ସ କାରବାର ଦିଗରେ ଯାଞ୍ଚ କରୁଛି। ଏନସିବିର ଦୁଇଟି ଟିମବିଭିନ୍ନ ସ୍ଥାନରେ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କୁ ଜେରା କରିଥିଲେ। ଦୀପିକା ପାଦୁକୋଣଙ୍କୁ ଜେରା ଶେଷ ହୋଇଛି।
ପଚରାଉଚରା ବେଳେ ଦୀପିକା ପାଦୁକୋଣ ସ୍ୱୀକାର କରିଛନ୍ତି ଯେ ତାଙ୍କର ନିଜର ୱାଟସ୍ ଗ୍ରୁପ୍ ଅଛି, ଯେଉଁଥିରେ ସେ ଆଡ଼ମିନ ଥିଲେ। ଏହି ଗ୍ରୁପରେ ଅଧିକାଂଶ ଆଲୋଚନା ଡ୍ରଗ୍ସ ବିଷୟରେ ଥିଲା | ଏହି ଗୋଷ୍ଠୀର ଦୀପିକାଙ୍କ ବ୍ୟତୀତ ଜୟା ସାହ ଏବଂ କରିସ୍ମାଙ୍କ ସମେତ ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ। ଗ୍ରୁପ ଆଡମିନ ଥିବା ନେଇ ସ୍ୱୀକାର ବ୍ୟତୀତ ଦୀପିକା ଡ୍ରଗ୍ସ ବିଷୟରେ ଅନ୍ୟ କୌଣସି ଉତ୍ତର ଦେଇ ନାହାଁନ୍ତି। ଏନସିବି ଅଧିକାରୀମାନେ ଦୀପିକା ଏବଂ କରିସ୍ମାଙ୍କୁ ମୁହାଁମୁହିଁ ପଚରାଉଚରା କରୁଛନ୍ତି।
ସେପଟେ ଏହି ଜେରାରୁ ବର୍ତ୍ତିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଇଥିବା ନେଇ ଏନସିବି ସନ୍ଦେହ କରିଛି। କାରଣ ଯେଉଁ ସମୟରେ କରିସ୍ମାଙ୍କୁ ସମନ ଜାରି କରାଯାଇଥିଲା ସେହି ସମୟରେ ସେ ଗୋଆରେ ଥିଲେ। ମାତ୍ର ଓକିଲଙ୍କ ପରାମର୍ଶକ୍ରମେ ଦେହ ଅସୁସ୍ଥ ଦର୍ଶାଇ ହାଜର ହେବାରେ ବିଳମ୍ବ କରିଥିଲେ। ପରେ ଗତ ଶୁକ୍ରବାର କରିସ୍ମାଙ୍କୁ ଜେରା କରି ଛାଡ଼ିଦେଇଥିଲା।
ଏନସିବି ଆହୁରି ମଧ୍ୟ ଆଶଙ୍କା ପ୍ରକାଶ କରିଛି ଯେ, କରିସ୍ମା ଜେରା ପରେ ସମସ୍ତ ତଥ୍ୟ ଦୀପିକାଙ୍କୁ ଜଣାଇଦେଇଛି। କରିସ୍ମାଙ୍କ ଠାରୁ ସମସ୍ତ ସୂଚନା ପାଇବା ପରେ ପୂର୍ଣ୍ଣ ପ୍ରସ୍ତୁତି ହୋଇ ଦୀପିକା ଏନସିବି କାର୍ଯ୍ୟାଳୟକ ଆସିଥିବା ଜଣାପଡ଼ିଛି। ଏହି କାରଣରୁ ଅନେକ ପ୍ରଶ୍ନରେ ନିଜର ନୀରବତା ପ୍ରକାଶ କରିବା ସହିତ ଅନେକ ପ୍ରଶ୍ନର ଉତ୍ତର ସଠିକ ଢଙ୍ଗରେ ଦେଇନଥିବା ଜଣାପଡ଼ିଛି। ତେବେ ଏନସିବି ଆଜି ଦୀପିକାଙ୍କୁ ଜେରା କରି ସାରିଥିବା ବେଳେ ପରବର୍ତ୍ତି ସମୟରେ ପୁନର୍ବାର ଡାକିବାର ସମ୍ଭାବନା ମଧ୍ୟ ରହିଛି।