)
ବିକ୍ରମ ସାହୁ, ନୂଆଦିଲ୍ଲୀ: ନିଜ ସୁନ୍ଦରତାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା । ଆଖି ଆଖିରେ ହୃଦୟ ଜିତିନେବା । ଖାଲି ଏତିକି ନୁହେଁ ବଲିଉଡ (Bollywood) ର ସୁନ୍ଦରୀଙ୍କ ଦମ୍ । ବରଂ ନିଶା ମାମଲାରେ ସେମାନେ ନମ୍ବର ୧ ସ୍ଥାନ ମଧ୍ୟ ହାସଲ କରିଛନ୍ତି । ଏହା ଆମେ କହୁନୁ । ଏହା ତାଙ୍କ ଫୋନ ଭିତରୁ ଧୂଆଁ ଭଳି ବାହାରକୁ ବାହାରୁଛି । ଆଉ ସେପଟେ ରିୟାଙ୍କ ଛୋଟ ନିଆଁ ଝୁଲ ଏବେ ବିସ୍ଫୋରଣ ସୃଷ୍ଟି କରିଛି । ରିୟାଙ୍କ ଡ୍ରଗ୍ ମଣ୍ଡଳୀ NCBଙ୍କ କବଜାରେ ପ୍ରଥମରୁ ହିଁ ରହିଥିବାବେଳେ ଏବେ ସାରା ଅଲ୍ଲୀ ଖାଁଙ୍କ ଉପରେ ଚଡ଼କ ପଡ଼ିବ । ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ପରେ ଏବେ ଦୀପିକା NCB ହେଫାଜତକୁ ଆସିଯାଇଛନ୍ତି ।
ସେପଟେ ଶ୍ରଦ୍ଧା କପୁରଙ୍କ ମଧ୍ୟ ଅସୁବିଧା ବଢିବାରେ ଲାଗିଛି । କାରଣ ସମସ୍ତ ଡ୍ରଗଉଡ ଯେତେବେଳେ ଜୟ ସାହାଙ୍କ ପଛରେ ଘୁରି ବୁଲୁଥିଲା, ସେହି ଜୟା ଶାହ ଏବେ NCB ସାମ୍ନାରେ ସମସ୍ତ ପୋଲ୍ ଖୋଲିଦେଇଛନ୍ତି । ଜୟା ଶାହଙ୍କ ଉପରେ NCB ଯେପରି ପଞ୍ଝା ମାରିଛି । ସେ ବଲିଉଡ଼ର ବଡ଼ ବଡ଼ ନିଶାଡ଼ିଙ୍କୁ ଜାଲରେ ଫସାଇ ଦେଇଛନ୍ତି । ଜୟା ଶାହ ଏହି ସ୍ୱୀକାରୋକ୍ତି ପରେ ଶ୍ରଦ୍ଧା କପୁରଙ୍କ ଅସୁବିଧା ବଢ଼ିଯାଇଛି...କାରଣ ଏବେ ଡ୍ରଗଉଡର ଏହି ଯାଞ୍ଚରେ NCB ରାଡାରରେ ପଡ଼ିଯାଇଛନ୍ତି ଶ୍ରଦ୍ଧା କପୁର । ଶ୍ରଦ୍ଧା ଏବଂ ଜୟା ଶାହଙ୍କ DRUG ଚାଟ୍ NCB ହାତରେ ଲାଗିଥିଲା...ଏହି ଡ୍ରଗ୍ ଚାଟ୍ ଜରିଆରେ ଏବେ ଶ୍ରଦ୍ଧା କପୁରଙ୍କ ଡ୍ରଗଉଡ ସହ କନେକସନ୍ ର ଖୁଲାସା ହେବ ।
ସେପଟେ ଜୟା ଶାହଙ୍କ ଡ୍ରଗ୍ ଚାଟ୍ସ, ୯୦ ଦଶକର ଜଣାଶୁଣା ହିରୋଇନ୍ ଥିବା ନମ୍ରତା ଶିରୋଧକରଙ୍କ ସହ ସାମ୍ନାକୁ ଆସିଛି...ଆଉ ଏହି ଡ୍ରଗ ଚାଟ୍ ରେ ଦୁଇ ଜଣଙ୍କ ମଧ୍ୟରେ MD ଡ୍ରଗ୍ ନେଇ କଥାବାର୍ତ୍ତା ହୋଇଥିଲା..ହେଲେ ଯେବେ NCB, ଜୟା ଶାହଙ୍କୁ ଏହି ଚାଟ୍ ନେଇ ପ୍ରଶ୍ନ କରିଥିଲେ, ତେବେ ସେ ଅଧିକାରୀଙ୍କୁ ବେଶ ଗୋଲ୍ ଗୋଲ୍ ବୁଲାଇଥିଲେ...ଜୟା ଶାହ ଚାଟ୍ ନେଇ କଥା ସ୍ୱୀକାର କଲେ, ହେଲେ ନମ୍ରତା ଶିରୋଧକର ନିଜ ଚାଟ୍ ନେଇ ମନେ ନଥିବା କହିଦେଲେ । ସେପଟେ NCB ସାମ୍ନାରେ ଜୟା ଶାହଙ୍କ ବୟାନ, DRUGଉଡ ଏବଂ ଅନେକ ଅଭିନେତ୍ରୀଙ୍କ ଅସୁବିଧା କେତେ ବଢାଇବ, ତାହା ଆଗାମୀ ଦିନ ଜଣାପଡିବ ।