ଭୁଲ ଇତିହାସ ପଢୁଛନ୍ତି ଛାତ୍ରଛାତ୍ରୀ, ଧରାପଡିଲା NCERTର ଚୋରି
Advertisement

ଭୁଲ ଇତିହାସ ପଢୁଛନ୍ତି ଛାତ୍ରଛାତ୍ରୀ, ଧରାପଡିଲା NCERTର ଚୋରି

ଗୁରୁବାର ଦିନ ସୋସିଆଲ ମିଡିଆରେ NCERT ଟ୍ରେଣ୍ଟ କରୁଥିଲା। ଲୋକେ ପୁଣିଥରେ ଦେଶର ଶିକ୍ଷା ବ୍ୟବସ୍ଥା ଓ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ହିନ୍ଦୁ (Hindu) ଗୌରବ ବନାମ ମୋଗଲ ଓ ପଶ୍ଚିମ ଦେଶର ଚାଟୁକାରଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଉପୁଜିଛି। 

ଡିଜାଇନ ଫଟୋ
ନୂଆଦିଲ୍ଲୀ: ଭାରତ ଶିକ୍ଷା ବ୍ୟବସ୍ଥାର ବିକାଶ ଉଦ୍ଦେଶ୍ୟର NCERT (ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ତାଲିମ ପରିଷଦ) ଗଠନ କରାଯାଇଥିଲା। କିନ୍ତୁ ଏହାକୁ କେତେ ବେଳେ କ୍ଷେମତା ଅଧିଗ୍ରହଣ କରିନେଲା ତାହା ଜଣା ପଡିଲା ନାହିଁ। ବୋଧ ହୁଏ ଗୋଟିଏ ନିର୍ଦ୍ଧିଷ୍ଟ ବିଚାର ଧାରାକୁ ପୋଷିତ କରିବାପାଇଁ NCERTକୁ ଢାଲ କରାଯାଇଛି। ଇତିହାସ ଓ ଭବିଷ୍ୟତର ଲଢେଇ ମଧ୍ୟରେ କେବେ ଛାତ୍ରଛାତ୍ରୀ ଦେଶର ସଠିକ ଅତୀତ ଜାଣିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
 
ଗତ ଗୁରୁବାର ଦିନ ସୋସିଆଲ ମିଡିଆରେ NCERT ଟ୍ରେଣ୍ଟ କରୁଥିଲା। ଲୋକେ ପୁଣିଥରେ ଦେଶର ଶିକ୍ଷା ବ୍ୟବସ୍ଥା ଓ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ହିନ୍ଦୁ (Hindu) ଗୌରବ ବନାମ ମୋଗଲ ଓ ପଶ୍ଚିମ ଦେଶର ଚାଟୁକାରଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଉପୁଜିଛି। କୁହାଯାଉଛି ଯେ NCERT ଦେଶର ଭବିଷ୍ୟତଙ୍କୁ ଭୁଲ ଇତିହାସ ପଢାଉଛି, ହିନ୍ଦୁ ରାଜା ଓ ରାଜ୍ୟ ବିଷୟରେ କମ ସୂଚନା ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।
 
 
ଏକ RTIରେ NCERTର ଚୋରି ଧରାପଡିଛି। ମୋଗଲ (Moghal)କାଳଖଣ୍ଡର ପ୍ରଶଂସାରେ ଦିଆଯାଇଥିବା ବିବରଣୀର ଉତ୍ସ ଜଣିବା ପାଇଁ RTIରେ ଉତ୍ତର ମଗାଯାଇଥିଲା। ଯେଉଁଥିରେ NCERT କହିଥିଲା ଯେ, RTIରେ ମଗାଯାଇଥିବା ଉତ୍ତର ବାବଦରେ ଫାଇଲରେ କୌଣସି ସୂଚନା ଉପଲବ୍ଧ ନାହିଁ। ତେବେ ଏଥିରୁ ସନ୍ଦେହ ହେଉଛି ଯେ ବିନା ପ୍ରମାଣରେ ଶିକ୍ଷାର ବିକାଶ ଦାୟିତ୍ୱରେ ଥିବା ସଂସ୍ଥା NCERT ପାଠ୍ୟପୁସ୍ତକରେ ଭୁଲ ତଥ୍ୟ ଦେଉଛି।
fallback
 
ପଣ୍ଡିତ ଜବାହାର ଲାଲ ନେହେରୁ (Pandit Nehru) ପ୍ରଧାନମନ୍ତ୍ରୀ ଥିଲା ବେଳେ NCERTର ସ୍ଥାପନା ହୋଇଥିଲା। ଅନେକବାର ପରିଷଦ ବିବାଦ ଘେରକକୁ ଆସିଛି ଓ ଏହାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ୧୯୭୫ରେ ପ୍ରପଥମ ଥର NCERTର ଫ୍ରେମୱର୍କ ସାମନାକୁ ଆସିଥିଲା। ଆଉ ଏବେ ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ହେବା ପୂର୍ବରୁ RTI ଏହାର ମୁଖା ଖୋଲିଛି। କିଛି ଲୋକ ଏହାକୁ ରାଜନୈତିକ ରଙ୍ଗ ଦେବାରେ ଲାଗିଛନ୍ତି। ରାଜନୈତିକ ଫାଇଦା ପାଇଁ ଦେଶର ଇତିହାସକୁ ଜନତାଙ୍କ ଠାରୁ ଦୂରେଇ ରଖାଯାଇଛି ବୋଲି ଏକ ନିର୍ଦ୍ଧିଷ୍ଟ ସମୁଦାୟର ଅଭିଯୋଗ କରୁଛି।