ସଚିନଙ୍କୁ ଉପଦେଶ ଦେଲେ ପାୱାର, କହିଲେ-ନିଜ କ୍ଷେତ୍ରଠାରୁ ଅଲଗା ବିଷୟ ଉପରେ କହିବା ବେଳେ...
Advertisement

ସଚିନଙ୍କୁ ଉପଦେଶ ଦେଲେ ପାୱାର, କହିଲେ-ନିଜ କ୍ଷେତ୍ରଠାରୁ ଅଲଗା ବିଷୟ ଉପରେ କହିବା ବେଳେ...

ପାୱାର କେନ୍ଦ୍ର ସରକାର ଉପରେ କୃଷକ ଆନ୍ଦୋଳନକୁ ବଦନାମ କରିବାର ଅଭିଯୋଗ ଆଣିଛନ୍ତି । 

ସଚିନଙ୍କୁ ଉପଦେଶ ଦେଲେ ପାୱାର, କହିଲେ-ନିଜ କ୍ଷେତ୍ରଠାରୁ ଅଲଗା ବିଷୟ ଉପରେ କହିବା ବେଳେ...

ନୂଆଦିଲ୍ଲୀ: ଏନସିପି ପ୍ରମୁଖ ଶରଦ ପାୱାର (NCP Chief Sharad Pawar) ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ( Sachin Tendulkar) ଙ୍କୁ ଅନ୍ୟ ବିଷୟରେ କହିବାବେଳେ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି । ନିକଟ ଅତୀତରେ ଯେତେବେଳେ ରିହାନା (Rihanna) ଓ ଗ୍ରେଟା ଥନବର୍ଗ (Greta Thunberg) ଙ୍କ ପରି ଅନ୍ତର୍ଜାତୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନ (Farmers Protest) ର ସମର୍ଥନରେ ଟ୍ୱିଟ୍ କରିଥିଲେ ତ କିଛି ଭାରତୀୟ ସେଲିବ୍ରିଟି (Indian celebrities) ଙ୍କ ପରି ସଚିନ ତେନ୍ଦୁଲକର ମଧ୍ୟ ପ୍ରତିକ୍ରିୟା ଦେଇ ଟ୍ୱିଟ୍ କରିଥିଲେ । 

ଅଧିକ ପଢ଼ନ୍ତୁ:-କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର

ସଚିନ ଟ୍ୱିଟ୍ କରି ଲେଖିଥିଲେ ଯେ, "ଭାରତର ସାର୍ବଭୌମତ୍ୱ ସହ ସାଲିସ କରିହେବ ନାହିଁ । ଭାରତରେ ଯାହା ଘଟୁଛି ବାହ୍ୟ ଶକ୍ତି ତାହାର ଦର୍ଶକ ହୋଇପାରନ୍ତି କିନ୍ତୁ ଅଂଶଗ୍ରହଣକାରୀମାନେ ନୁହେଁ । ଭାରତୀୟମାନେ ଭାରତକୁ ଜାଣନ୍ତି ଏବଂ ସେମାନଙ୍କୁ ଏହାର ନିଷ୍ପତ୍ତି ନେବାକୁ ପଡିବ । ଆସନ୍ତୁ ଏକ ରାଷ୍ଟ୍ର ଭାବରେ ଏକଜୁଟ ହେବା । "

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଶରଦ ପାୱାର ଗଣମାଧ୍ୟମକୁ କହିଛନ୍ତି ଯେ "ସେମାନେ (ଭାରତୀୟ ସେଲିବ୍ରିଟି) ଯେଉଁ ଷ୍ଟାଣ୍ଡ ନେଇଛନ୍ତି ତାହା ଉପରେ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସଚିନ ତେନ୍ଦୁଲକରଙ୍କୁ ମୋର ପରାମର୍ଶ ହେଉଛି ଯେ ସେ ନିଜ କ୍ଷେତ୍ର ବାହାରେ ଥିବା କୌଣସି ବିଷୟ ଉପରେ କଥା ହେବାବେଳେ ସତର୍କ ହେବା ଉଚିତ୍ ।"

ଅଧିକ ପଢ଼ନ୍ତୁ:-ଏହି ଯୋଜନାରେ ମାଗଣାରେ ମିଳିବ LPG କନେକ୍ସନ ଓ ୧୬୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ପାୱାର କେନ୍ଦ୍ର ସରକାର ଉପରେ କୃଷକ ଆନ୍ଦୋଳନକୁ ବଦନାମ କରିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "କେନ୍ଦ୍ର ସରକାର ସେମାନଙ୍କୁ ଖାଲିସ୍ତାନୀ ଓ ଆତଙ୍କବାଦୀ ବୋଲି କହି କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଦେଶର ଅନ୍ନଦାତାଙ୍କୁ ଅପମାନିତ କରିବା ଏହା ଏକ ଭଲ ଉପାୟ ନୁହେଁ । ଯଦି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ନିତିନ ଗଡକରୀଙ୍କ ପରି ବରିଷ୍ଠ ନେତାମାନେ ଆଗକୁ ଆସି ଆନ୍ଦୋଳନକାରୀ ଚାଷୀଙ୍କ ସହ କଥା ହୁଅନ୍ତି ତେବେ ଏହାର ସମାଧାନ ହୋଇପାରିବ ।"