ନୂଆଦିଲ୍ଲୀ: ୧୧ ଦିନିରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ଏବେ ବି ନିଜ ଜିଦରେ ଅଟଳ କୃଷକ। ସରକାରଙ୍କ ସହ ୫ ଥର ବୈଠକ ହେଲା ପରେ ମଧ୍ୟ ବାହାରି ପାରିନାହିଁ ନିଷ୍କର୍ଷ। ସେପଟେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ।


COMMERCIAL BREAK
SCROLL TO CONTINUE READING

କୃଷକଙ୍କ ଆନ୍ଦୋଳନ (farmer protests) କୁ ପୂର୍ବରୁ କଂଗ୍ରେସ ଓ ମମତା ଦିଦିଙ୍କ TMC ସମର୍ଥନ ଜଣାଇଛନ୍ତି। ଏହି କ୍ରମରେ ରବିବାର କୃଷକଙ୍କ ସହ ସାମିଲ ହୋଇଛନ୍ତି NCP ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାର (Sharad Pawar) । ସେ କୃଷକଙ୍କ ଆନ୍ଦୋଳନକୁ ନେଇ ମୋଦି ସରକାର (Modi Govt) କୁ ଆଗୁଆ ସତର୍କ କରିବା ସହ କୃଷି ଆଇନ (farmer law) ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଅପିଲ କରିଛନ୍ତି। 



ଶରଦ ପାୱାର କହିଛନ୍ତି ଯେ, ଏବେ ପଞ୍ଜାବ  (Punjab) ଓ ହରିୟାଣାର ଚାଷୀ (Farmer) ଆନ୍ଦୋଳନରେ ବସିଛନ୍ତି। ଏହି ୨ ରାଜ୍ୟ ଦେଶର ଏକ ପ୍ରମୂଖ ଧାନ ଓ ଗହମ ଉତ୍ପାଦକ। ତେଣୁ ଯଦି କୃଷକ ଆନ୍ଦୋଳନ ଆହୁରି କିଛି ଦିନ ଚାଲେ ତେବେ ସ୍ଥିତି ସାଙ୍ଘାତିକ ହେବ। କାରଣ ଏଥିରେ ଦେଶବ୍ୟାପୀ କୃଷକ ସଙ୍ଗଠନମାନ ସାମିଲ ହେବାର ସମ୍ଭାବନା ଅଛି। ସଂସଦରେ କୃଷି ବିଲ ପାସ୍ ବେଳେ ସରକାର କାହାର ଶୁଣିଲେ ନାହିଁ ଏବଂ ତରବରିଆ ଭାବେ ତାହାକୁ ଆଇନରେ ପରିଣତ କରିଦେଲେ, ଯାହା ହେବାର ନଥିଲା।


Also Read: କୃଷକ ଆନ୍ଦୋଳନ; ଦାବି ପୂରଣ କରିବାକୁ ଏବେ କଣ କରିବେ ସରକାର?


ସେପଟେ ମହାରାଷ୍ଟ୍ର NCP ମୁଖ୍ୟାଳୟରୁ ସୂଚନା ମିଳିଛି ଯେ, ଆସନ୍ତା ୯ ତାରିଖ ଦିନ ଶରଦ ପାୱାର ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind) ଙ୍କୁ ଭେଟିବେ। ଆଲୋଚନା ବେଳେ ସେ କୃଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ପାରନ୍ତି। ଏହି ଦିନ ହିଁ ସରକାର ଓ କୃଷକଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ ହେବାର ଅଛି। ଆଶା କରାଯାଉଛି ୯ ତାରିଖରେ ହେବାକୁ ଥିବା ଆଲୋଚନାରେ କିଛି ସନ୍ତୋଷ ଜଣକ ଫଳାଫଳ ଆସିବ ଏବଂ କୃଷକମାନେ ଦିଲ୍ଲୀ ସୀମାରୁ ଘରକୁ ଫେରିବେ।