CAA ବିରୋଧି ରାଲିରେ ହୋଇଛି ଶିଶୁ ସୁରକ୍ଷା ଆଇନର ଉଲ୍ଲଂଘନ: NCPCR
Advertisement

CAA ବିରୋଧି ରାଲିରେ ହୋଇଛି ଶିଶୁ ସୁରକ୍ଷା ଆଇନର ଉଲ୍ଲଂଘନ: NCPCR


CAA ବିରୋଧି ରାଲିରେ ଶିଶୁମାନଙ୍କର ଦୁରୁପଯୋଗ କରାଯାଇଥିବା ନେଇ ଦୁଇଟି ଚାଇଲ୍ଡ କେୟାର ସେଣ୍ଟର, ଦିଲ୍ଲୀ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। ସେହି ଚାଇଲ୍ଡ କେୟାର ସେଣ୍ଟର ଗୁଡିକ "ସେଣ୍ଟର ଫର ଇକ୍ୱିଟି ଷ୍ଟଡିଜ୍" ଅଧିନରେ ପରିଚାଳିତ ହେଉଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR), ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ହର୍ଷ ମଣ୍ଡେରଙ୍କ ସହ ଜଡିତ ଦୁଇଟି ଶିଶୁ ଗୃହରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ ହୋଇଛି ଏବଂ ତାହାର ଅଧିକ ଯାଞ୍ଚ କରାଯିବା ଆବଶ୍ୟକ। NCPCR ଉକ୍ତ ଗୃହଗୁଡିକର ପରିଚାଳନା, ପିଲାମାନଙ୍କର ଚିକିତ୍ସା ତଥା ଅର୍ଥର ଅନୈତିକ ଉତ୍ସ ସହିତ ବେଆଇନ କାର୍ଯ୍ୟକଳାପ ରେକର୍ଡ କରିବା ପରେ ଏହି ବୟାନ ଆସିଛି। NCPCR ଅନୁଯାୟୀ ଅନୁଷ୍ଠାନଗୁଡିକ ସେହି ଅଭିଯୋଗ ଗୁଡିକ ଉପରେ କିଛି ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

CAA ବିରୋଧି ରାଲିରେ ଶିଶୁମାନଙ୍କର ଦୁରୁପଯୋଗ କରାଯାଇଥିବା ନେଇ ଦୁଇଟି ଚାଇଲ୍ଡ କେୟାର ସେଣ୍ଟର, ଦିଲ୍ଲୀ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। ସେହି ଚାଇଲ୍ଡ କେୟାର ସେଣ୍ଟର ଗୁଡିକ "ସେଣ୍ଟର ଫର ଇକ୍ୱିଟି ଷ୍ଟଡିଜ୍" ଅଧିନରେ ପରିଚାଳିତ ହେଉଛି। ଆଉ ସେଣ୍ଟରର ନିର୍ଦ୍ଦେଶକ ହର୍ଷ ମଣ୍ଡେର ଅଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଲା ପରେ NCPCRକୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ଏହି ତଦନ୍ତ ସମୟରେ ଅନେକ ସାଙ୍ଘାତିକ ତଥ୍ୟ ମିଳିଛି ଯାହାକୁ NCPCR ସତ୍ୟପାଠ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟ (Delhi High Court) ରେ ରିପୋର୍ଟ ଦାଖଲ କରିଛି।

Also Read: 'ଜବରଦସ୍ତି କଲେ ଭାଇରାଲ କରିଦେବି ତୋ ଫଟୋ'

ଅନ୍ତେବାସୀଙ୍କ ବୟାନ ଅନୁସାରେ ଶିଶୁ ଗୃହରେ ଶିଶୁ ଅଧିକାରର ଉଲ୍ଲଂଘନ ହୋଇଛି ଏବଂ ଶିଶୁମାନଙ୍କୁ CAA ବିରୋଧି ରାଲି ବା ଧାରଣା ସ୍ଥାନକୁ ନିଆଯାଇଥିଲା। ଆଉ ଏଭଳି କାର୍ଯ୍ୟକଳାପ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, ୨୦୧୫ର ଧାରା ୮୩ (୨)ର ଉଲ୍ଲଂଘନ ବୋଲି NCPCR କହିଛି। ଦିଲ୍ଲୀ ହାଇକୋର୍ଟଙ୍କୁ NCPCR ସୂଚନା ଦେଇଛି ଯେସ ମଣ୍ଡେର (Harsh Mander) ଙ୍କ ଦ୍ୱାରା ପରିଚାଳିତ ଚାଇଲ୍ଡ କେୟାର ହାଉସ (Child Care homes) ରେ ଶିଶୁ ଯୌନ ଶୋଷଣ ମଧ୍ୟ ଚାଲିଥିଲା ଏବଂ ତାହାର ରିପୋର୍ଟ କରାଯାଇ ନଥିଲା।

ଯାଞ୍ଚ ସମୟରେ NCPCRକୁ ସୂଚନା ଦିଆଯାଇଥିଲା ଯେ, ଅନୁଷ୍ଠାନ ଏବଂ ସରକାରଙ୍କ ମଧ୍ୟରେ ଏକ ଏମଓୟୁ ହୋଇଛି। ଦିଲ୍ଲୀ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଉଭୟ ଅନୁଷ୍ଠାନରେ ନିୟୋଜିତ ଶିକ୍ଷକଙ୍କ ଯୋଗ୍ୟତା ଏମଓୟୁ ନିୟମ ସହିତ ସମାନ ନୁହେଁ। ବିଦେଶୀ ନାଗରିକମାନଙ୍କୁ ଅନୁଷ୍ଠାନରେ ସ୍ବେଚ୍ଛାକୃତ ସେବା ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିଲା। ବିଦେଶୀ ନାଗରିକମାନେ ନିଯୁକ୍ତି ଭିସା ଏବଂ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ। କମିଶନଙ୍କ ନିକଟରେ ଏହା ଅସ୍ପଷ୍ଟ ଥିଲା ଯେ କେଉଁ ଆଧାରରେ ଏହି ବିଦେଶୀ ନାଗରିକମାନଙ୍କୁ ଏହି ଅନୁଷ୍ଠାନଗୁଡ଼ିକରେ ସ୍ୱେଚ୍ଛାକୃତ ସେବା ଯୋଗାଇବା ଏବଂ ପିଲାମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁମତି ଦିଆଯାଇଥିଲା, ଯେତେବେଳେ ସେମାନଙ୍କର ଭାରତ ଗସ୍ତ ଅନ୍ୟ ଉଦ୍ଦେଶ୍ୟରେ ଥିଲା।

Also Read: ଝାଡଖଣ୍ଡରେ ବିଚାରପତିଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା, ଚୋରି ହୋଇଥିବା ଟେମ୍ପୋ ଚଢ଼େଇ କରାଇଯାଇଥିଲା ହତ୍ୟା!
 
NCPCRକୁ ସୂଚନା ଦିଆଯାଇଥିଲା ଯେ, CAA ବିରୋଧ ସମୟରେ ପିଲାମାନଙ୍କୁ ଜନ୍ତର ମନ୍ତ୍ରକୁ ନିଆଯାଇଥିଲା; “ଶିଶୁ ଏବଂ ଆୟୋଗ ମଧ୍ୟରେ ହୋଇଥିବା ଗୋଷ୍ଠୀ ଆଲୋଚନା ସମୟରେ ପିଲାମାନେ ସୂଚନା ଦେଇଛନ୍ତି ଯେ, ବାହାଘର ଏବଂ ଯାତ୍ରା ବିଷୟରେ ଜଣେ ଝିଅ କହିଛନ୍ତି ଯେ ସେ ଅନ୍ୟ ୫ରୁ ୬ ଝିଅଙ୍କ ସହ CAA ବିରୋଧ ସମୟରେ ଜନ୍ତର ମନ୍ତ୍ରକୁ ଯାଇଥିଲେ। ସେମାନଙ୍କୁ ଗୋଟିଏ ଦିଦି ନେଇ ଯାଇଥିଲେ, ସେମାନେ ସେଠାରେ ବସିଥିଲେ କିନ୍ତୁ ବହୁତ ଭିଡ ହୋଇଥିଲା ଏବଂ ଗ୍ରୀଷ୍ମ ଯୋଗୁଁ ସେମାନଙ୍କୁ ଘରକୁ ଫେରାଇ ନିଆଯାଇଥିଲା।
 
ଏହାର ପ୍ରାଥମିକ ରିପୋର୍ଟରେ, NCPCR କହିଛି ଯେ, କେବଳ ଏକ ନିର୍ଦ୍ଦିଷ୍ଟ ଧର୍ମର ପିଲାମାନଙ୍କୁ ଗୃହରେ ରଖାଯାଉଥିଲା ଏବଂ ଏହି ସଂସ୍ଥା ପ୍ରଚୁର ଅର୍ଥ ଗ୍ରହଣ କରୁଥିଲା ଯାହା ଧର୍ମ ପରିବର୍ତ୍ତନ ଭଳି ଅନୈତିକ କାର୍ଯ୍ୟରେ ବ୍ୟବହୃତ ହେଉଥିଲା। ଏପରି କି ବୟସ୍କମାନଙ୍କ ଦ୍ୱାରା ନାବାଳିକଙ୍କୁ ଯୌନ ଶୋଷଣର ଅଭିଯୋଗ, ନ୍ୟାସନାଲ କନଭେନର, କଲିଙ୍ଗ ରାଇଟ୍ସ ଫୋରମ୍, ଓଡ଼ିଶାରୁ ଗ୍ରହଣ କରାଯାଇଥିଲା। କିନ୍ତୁ ଯାଞ୍ଚ ସମୟରେ, ଅନୁଷ୍ଠାନ ଦ୍ୱାରା ରିପୋର୍ଟ କରାଯାଇଥିଲା ଯେ ଆରମ୍ଭରୁ କୌଣସି ଯୌନ ଅପରାଧ ହୋଇ ନାହିଁ କିମ୍ବା ଶିଶୁ ଅଧିକାର ଉଲ୍ଲଂଘନ ମାମଲା ମଧ୍ୟ ଏହି ଅନୁଷ୍ଠାନ ଦ୍ୱାରା ରିପୋର୍ଟ କରାଯାଇ ନାହିଁ। 

Also Read: ମୋଦି ସରକାରଙ୍କ ବଡ଼ ଘୋଷଣା; ମେଡିକାଲ କଲେଜ୍ ନାମଲେଖାରେ OBC ଓ EWSକୁ ମିଳିବ ଏତିକି ପ୍ରତିଶତ ସଂରକ୍ଷଣ

ବିଭିନ୍ନ ସୂତ୍ର ମାଧ୍ୟମରେ ଆୟୋଗ ଜାଣିବାକୁ ପାଇଥିଲେ ଯେ ୨୦୧୨, ୨୦୧୩ ଏବଂ ୨୦୧୬ରେ ଉକ୍ତ ଗୃହ ମଧ୍ୟରେ ଶିଶୁ ଯୌନ ନିର୍ଯାତନା ସହ ଜଡିତ ବିଭିନ୍ନ ଘଟଣା ଘଟିଛି। ଗୃହର କର୍ମଚାରୀ ତଥା ଇନ୍-ଚାର୍ଜ୍ଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିକ୍ରିୟା ଏହି ବିଷୟଟି ବିଭ୍ରାନ୍ତିକର ଏବଂ ଭୁଲ ବୋଲି ଦେଖାଯାଇଛି, ଯାହା ଏକ ଗୁରୁତର ଉଲ୍ଲଂଘନ ଏବଂ ଅପରାଧ ଅଟେ। ଘଟଣାରୁ ପ୍ରକାଶ, ଗୃହର ଜଣେ କର୍ମଚାରୀଙ୍କ ନିକଟରୁ ଯୋଗାଯୋଗରେ ଆୟୋଗ ସୂଚନା ପାଇଛନ୍ତି ଯେ, ଗୃହରେ ଯୌନ ଶୋଷଣ ମାମଲା ପ୍ରଚଳିତ ଅଛି ଏବଂ ସେପରି କୌଣସି ରିପୋର୍ଟ କରାଯାଉ ନାହିଁ।