ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ପୁନର୍ବାର ବାଜି ମାରିନେଲେ ଏନଡିଏ ପ୍ରାର୍ଥୀ ହରିବଂଶ ସିଂହ

ପୁନର୍ବାର ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେଡିୟୁ ରାଜ୍ୟସଭା ସାଂସଦ ହରିବଂଶ ନାରାୟଣ ସିଂହ ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ପୁନର୍ବାର ବାଜି ମାରିନେଲେ ଏନଡିଏ ପ୍ରାର୍ଥୀ ହରିବଂଶ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ (Deputy Chair Man of Rajya Sabha) ଲାଗି ହୋଇଥିବା ନିର୍ବାଚନରେ ପୁନର୍ବାର ବାଜି ମାରି ନେଇଛନ୍ତି ଜନତା ଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ସାଂସଦ ତଥା ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (NDA-National Democratic Alliance) ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ(Harivansh Narayan Singh)।

ଅନ୍ୟପଟେ ତାଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦିତା କରୁଥିଲେ ରାଷ୍ଟ୍ରୀୟ ଜନତା ଦଳ-ଆରେଜଡି (RJD-Rastriya Janata Dal) ସାଂସଦ ତଥା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ-ଏନଡିଏ (UPA-United Progressive Alliance) ପ୍ରାର୍ଥୀ ମନୋଜ ଝା (Manoj Jha)।  

ହରିବଂଶ ସିଂହଙ୍କୁ ଉପାଧ୍ୟକ୍ଷ ଘୋଷଣା କରିବା ଲାଗି ସର୍ବପ୍ରଥମେ ପ୍ରସ୍ତାବ ରଖିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Nadda)। ଦ୍ୱିତୀୟ ପ୍ରସ୍ତାବକ ରହିଥିଲେ ଦଳର ରାଜ୍ୟସଭା ନେତା ଥାୱର ଚାନ୍ଦ ଗେହୋଲତ (BJP Rajya Sabha Leader Thawarchand Gehlot)।

ସେହିପରି ମନୋଜ ଝାଙ୍କୁ ଉପାଧ୍ୟକ୍ଷ ଘୋଷଣା କରିବା ଲାଗି ପ୍ରସ୍ତାବ ରଖିଥିଲେ ଯଥାକ୍ରମେ ରାଜ୍ୟସଭା ବିରୋଧି ଦଳ ନେତା (Leader of Opposition Rajya Sabha) ଗୁଲାମ ନବୀ ଆଜାଦ (Ghulam Navi Azad), କଂଗ୍ରେସ ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମା (Congress Rajya MP Anand Sharma)।

ରାଜ୍ୟସଭା ଉପାଧ୍ୟକ୍ଷ ବାଜିମାତ କରିଥିଲେ ହରିବଂଶ ସିଂହ । ସେ ପ୍ରଥମେ ଏହି ପଦ ଲାଗି ୨୦୧୮ ଅଗଷ୍ଟ ୮ ତାରିଖରେ ନିର୍ବାଚିତ ହୋଇଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ସାମ୍ବାଦିକତା ସହ ଜଡିତ ଥିଲେ । ଚଳିତ ବର୍ଷ ଏପ୍ରିଲରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରେ ପୁନର୍ବାର ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। 

ରାଜ୍ୟସଭା ଉପାଧକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା ଏହି ମେଣ୍ଟର ପୂର୍ବତନ ଅଂଶୀଦାର ନବୀନ ପଟ୍ଟନାୟକଙ୍କ (Naveen Pattnaik) ନେତୃତ୍ୱାଧିନ ବିଜୁ ଜନତା ଦଳ-ବିଜେଡି(BJD-Biju Janata Dal)। ଅନ୍ୟପଟେ ତେଲେଙ୍ଗାନାରେ କ୍ଷମତାସୀନ ଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ(TRS-Telengana Rastra Samiti) ନିର୍ବାଚନରୁ ଦୂରେଇ ଯାଇଥିଲା । 

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଉପସଭାପତି ଲାଗି ୧୨୩ ଭୋଟ ଆବଶ୍ୟକ । ଶାସକ ଏନଡିଏ ପାଖରେ ୧୦୧ ସାଂସଦ ଅଛନ୍ତି। ଏହା ବ୍ୟତୀତ ଏଆଇଏଡିଏମକେ(AIADMK-All India Anna Dravida Munnetra Kazhagam) ୯ , ବିଜେଡି ୯, ଟିଆରଏସ ୭, ୱାଇଏସଆରସିପି (YSRCP-Yuvajana Sramika Rythu Congress Party) ୬ ସାଂସଦ ଅଛନ୍ତି । 

ସେହିପରି ୟୁପିଏ ମେଣ୍ଟର ନେତୃତ୍ୱ ନେଉଥିବା କଂଗ୍ରେସ ପାଖରେ ୪୦, ଏହାର ସହଯୋଗୀ ଯଥାକ୍ରମେ ଡିଏମକେ(DMK-Dravida Munnetra Kazhagam) ୭, ବାମ ଦଳ (Left Party) ୬, ଆରଜେଡି ୫, ଏନସିପି(NCP-Nationalist Congress Party)୪, ଶିବସେନା(Shivsena) ୩, ମୁସଲିମ ଲିଗ(Muslim League)୧, ଜେଡିଏସ(JDS-Janata Dal Secular) ୧, ଜେଏମଏମ(JMM-Jharkhand Mukti Morcha) ୧, କେରଳ କଂଗ୍ରେସ (Kerla Congress) ୧, ଟିଡିପି (TDP-Telugu Desam Party) ୧ ସାଂସଦଙ୍କ ସମର୍ଥନ ରହିଛି ।