Advertisement
Article Detail0/zeeodisha/odisha2773034
Zee OdishaOdisha National-InternationalNDA CM Conclave: ଜାତିଗତ ଜନଗଣନା ଏବଂ ଅପରେସନ ସିନ୍ଦୁର ନେଇ ଗୃହୀତ ହେଲା ପ୍ରସ୍ତାବ

NDA CM Conclave: ଜାତିଗତ ଜନଗଣନା ଏବଂ ଅପରେସନ ସିନ୍ଦୁର ନେଇ ଗୃହୀତ ହେଲା ପ୍ରସ୍ତାବ

ଜେପି ନଡ୍ଡା କହିଥିଲେ ଯେ, "ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ମୁଖ୍ୟମନ୍ତ୍ରୀ ସମ୍ମିଳନୀ ସମାପ୍ତ ହୋଇଛି। ମୋଟ ୧୦ ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ ଉପମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। 

NDA CM Conclave: ଜାତିଗତ ଜନଗଣନା ଏବଂ ଅପରେସନ ସିନ୍ଦୁର ନେଇ ଗୃହୀତ ହେଲା ପ୍ରସ୍ତାବ

NDA CM Conclave: ଆଜି (ରବିବାର, ମଇ ୨୫)ରେ ଦିଲ୍ଲୀରେ NDA ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସମଗ୍ର ଦେଶରୁ ୨୦ ଜଣ ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ଦୁଇଟି ପ୍ରମୁଖ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଥମଟି 'ଅପରେସନ୍ ସିନ୍ଦୂର'ରେ ଭାରତୀୟ ସଶସ୍ତ୍ର ବାହିନୀର ସାହସିକତାକୁ ପ୍ରଶଂସା କରିବା ଏବଂ ଦ୍ୱିତୀୟଟି ଜାତିଗତ ଜନଗଣନାକୁ ସମର୍ଥନ କରିବା।

ସମ୍ମିଳନୀ ଶେଷରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସମସ୍ତ ଏନଡିଏ ନେତା ସର୍ବସମ୍ମତିକ୍ରମେ ଉଭୟ ପ୍ରସ୍ତାବକୁ ପାରିତ କରିଛନ୍ତି।

ଜେପି ନଡ୍ଡା କହିଥିଲେ ଯେ, "ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ମୁଖ୍ୟମନ୍ତ୍ରୀ ସମ୍ମିଳନୀ ସମାପ୍ତ ହୋଇଛି। ମୋଟ ୧୦ ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ ଉପମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ଅପରେସନ ସିନ୍ଦୂର ଉପରେ ପ୍ରଥମ ପ୍ରସ୍ତାବ ପାରିତ ହୋଇଥିଲା। ଏହି ଅପରେସନ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ କରା ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସେନା ଦ୍ୱାରା ନିଆଯାଇଥିବା ସମସ୍ତ ସାହସିକ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ। ସଶସ୍ତ୍ର ବାହିନୀର ସାହସିକତାକୁ ମଧ୍ୟ ଖୁବ ପ୍ରଶଂସା କରାଯାଇଥିଲା।" 

Add Zee News as a Preferred Source

ଏନଡିଏ ସମ୍ମିଳନୀରେ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ କରାଯାଇଛି । ବିଜେପି ସଭାପତି ନଡ୍ଡା ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ଏହି ନିଷ୍ପତ୍ତି କୌଣସି ପ୍ରକାରର ଜାତିବାଦୀ ରାଜନୀତିର ଅଂଶ ନୁହେଁ, ବରଂ ସମାଜର ବଞ୍ଚିତ, ଶୋଷିତ ଏବଂ ପଛୁଆ ବର୍ଗକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏକ ସାମାଜିକ ପ୍ରୟାସ। ନଡ୍ଡା ଏକଥା ମଧ୍ୟ କହିଛନ୍ତି, " ସମସ୍ତ ନେତା ଜାତି ଜନଗଣନାକୁ ସମର୍ଥନ କରିଥିଲେ ଏବଂ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆମେ ସ୍ପଷ୍ଟ କରିଦେଇଛୁ ଯେ, ଆମେ ଜାତିଗତ ରାଜନୀତି କରୁନାହୁଁ, କିନ୍ତୁ ବଞ୍ଚିତ, ଶୋଷିତ ଏବଂ ପୀଡିତମାନଙ୍କୁ ସମାଜର ମୁଖ୍ୟସ୍ରୋତ ସହିତ ଯୋଡ଼ିବାକୁ ଚାହୁଁଛୁ। ଏହା ସମାଜର ଆବଶ୍ୟକତା।"

ସମ୍ମିଳନୀ ସମୟରେ ଛତିଶଗଡ଼ ସରକାରଙ୍କ ବିକାଶ ମଡେଲ ଏବଂ ନବସୃଜନର ମଧ୍ୟ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ ଅରୁଣ ସା ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୁଶାସନ ଏବଂ ନବସୃଜନ ଉପରେ ଆଧାରିତ ରାଜ୍ୟସ୍ତରୀୟ ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଏକଦିନିଆ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନେକ ବରିଷ୍ଠ ଏନଡିଏ ନେତା ଉପସ୍ଥିତ ଥିଲେ। ସୁଶାସନକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟଗୁଡ଼ିକର ଭଲ ପଦକ୍ଷେପଗୁଡ଼ିକୁ ବାଣ୍ଟିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜନ କରାଯାଇଥିଲା। ରାଜନୈତିକ ଦୃଷ୍ଟିକୋଣରୁ NDAର ଏହି ସମ୍ମିଳନୀକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

Also Read- Surya Gochar: ରୋହିଣୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ଆଜିଠୁ ୩ ରାଶିର ଭାଗ୍ୟ ଚମକିଲା

Also Read- Sahara India Refund: ମାତ୍ର ୪୫ ଦିନରେ ପାଇବେ ସାହାରା ଟଙ୍କା, ଜାଣନ୍ତୁ କେମିତି

About the Author