Advertisement
Article Detail0/zeeodisha/odisha698075
Zee OdishaOdisha National-Internationalଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୨ଲକ୍ଷରୁ ଅଧିକ

ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୨ଲକ୍ଷରୁ ଅଧିକ

ଦେଶରେ ଏପର୍ଯ୍ୟନ୍ତ ୩ଲକ୍ଷ ୮୦ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୨୫୭୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 

ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୨ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୫୮୬ ଆକ୍ରାନ୍ତ ଚିହ୍ନଟ । ଦିନକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସେହିପରି ଏହି ସମୟ ମଧ୍ୟରେ ୩୩୬ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ତେବେ ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୩ଲକ୍ଷ ୮୦ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୨୫୭୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୪ହଜାର ୭୧୧ ଜଣ ସୁସ୍ଥ ହେଲେଣି । ଏବେ ୧ଲକ୍ଷ ୬୩ ହଜାର ୨୪୮ଟି ଆକ୍ଟିଭ କେସ ରହିଛି । 

About the Author