JEE ମେନ ପରୀକ୍ଷା ବର୍ଷକୁ ୪ ଥର କରିବା ନେଇ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ତେବେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁଠାରେ ଚଳିତ ବର୍ଷ ପରୀକ୍ଷା କେବଳ ଗୋଟିଏ ଥର ଆୟୋଜନ କରାଯିବ ।
Trending Photos
)
ନୂଆଦିଲ୍ଲୀ: NEET ଛାତ୍ରଛାତ୍ରୀଙ୍କୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଙ୍କ ସୂଚନାନୁଯାଯୀ, ଚଳିତ ବର୍ଷ ଅର୍ଥାତ୍ ୨୦୨୧ରେ ନିଟ୍ ପରୀକ୍ଷା ମାତ୍ର ଗୋଟିଏ ଥର ଆୟୋଜନ କରାଯିବ । ସେହିପରି JEE ମେନ ପରୀକ୍ଷା ବର୍ଷକୁ ୪ ଥର କରିବା ନେଇ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ତେବେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସରକାର ଏ ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁଠାରେ ଚଳିତ ବର୍ଷ ପରୀକ୍ଷା କେବଳ ଗୋଟିଏ ଥର ଆୟୋଜନ କରାଯିବ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲଙ୍କ କହିବା କଥା, NEET (UG) ପରୀକ୍ଷା ୨୦୨୧ ରେ କେବଳ ଥରେ ହେବ। ଜାତୀୟ ଟେଷ୍ଟିଂ ଏଜେନ୍ସି National Testing Agency ବା (NTA) ଦ୍ୱାରା NEET ପରୀକ୍ଷା କରାଯିବ। (NTA) ର ସୂଚନାନୁଯାୟୀ, ଏପର୍ଯ୍ୟନ୍ତ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସ୍ମାରକପତ୍ର ଗ୍ରହଣ କରାଯାଇନାହିଁ ଯେ ୨୦୨୧ ବର୍ଷରେ NEET ପରୀକ୍ଷା ଏକାଧିକ ଥର କରାଯିବ। ।
ବିଭିନ୍ନ ମେଡିକାଲ କଲେଜରେ ଆଡମିସନ ପାଇଁ ଆୟୋଜିତ ହେଉଥିବା ନିଟ୍ ପରୀକ୍ଷା ରବିବାର ଅର୍ଥାତ୍ ଏକ ଅଗଷ୍ଟରେ ଆୟୋଜନ କରାଯିବ । ଜାତୀୟ ଟେଷ୍ଟିଂ ଏଜେନ୍ସି National Testing Agency ର ଅନୁସାରେ, ଚଳିତ ବର୍ଷର ନିଟ୍ ପରୀକ୍ଷା ନୂଆ ଶିକ୍ଷା ନୀତିକୁ ନଜରରେ ରଖି କରାଯିବ। ଚଳିତ ଥର ନିଟ୍ ପରୀକ୍ଷା ହିନ୍ଦି ଓ ଇଂରାଜୀ ଭାଷା ସହ ପ୍ରାୟ ୧୧ଟି ଭାଷାରେ କରାଯିବ ।
Also Read: ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଆସନ୍ତା ବର୍ଷ ଠାରୁ ବଦଳିଯିବ ଏହି ନିୟମ
ଗତବର୍ଷ ୧୫.୯୭ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବାକୁ ରେଜିଷ୍ଟ୍ରେସନ କରିଥିଲେ । ଯେଉଁଥିରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଥିଲେ । କୋରୋନା ମହାମାରୀ ପାଇଁ ୨୦୨୦ ସେପ୍ଟେମ୍ବର ୧୩ ରେ ଆୟୋଜନ କରାଯାଇଥିବା ନିଟ୍ ପରୀକ୍ଷାରେ ଏକାଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇପାରିନଥିଲେ । ତେବେ ଏଥିରୁ ବାଦ୍ ପଡ଼ିଥିବା ପରୀକ୍ଷାର୍ଥୀଙ୍କ ପାଇଁ ପୁନର୍ବାର ୧୪ ଅକ୍ଟୋବର ୨୦୨୦ ରେ ଆୟୋଜନ କରାଯାଇଥିଲା ।