ସତ କହିବାରୁ ଛାତି ଫାଟିଲା, ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ କଟକଣା ଲଗାଇଲା ନେପାଲ
Advertisement

ସତ କହିବାରୁ ଛାତି ଫାଟିଲା, ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ କଟକଣା ଲଗାଇଲା ନେପାଲ

ଭାରତ ଓ ନେପାଲ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏବେ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି । ଭାରତୀୟ ନ୍ୟୁଜ ଚ୍ୟାନେଲ ଗୁଡ଼ିକୁ ନେପାଲରେ କଟକଣା ଲଗାଯାଇଛି ।

ଫାଇଲ ଫଟୋ

କାଠମାଣ୍ଡୁ: ଦୂରଦର୍ଶନକୁ ବାଦ୍ ଦେଲେ ଭାରତର ଅନ୍ୟ ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ କଟକଣା ଲଗାଇଲା ନେପାଲ । ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡ଼ିକ ନେପାଲର ରାଜନୀତି ଓ କୂଟନୀତିକୁ ନେଇ କୁଆଡ଼େ ଭୁଲ ବାର୍ତ୍ତା ଦେଉଛନ୍ତି । ଯେଉଁଥିପାଇଁ ନେପାଲ ସରକାର ଏଭଳି ପଦକ୍ଷେପ ନେଇଥିବା କେପି ଓଲି ସରକାରର ମୁଖପାତ୍ର କହିଛନ୍ତି । 

ଭାରତ ଓ ନେପାଲ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏବେ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି । ଭାରତୀୟ ନ୍ୟୁଜ ଚ୍ୟାନେଲ ଗୁଡ଼ିକୁ ନେପାଲରେ କଟକଣା ଲଗାଯାଇଛି । ଅର୍ଥାତ ଦୂରଦର୍ଶନ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ନ୍ୟୁଜ ଚ୍ୟାନେଲ ନେପାଲରେ ଚାଲିପାରିବ ନାହିଁ । ତେବେ ନେପାଲକୁ ଏବେ ପାକିସ୍ତାନ ଓ ଚୀନ ବାସୁଛି । ଉଭୟ ଦେଶର ଗଣମାଧ୍ୟମ ଉପରେ କୌଣସି ପ୍ରତିବନ୍ଧକ ଲାଗିନାହିଁ । 

ଏଠାରେ କହିରଖୁଛୁ, ନେପାଲର ଓଲି ସରକାର ଭାରତର ଭୂମିକୁ ନିଜ ନୂଆ ନକ୍ସାରେ ସାମିଲ କରିଛନ୍ତି । ଏନେଇ ନେପାଲ ସଂସଦରେ ବିଲ ମଧ୍ୟ ପାସ କରିଥିଲେ । ଯାହାକୁ କଡ଼ା ବିରୋଧ କରିଆସିଛି ଭାରତ । ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ିଛି । 

ଏଠାରେ ଅନ୍ୟ ଏକ କଥା ମଧ୍ୟ ରହିଛି । ଗଲୱାନ ବିବାଦ ପରେ ଭାରତୀୟ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ଚୀନ । ଏବେ ଚୀନ କଥାରେ ପଡ଼ି ନେପାଲ ମଧ୍ୟ ସମାନ ନୀତି ଆପଣାଇଥିବା ଚର୍ଚ୍ଚା ହେବା ସ୍ୱାଭାବିକ କଥା । ଭାରତୀୟ ଗଣମାଧ୍ୟମର ଏହି ଖବର ନେପାଲକୁ ହଜମ ହେଉନି । କାହିଁକିନା ସତ କହିଲେ, ଛାତି ଫାଟେ ।