• ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
  • ୨୪ ଘଣ୍ଟାରେ ୩,୪୦୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ
  • ନକଲି ଔଷଧ ପ୍ରସଙ୍ଗ : କ୍ରାଇମବ୍ରାଞ୍ଚ STFର ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି
  • ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ
  • ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ ହେବ : ପୋଲିସ ଡିଜି
  • ବଲାଙ୍ଗୀର ଶାନ୍ତିପଡାରେ ବନ୍ଦ ଘରେ ଯୁବକଙ୍କ ଆତଙ୍କରାଜ
  • ବନ୍ଦ ଘରୁ ପରିବାରର ୩ ବନ୍ଧକଙ୍କୁ ଉଦ୍ଧାର କଲା ପୋଲିସ
  • ଝରକା ଭାଙ୍ଗି ଘର ଭିତରେ ପଶିଥିଲେ ଏସଡିପିଓ ଓ ଅଗ୍ନିଶମ ବାହିନୀ
  • ସିଡି ଓ ରଶି ସହାୟତାରେ ବନ୍ଧକଙ୍କୁ ଉଦ୍ଧାର କଲେ
  • ବନ୍ଧୁକ ଧରି ଦୁର୍ବୃତ୍ତର ଆତ୍ମହତ୍ୟା ଉଦ୍ୟମ

ଭାରତ ସହ ତିକ୍ତ ସମ୍ପର୍କ ମଧ୍ୟରେ ନେପାଳର ବଡ ଘୋଷଣା

ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି କହିଛନ୍ତି, "ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ବିଷୟରେ ନାନା ଲୋକଙ୍କ ନାନା ମତ ଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ନେପାଳ (Nepal) ସରକାର ଗୋର୍ଖା ରେଜିମେଣ୍ଟ ନିଯୁକ୍ତି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରି ନାହାଁନ୍ତି କିମ୍ବା ଏ ବାବଦରେ କୌଣସି ନୂତନ ନିଷ୍ପତ୍ତି ନେଇ ନାହାଁନ୍ତି।"

ଭାରତ ସହ ତିକ୍ତ ସମ୍ପର୍କ ମଧ୍ୟରେ ନେପାଳର ବଡ ଘୋଷଣା
ଭାରତ ସହ ତିକ୍ତ ସମ୍ପର୍କ ମଧ୍ୟରେ ନେପାଳର ବଡ ଘୋଷଣା

ନୂଆଦିଲ୍ଲୀ: ସୀମା ତଥା ବୈଚାରିକ ବିବାଦ ମଧ୍ୟରେ ନରମିଲା ନେପାଳ। ଦିଲ୍ଲୀ ଆସି ବଦଳିଗଲା ଧମକପୂର୍ଣ୍ଣ ବୟାନ। ମହଙ୍ଗା ପଡିପାରେ ଭରତ ସହ ପଙ୍ଗା, ଏହି କଥାକୁ ପ୍ରଧାନମନ୍ତ୍ରୀ କେପି ଓଲି ବୁଝିଛନ୍ତି। ସେଥିପାଇଁ ବୋଧ ହୁଏ, ନେପାଳ ବୈଦେଶିକ ମନ୍ତ୍ରୀ ତାଙ୍କର ପୁରୁଣା ବୟାନରେ ୟୁଟର୍ଣ୍ଣ ମାରିଛନ୍ତି।

ନୂଆଦିଲ୍ଲୀ (New Delhi) ଗସ୍ତରେ ଆସିଥିବା ନେପାଳ ବୈଦେଶିକ ମନ୍ତ୍ରୀ (Nepal Foreign Minister) ପ୍ରଦୀପ କୁମାର ଗ୍ୟାୱାଲି ଏକ ବଡ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ସେନାରେ ଗୋର୍ଖା ରେଜିମେଣ୍ଟ (Gorkha Regiment)ରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବପରି କାଠମାଣ୍ଡୁ ତାର ସ୍ଥିତି ବଜାୟ ରଖିବ। ପୂର୍ବପରି ଭାରତୀୟ ସେନାରେ ଗୋର୍ଖାଙ୍କୁ ନିଯୁକ୍ତି ଜାରି ରହିବ।

Also Read: କୋରୋନା ଉପରେ ବ୍ରହ୍ମାସ୍ତ୍ର; ଆଜିଠୁ ଦେଶବ୍ୟାପୀ ଟିକାକରଣ, ରାଜ୍ୟର ଏହି ସ୍ଥାନରେ ମିଳିବ ଭ୍ୟାକ୍ସିନ

ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି କହିଛନ୍ତି, "ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ବିଷୟରେ ନାନା ଲୋକଙ୍କ ନାନା ମତ ଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ନେପାଳ (Nepal) ସରକାର ଗୋର୍ଖା ରେଜିମେଣ୍ଟ ନିଯୁକ୍ତି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରି ନାହାଁନ୍ତି କିମ୍ବା ଏ ବାବଦରେ କୌଣସି ନୂତନ ନିଷ୍ପତ୍ତି ନେଇ ନାହାଁନ୍ତି।" ତେବେ ସୀମା ବିବାଦ (Border Dispute) ପରେ ଗତବର୍ଷ ଏଗି ବୈଦେଶିକ ମନ୍ତ୍ରୀ ହିଁ, ଗୋର୍ଖା ରେଜିମେଣ୍ଟରେ ନେପାଳି ନିଯୁକ୍ତି ଅନାବଶ୍ୟକ ବୋଲି କହିଥିଲେ।

ସୂଚନାଯୋଗ୍ୟ, ୧୯୪୭ରେ ନେପାଳ-ଭାରତ-ବ୍ରିଟେନ ମଧ୍ୟରେ ଏକ ତ୍ରୀରାଷ୍ଟ୍ରିୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଯେଉଁଥିରେ ଉଭୟ ବ୍ରିଟିଶ (British) ଓ ଭାରତୀୟ ସେନାରେ ଖୋର୍ଖାଙ୍କୁ ନିଯୁକ୍ତି ଦିଆଯିବା ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ। ନେବାଳର ଏକ ସ୍ୱତନ୍ତ୍ର ସମୁଦାୟ ହେଉଛନ୍ତି ଗୋର୍ଖା। ଏମାନଙ୍କ ବିରତ୍ୱ ଓ ସଚୋଟତା ଅତୁଳନୀୟ। ଖୋଦ୍ ଭାରତର CDS ବିପିନ ରାୱତ (Bipin Rawat) ୫/୧୧ ଗୋର୍ଖା ରେଜିମେଣ୍ଟରୁ ଆସିଛନ୍ତି।