Advertisement
Article Detail0/zeeodisha/odisha699785
Zee OdishaOdisha National-Internationalଏବେ ଭାରତକୁ ଆଉ ଏକ ଟେନସନ୍ ଦେଲା ନେପାଳ

ଏବେ ଭାରତକୁ ଆଉ ଏକ ଟେନସନ୍ ଦେଲା ନେପାଳ

ବିହାରର ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା କହିଛନ୍ତି ଯେ, ନେପାଳ ଗଣ୍ଡକ ଡ୍ୟାମରେ ମରାମତି କାମ କରିବାର ଅନୁମତି ଦେଉନାହିଁ । ମରାମତି କାମ ଲାଲ ବାକେୟା ନଦୀରେ ହୋଇଥାଏ । ଯାହା ନୋ ମ୍ୟାନ୍ସଲ୍ୟାଣ୍ଡରେ ଆସିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମରାମତି କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି ।

ଏବେ ଭାରତକୁ ଆଉ ଏକ ଟେନସନ୍ ଦେଲା ନେପାଳ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କାଲାପାନି, ଲିପୁଲେଖ ଏବଂ ଲିମ୍ପିଆଧୁରାକୁ ନିଜ ମାନଚିତ୍ରରେ ସାମିଲ କରିବା ପରେ ନେପାଳ କ୍ରମାଗତ ଭାବରେ ଭାରତ ସହ ତିକ୍ତତା ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି । ବର୍ତ୍ତମାନ ବିହାରକୁ ଲାଗି ଥିବା ନେପାଳର ସୀମାରେ ବନ୍ଧ ନିର୍ମାଣ କାର୍ଯ୍ୟକୁ ନେଇ ସୀମା ସଶସ୍ତ୍ର ବଳ(ବିଏସଏଫ) ଓ ନେପାଳୀ ଫୋର୍ସ ମୁହାଁମୁହିଁ ହୋଇଛନ୍ତି । ଏହି ମାମଲା ବର୍ତ୍ତମାନ ଭାରତ ସରକାରଙ୍କ ନିକଟରେ ପହଞ୍ଚିଛି । ବିହାରର ପୂର୍ବ ଚମ୍ପାରନରେ ନେପାଳ-ବିହାର ସୀମାରେ ଢାକା ନାମକ ଏକ ସ୍ଥାନରେ ବିହାର ସରକାର ଏକ ବନ୍ଧ ନିର୍ମାଣ କରୁଥିଲେ । ଏହି ସ୍ଥାନ ମୋତିହାରୀ ସହର ଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ।

ବିହାରର ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା କହିଛନ୍ତି ଯେ, ନେପାଳ ଗଣ୍ଡକ ଡ୍ୟାମରେ ମରାମତି କାମ କରିବାର ଅନୁମତି ଦେଉନାହିଁ । ମରାମତି କାମ ଲାଲ ବାକେୟା ନଦୀରେ ହୋଇଥାଏ । ଯାହା ନୋ ମ୍ୟାନ୍ସଲ୍ୟାଣ୍ଡରେ ଆସିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମରାମତି କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ପ୍ରଥମ ଥର ପାଇଁ ଡ୍ୟାମର ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ଲୋକ ଓ ସାମଗ୍ରୀର ଗମନାଗମନକୁ ନେଇ ଆମେ ଏପରି ସମସ୍ୟାର ସମ୍ମୁଖୀନ ହେଉଛୁ ।

ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ଗଣ୍ଡକ ବ୍ୟାରେଜରେ ୩୬ଟି ଫାଟକ ଅଛି । ସେଥିମଧ୍ୟରୁ ୧୮ଟି ନେପାଳରେ ରହିଛି । ଯେଉଁ ଅଞ୍ଚଳରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମରାମତି ସାମଗ୍ରୀ ରଖାଯାଇଛି । ନେପାଳ ସେଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଅତୀତରେ ଏହା କେବେ ହୋଇ ନଥିଲା ।

Add Zee News as a Preferred Source

ମନ୍ତ୍ରୀ କହିଛନ୍ତି, ଆମର ସ୍ଥାନୀୟ ଇଞ୍ଜିନିୟର ଓ ଡିଏମ୍ ସଂପୃକ୍ତ ପ୍ରଶାସନ ସହିତ ଆଲୋଚନା କରୁଛନ୍ତି । ମୁଁ ଏ ବାବଦରେ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିବି । ଯଦି ଏହି ସମସ୍ୟାର ସମାଧାନ ନହୁଏ । ତେବେ ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ବିହାରର ପୂର୍ବ ଚମ୍ପାରନର ଡିଏମ୍ ବିହାର ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଛନ୍ତି ।

ଗତ ସପ୍ତାହରେ ନେପାଳ ଭାରତର ଆପତ୍ତି ସତ୍ତ୍ୱେ ଏକ ନୂତନ ମାନଚିତ୍ର ଜାରି କରିଥିଲା । ଯେଉଁଥିରେ ଭାରତର ତିନୋଟି ଅଞ୍ଚଳ କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ସାମିଲ ରହିଛି । ନେପାଳ ମଧ୍ୟ ନାଗରିକତ୍ୱର ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ଯେଉଁଥିରେ ନେପାଳୀ ପୁରୁଷଙ୍କୁ ବିବାହ କରୁଥିବା ବିଦେଶୀ ମହିଳାମାନେ ସାତ ବର୍ଷ ପରେ ନେପାଳର ନାଗରିକତ୍ୱ ପାଇବେ । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ନେପାଳ ସହିତ ଭାରତର ରୁଟି-ବେଟି ସମ୍ପର୍କ ପ୍ରଭାବିତ ହେବ ।

About the Author