)
କାଠମାଣ୍ଡୁ: ଚୀନକୁ ଲାଗିପାରେ ବଡ଼ ଝଟକା । ଡ୍ରାଗନକୁ ଜୋରଦାର ଝଟକା ଦେଇପାଇ ପ୍ରସ୍ତୁତି କରୁଛି ନେପାଳ । ନେପାଳର ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା (Nepal PM Sher Bahadur Deuba) ଭାରତ ଗସ୍ତ ପୂର୍ବରୁ ଦେଶରେ ଚାଇନା (China) କୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆମେରିକାର 'ମିଲେନିୟମ୍ ଚ୍ୟାଲେଞ୍ଜ କର୍ପୋରେସନ୍' ଅନୁମୋଦନ କରିବାକୁ ଶେର୍ ବାହାଦୂର ଦେଓବା ଜୋର ଦେଇଛନ୍ତି । ସେ କହିଛନ୍ତି ଯେ, ୫୦ କୋଟି ଆମେରିକୀୟ ଡଲାର କାର୍ଯ୍ୟକ୍ରମ ନେପାଳର ଜାତୀୟ ସ୍ୱାର୍ଥ ବିରୁଦ୍ଧରେ ନୁହେଁ । ଦେଓବାଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ନେପାଳ (Nepal) ରେ ବେଲ୍ଟ ଓ ରୋଡ୍ ପ୍ରକଳ୍ପ (Belt and Road Initiative) କାର୍ଯ୍ୟକାରୀ କରିବାକୁ ଚୀନ (China) ଚେଷ୍ଟା କରୁଛି, ଚୀନର ଋଣ ଜାଲ କହିଲେ ଅତୁକ୍ତ ହେବ ନାହିଁ । ଏହାସହ ଆମେରିକାର MCC କାର୍ଯ୍ୟକ୍ରମକୁ ମଧ୍ୟ ଦୃଢ଼ ବିରୋଧ କରୁଛି ।
ନେପାଳର ପ୍ରଧାନମନ୍ତ୍ରୀ ଦେଓବା (Sher Bahadur Deuba) ରବିବାର ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ଗଢ଼ି 'ମିଲେନିୟମ୍ ଚ୍ୟାଲେଞ୍ଜ କର୍ପୋରେସନ୍' (MCC) ଅଧୀନରେ ଆମେରିକାର ପ୍ରସ୍ତାବିତ ଅନୁଦାନକୁ ସହାୟତାକୁ ଅନୁମୋଦନ କରିବାର ଆବଶ୍ୟକତା ବିଷୟରେ କହିଛନ୍ତି । ଦେଓବା କହିଛନ୍ତି ଯେ, ଏମସିସି କାର୍ଯ୍ୟକ୍ରମ ଜାତୀୟ ସ୍ୱାର୍ଥ ବିରୋଧୀ ନୁହେଁ । ପ୍ରକୃତରେ, ନେପାଳର ରାଜନୈତିକ ଦଳଗୁଡିକ MCC ଆମେରିକା ଅନୁଦାନ ସହାୟତାକୁ ସ୍ୱୀକାର କରିବା ବିଷୟକୁ ନେଇ ବିଭାଜିତ ଅଛନ୍ତି, ଯାହା ପ୍ରତିନିଧି ସଭାରେ ବିଚାରଧୀନ ରହିଛି ।
ନେପାଳ ଓ ଆମେରିକା ୨୦୧୭ରେ MCC ଚୁକ୍ତି ସ୍ୱାକ୍ଷର କରିଥିଲେ । MCC କାର୍ଯ୍ୟକ୍ରମ ଅନ୍ତର୍ଗତ ଆମେରିକା ସରକାର ଅନୁଦାନ ସହାୟତା ପ୍ରଦାନ କରିବେ ଯାହା ମୁଖ୍ୟତଃ ନେପାଳର ଟ୍ରାନ୍ସମିସନ ଲାଇନକୁ ମଜବୁତ କରିବା ପାଇଁ କରାଯିବ, ଯାହା ନିକଟ ଭବିଷ୍ୟତରେ ଭାରତକୁ ଜଳ ବିଦ୍ୟୁତ୍ ରପ୍ତାନିକୁ ସୁଗମ କରିବା ତଥା ଦେଶର ସଡ଼କ ନେଟୱାର୍କରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ । ସିପିଏନ୍-ମାଓବାଦୀ କେନ୍ଦ୍ରର ଅଷ୍ଟମ ସାଧାରଣ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଦେଓବା ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ଭିତ୍ତିରେ ୫୦ କୋଟି ଡଲାରର ଏମସିସି ଚୁକ୍ତିନାମାକୁ ଅନୁମୋଦନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ନେପାଳର ପ୍ରଧାନମନ୍ତ୍ରୀ କିଛି ନେତାଙ୍କ ମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଏହି ଚୁକ୍ତି ନେପାଳର ଜାତୀୟ ସ୍ୱାର୍ଥ ବିରୁଦ୍ଧ ଅଟେ । ସେ କହିଛନ୍ତି ଯେ ଏହା ଏକ ଅନୁଦାନ-ସହାୟତା, ତେଣୁ ଏମସିସିର ଜାତୀୟ ସ୍ୱାର୍ଥ ବିରୋଧରେ ଯିବାର କୌଣସି ପ୍ରଶ୍ନ ହିଁ ନାହିଁ । ମିଲେନିୟମ୍ ଚ୍ୟାଲେଞ୍ଜ କର୍ପୋରେସନ୍ ହେଉଛି ଦ୍ୱିପାକ୍ଷିକ ଆମେରିକାର ବୈଦେଶିକ ସହାୟତା ଏଜେନ୍ସି ଯାହା ୨୦୦୪ରେ ଆମେରିକା କଂଗ୍ରେସ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ନେପାଳରେ ଏମସିସି କାର୍ଯ୍ୟକ୍ରମ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚୀନ ଅନେକ ଥର ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି ।
ଏହା ବି ପଢ଼ନ୍ତୁ:-ଶୀତଳ ଯୁଦ୍ଧକୁ ନେଇ ଆମେରିକାକୁ ଧମକ ଦେଲା ଚୀନ, ଜାଣନ୍ତୁ କହିଲା ଡ୍ରାଗନ୍
ଏହା ବି ପଢ଼ନ୍ତୁ:-ଦିଦି ହେବେ ରାଜ୍ୟପାଳ!
ପ୍ରଧାନମନ୍ତ୍ରୀ ଦେଓବା ଆସନ୍ତା ମାସରେ ଭାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମିଟରେ ସାମିଲ ହେବା ପାଇଁ ଭାରତ ଗସ୍ତରେ ଆସିବେ । ଏହି ସମୟ ମଧ୍ୟରେ ଦେଓବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି । କାଠମାଣ୍ଡୁ ଓ ନୂଆଦିଲ୍ଲୀରେ କୂଟନୈତିକ ସୂତ୍ରରୁ 'କାଠମାଣ୍ଡୁ ପୋଷ୍ଟ' କହିଛି ଯେ ପ୍ରଧାନମନ୍ତ୍ରୀ ଦେଓବା ଜାନୁଆରୀ ୧୦ରେ ଭାରତ ଅଭିମୁଖେ ଯାତ୍ରା କରିବେ । ଏହି ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ତୁରନ୍ତ ଉପଲବ୍ଧ ହୋଇନଥିଲା, କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଦେଓବା ଓ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ସମ୍ଭବ । ଜାନୁଆରୀ ୧୦ରୁ ୧୨ ପର୍ଯ୍ୟନ୍ତ 'ଭାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମିଟ୍' ଅନୁଷ୍ଠିତ ହେବ ।