Advertisement
Article Detail0/zeeodisha/odisha694801
Zee OdishaOdisha National-Internationalଭାରତୀୟ ସୀମାରେ ନେପାଳର ଗୁଳି ବର୍ଷଣ

ଭାରତୀୟ ସୀମାରେ ନେପାଳର ଗୁଳି ବର୍ଷଣ

ଭାରତ ଏବଂ ନେପାଳ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଏହି ତିକ୍ତତାର ନିଆଁରେ ଘିଅ ଢାଳିଛି ନେପାଳ.

ଭାରତୀୟ ସୀମାରେ ନେପାଳର ଗୁଳି ବର୍ଷଣ

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଏହି ତିକ୍ତତାର ନିଆଁରେ ଘିଅ ଢାଳିଛି ନେପାଳ. ଆଜି ନେପାଳ ବିହାରର ସୀତାମାଢି ନିକଟ ସୋନବର୍ସା ଲାଲବାଣ୍ଡି ସୀମା ନିକଟରେ ନେପାଳୀ ପୋଲିସ ଏବଂ ସ୍ଥାନୀୟ ଭାରତୀୟ ନାଗରିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ନେପାଳ ପୋଲିସ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ଏହି ଗୁଳି ବିନିମୟରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ନେପାଳ ପୋଲିସ ସେମାନଙ୍କ ସହ ଆହତଙ୍କୁ ନେଇ ଯାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ଏବଂ ସଶସ୍ତ୍ର ବାହିନୀର ଟିମ୍ ମଧ୍ୟ ଘଟଣା ସ୍ଥଳକୁ ଯାଇଛନ୍ତି। ଏହି ଅବସରରେ ସୀମା ସୁରକ୍ଷା ବଳ ଏସସିବିର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଘଟଣାକୁ ସଶସ୍ତ୍ର ସୀମା ବାହିନୀର ବିହାର ସେକ୍ଟରର ଆଇଜି ନିଶ୍ଚିତ କରିଛନ୍ତି। ଏଥି ସହିତ ନେପାଳ ପୋଲିସ ଦ୍ୱାରା ଏହି ଗୁଳି ବିନିମୟ ହୋଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତେବେ ନେପାଳ ପୋଲିସ କାହିଁକି ଗୁଳି ବିନିମୟ କରିଛି ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଭାରତ-ନେପାଳ ସୀମାରେ କ୍ରମାଗତ ଭାବରେ ତିକ୍ତତାମୟ ପରିସ୍ଥିତି ଚାଲିଛି । ମାନଚିତ୍ରକୁ ନେଇ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ନେପାଳର ନୂତନ ମାନଚିତ୍ରରେ କାଲାପାନି ଏବଂ ଲିପୁଲେଖଙ୍କୁ ଅନ୍ତର୍ଭୁକ୍ତ କରାଯିବା ପରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ନୂତନ ମାନଚିତ୍ରରେ ନେପାଳ ମୋଟ ୩୯୫ ବର୍ଗ କିଲୋମିଟର କ୍ଷେତ୍ର ଦେଖାଇଛି । ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି ବ୍ୟତୀତ ଗୁଞ୍ଜୀ, ନାବି ଏବଂ କୃତି ଗାଁ ମଧ୍ୟ ଅନ୍ତର୍ଭୁକ୍ତ ।

Add Zee News as a Preferred Source

 

About the Author