• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଶେଷରେ ପଛଘୁଞ୍ଚା ଦେଲେ ନେପାଳ ସରକାର, ଭାରତୀୟ ଚ୍ୟାନେଲ ଉପରୁ ହଟାଇଲେ କଟକଣା

ଶେଷରେ ଭାରତୀୟ ଚ୍ୟାନେଲ ଉପରୁ କଟକଣା ହଟାଇଛନ୍ତି ନେପାଳ ସରକାର।

ଶେଷରେ ପଛଘୁଞ୍ଚା ଦେଲେ ନେପାଳ ସରକାର, ଭାରତୀୟ ଚ୍ୟାନେଲ ଉପରୁ ହଟାଇଲେ କଟକଣା

କାଠମାଣ୍ଡୁ: ଭାରତ ସହିତ ବିବାଦ ଏବଂ ଚୀନ ସହ ଘନିଷ୍ଠତା ବଢିବା ପରେ ଟଳମଳ ଅବସ୍ଥାକୁ ଆସି ଯାଇଥିଲା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି। ବେଶ କିଛି ଦିନ ଧରି ଚୀନର ଇସାରା କ୍ରମେ ଅନେକ କ୍ଷେତ୍ରରେ ଭାରତ ବିରୋଧି ପଦକ୍ଷେପ ନେଇଥିଲେ ନେପାଳ ସରକାର। ଯାହା ମଧ୍ୟରେ ରହିଥିଲା ଦେଶରେ ଭାରତୀୟ ଟିଭି ଚ୍ୟାନେଲ ଉପରେ କଟକଣା ଲଗାଇବା।
  
ପ୍ରଧାନମନ୍ତ୍ରୀଙ୍କ ଗାଦି ଉପରୁ ବିପଦ ସମ୍ପୂର୍ଣ୍ଣ ଟଳି ନଥିବା ବେଳେ, ଏବେ ଭାରତ ପ୍ରତି ନରମସ ଆଭିମୁଖ୍ୟ ପୋଷଣ କରିଛନ୍ତି ଓଲି ସରକାର। ଏହି କ୍ରମରେ ଭାରତୀୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ଲଗାଯାଇଥିବା କଟକଣା ପ୍ରତ୍ୟାହାର କରି ନେଇଛନ୍ତି । ନେପାଳ ଡିସ ହୋମ ମ୍ୟାନେଜିଂ ଡାଇରେକ୍ଟର ସୁଦୀପ ଆଚାର୍ଯ୍ୟ ସଦ୍ୟ ଦେଶର ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ଏହି ପଦକ୍ଷେପ ବାବଦରେ ସ୍ପଷ୍ଟ କରିଛନ୍ତି।

ଏନେଇ ମତ ରଖି ସେ କହିଛନ୍ତି ଦେଶରେ ଯେଉଁ ଭାରତୀୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ କଟକଣା ଲଗାଯାଇଥିଲା, ତାହାକୁ ହଟାଇ ଦିଆଯାଇଛି। ଏବେଠୁ ପୁନର୍ବାର ନେପାଳରେ ଭାରତୀୟ ଟିଭି ଚ୍ୟାନେଲ ପ୍ରସାରିତ ହେବ। ନେପାଳ ସରକାର ଚୀନ ଇସାରାରେ କାମ କରୁଛନ୍ତି ବୋଲି ଭାରତୀୟ ଗଣମାଧ୍ୟମ ପକ୍ଷରୁ ଦର୍ଶାଯାଇଥିଲା।
 
ନେପାଳରେ କ୍ଷମତାସୀନ ଓଲି ସରକାର ଦୂରଦର୍ଶନ ବ୍ୟତୀତ ଅନ୍ୟ ସମସ୍ତ ଭାରତୀୟ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏନେଇ କୁହାଯାଇଥିଲା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କାଠମାଣ୍ଡୁରେ ଅବସ୍ଥାପତି ଚୀନ ରାଷ୍ଟ୍ରଦୂତଙ୍କୁ ଅସମ୍ମାନିତ କରିବାକୁ ଭାରତୀୟ ଚ୍ୟାନେଲ ପକ୍ଷରୁ ଉଦ୍ୟମ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମଲ୍ଟି ସିଷ୍ଟମ ଅପରେଟର (ଏମଏସଓ) ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲ ପ୍ରସାରଣ ନକରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତ ସହ ସୀମା ବିବାଦ ପରେ ନେପାଳର ବର୍ତ୍ତମାନ ପ୍ରଧାମନ୍ତ୍ରୀ କେପି ଶର୍ମା ଓଲି ଏବଂ ଦେଶରେ କ୍ଷମତାସୀନ ଥିବା ଶାସକ କମ୍ୟୁନିଷ୍ଟ ପାର୍ଟିର ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ନିକଟରେ ପ୍ରଚଣ୍ଡ ଓଲିଙ୍କ ଅନୁପସ୍ଥିତିରେ ତାଙ୍କ ସରକାରୀ ବାସଭବନରେ ଷ୍ଟାଣ୍ଡିଂ କମିଟି ବୈଠକ ଆୟୋଜିତ କରି ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କୌଣସି ମତେ ପଛଘୁଞ୍ଚା ଦେବେ ନାହିଁ।

ନେପାଳ ସରକାରରେ ଚାଲିଥିବା ବିବାଦର ସମାଧାନ କରିବାକୁ ଚୀନ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। ନେପାଳ ପ୍ରଧାନମନ୍ତ୍ରୀ ଗାଦିରେ ଓଲିକୁ ରଖିବା ଲାଗି ଚାହୁଁଛି ଚୀନ । କାରଣ ଏହା ଦ୍ୱାର କାଠମାଣ୍ଡୁରେ ବେଜିଂର ଉପସ୍ଥିତି ମଜବୁତ ହୋଇପାରିବ।ହେଲେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ନେଇ ଦଳରେ ବିରୋଧ ଏତେ ତୀବ୍ର ହୋଇଯାଇଛି ଯେ, ନିଜ ଆସନକୁ ରକ୍ଷା କରିବା ତାଙ୍କ ଲାଗି କାଠିକର ହୋଇପଡିଛି।