Advertisement
Article Detail0/zeeodisha/odisha691550
Zee OdishaOdisha National-Internationalପିଏମ ମୋଦିଙ୍କୁ ନେଇ ଏମିତି କିଛି କହିଲେ ମମତା

ପିଏମ ମୋଦିଙ୍କୁ ନେଇ ଏମିତି କିଛି କହିଲେ ମମତା

ସରକାରୀ କର୍ମଚାରୀ ତଥା ପେନ୍‌ସନ୍‌ଭୋଗୀଙ୍କୁ ଠିକ୍ ସମୟରେ ଦେୟ ପ୍ରଦାନ ଏବଂ ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଭଳି ରାଜ୍ୟ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ତାଲିକାଭୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ୨୫ ଲକ୍ଷ ଚାଷୀ କ୍ଷତି ସହିଛନ୍ତି । ୫ ଲକ୍ଷ ପରିବାର ଘର ହରାଇଛନ୍ତି ।

ପିଏମ ମୋଦିଙ୍କୁ ନେଇ ଏମିତି କିଛି କହିଲେ ମମତା

କୋଲକାତା: ସଙ୍କଟ ସମୟରେ ପଶ୍ଚିମବଙ୍ଗରେ ବିରୋଧୀ ବିଜେପି ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁ ସମୟରେ ରାଜ୍ୟ କୋରୋନୋ ଭାଇରସ ସଙ୍କଟ ଓ ବାତ୍ୟା ଅମ୍ଫାନର ବିନାଶକୁ ନେଇ ମୁକାବିଲା କରୁଛି । ସେହି ସମୟରେ ବିଜେପି ରାଜନୀତି କରିବାରେ ଲାଗିଛି ବୋଲି ଶୁକ୍ରବାର ମମତା କହିଛନ୍ତି । ସେ କହିଛନ୍ତି ଯେ, ମୋତେ ବାସ୍ତବରେ ଖରାପ ଲାଗୁଛି । ଯେତେବେଳେ ଆମେ କୋଭିଡ-19 ଓ ଅମ୍ଫାନ୍ ବିରୋଧରେ ଲଢ଼ାଇ ଜାରି ରଖିଛୁ ।  ଏବଂ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛୁ । କିନ୍ତୁ କିଛି ରାଜନୈତିକ ଦଳ ଆମକୁ ହଟାଇବାକୁ କହୁଛନ୍ତି । ମୁଁ କଦାପି କହି ନାହିଁ ଯେ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ଦିଲ୍ଲୀରୁ ହଟାନ୍ତୁ ଦିଆଯାଉ । କଣ ଏହା ରାଜନୀତିରେ ପ୍ରବେଶ କରିବାର ସମୟ ଆସିଛି କି ? ଗତ ତିନିମାସ ଧରି ସେମାନେ କେଉଁଠାରେ ଥିଲେ ? ଆମେ ଭୂମିରେ କାମ କରୁଥିଲୁ । ବଙ୍ଗଳା ଉଭୟ କୋଭିଡ ଏବଂ ଷଡଯନ୍ତ୍ର ବିରୁଦ୍ଧରେ ଜିତିବ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।

ସରକାରୀ କର୍ମଚାରୀ ତଥା ପେନ୍‌ସନ୍‌ଭୋଗୀଙ୍କୁ ଠିକ୍ ସମୟରେ ଦେୟ ପ୍ରଦାନ ଏବଂ ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଭଳି ରାଜ୍ୟ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ତାଲିକାଭୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ୨୫ ଲକ୍ଷ ଚାଷୀ କ୍ଷତି ସହିଛନ୍ତି । ୫ ଲକ୍ଷ ପରିବାର ଘର ହରାଇଛନ୍ତି ।

ସିଏମ୍ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ବଙ୍ଗଳା ବିଜେପି ୟୁନିଟ୍ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ କରିବା ପରେ ଆସିଛି । ଯେଉଥିରେ ରାଜ୍ୟ ସରକାର ବାତ୍ୟା ଅମ୍ଫାନ୍ ଯୋଗୁଁ ୧ ଲକ୍ଷ କୋଟି ଟଙ୍କା କ୍ଷତି ହେବାର କଥା କୁହାଯାଇଛି ।  ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଏଭଳି କଥା ଟଙ୍କା ଆୟ କରିବା ପାଇଁ କହୁଛନ୍ତି ।

Add Zee News as a Preferred Source
About the Author