Advertisement
Article Detail0/zeeodisha/odisha2761556
Zee OdishaOdisha National-InternationalRBI: ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍, ସୂଚନା ଦେଲା ରିଜର୍ଭ ବ୍ୟାଙ୍କ

RBI: ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍, ସୂଚନା ଦେଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ବଜାରରେ ନୂଆ ୨୦ ଟଙ୍କିଆ ନୋଟ ପ୍ରଚଳନ ହେବ। ଏହା ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତରେ ଜାରି ହେବ। ମହାତ୍ମା ଗାନ୍ଧି ସିରିଜରେ ଏହି ନୋଟ ପ୍ରଚଳନ ହେବ ବୋଲି ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବଭଳି ସମସ୍ତ ୨୦ ଟଙ୍କିଆ ନୋଟ ସଚଳ ରହିବ ବୋଲିବ ବ୍ୟାଙ୍କ ସୂଚନା ଦେଇଛି। 

୧୯୭୦ ମସିହାରେ ପ୍ରଥମେ ଭାରତରେ ୨୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୪ ଥର ଏଥିରେ ପରିବର୍ତ୍ତନ କରାଯାଇଛି। ୧୯୯୦, ୨୦୦୦ ଏବଂ ୨୦୧୯ ମସିହାରେ ନୋଟ ଡିଜାଇନ ତଥା ସୁରକ୍ଷା ବୈଶିଷ୍ଟ୍ୟରେ ପରିବର୍ତ୍ତନ କରାଯାଇଛି। ୨୦୧୯ରେ ଜାରି ହୋଇଥିବା ୨୦ ଟଙ୍କିଆ ନୋଟ ବର୍ତ୍ତମାନ ପ୍ରଚଳନରେ ରହିଛି। ଏହା ମହାତ୍ମା ଗାନ୍ଧୀ ନୂତନ ସିରିଜ୍‌ର ଅଂଶ ଓ ଏଲୋରା ଗୁମ୍ଫା ପ୍ରଦର୍ଶନ କରୁଛି। ଏହାର ନାରଙ୍ଗୀ-ହଳଦିଆ ରଙ୍ଗ ଓ ଉନ୍ନତ ସୁରକ୍ଷା ବৈଶିଷ୍ଟ୍ୟ ଏହାକୁ ଲୋକପ୍ରିୟ ଓ ସୁରକ୍ଷିତ କରିଛି।

Add Zee News as a Preferred Source
About the Author