ଏଣିକି ସହଜରେ ମିଳିବନି Driving Licence: କରିବାକୁ ପଡ଼ିବ ଏହି କାମ
Advertisement

ଏଣିକି ସହଜରେ ମିଳିବନି Driving Licence: କରିବାକୁ ପଡ଼ିବ ଏହି କାମ

ବର୍ତ୍ତମାନ ଏକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ଏକ ମାସ ପୂର୍ବରୁ ଏକ ଭିଡିଓ ଟ୍ୟୁଟୋରିଆଲ୍ ଦେଖିବାକୁ ପଡିବ ଏବଂ ସୁରକ୍ଷିତ ଡ୍ରାଇଭିଂର ଦିଗଗୁଡିକ ଗଭୀର ଭାବରେ ବୁଝିବାକୁ ପଡିବ,  ଏହାପରେ ହିଁ ସେମାନେ ଡ୍ରାଇଭିଂ ପରୀକ୍ଷାରେ ବସିପାରିବେ। 

ଏଣିକି ସହଜରେ ମିଳିବନି Driving Licence: କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ଗାଡ଼ି ଚଳାଇବାକୁ ହେଲେ ଆପଣଙ୍କ ପାଖରେ ଗାଡ଼ି ଡ୍ରାଇଭିଂ ଲାଇସେନ୍ସ ଥିବା ବି ଦରକାର ତେବେ ତାହା ଦୁଇଚକିଆ ଯାନ ହେଉ କି ଚାରି ଚକିଆ । ହେଲେ ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଆପଣଙ୍କୁ ଏକ ମାସ ପୂର୍ବରୁ ପ୍ରସ୍ତୁତି କରିବାକୁ ହେବ। ଯେଉଁମାନେ ବର୍ତ୍ତମାନ ଏକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ଏକ ମାସ ପୂର୍ବରୁ ଏକ ଭିଡିଓ ଟ୍ୟୁଟୋରିଆଲ୍ ଦେଖିବାକୁ ପଡିବ ଏବଂ ସୁରକ୍ଷିତ ଡ୍ରାଇଭିଂର ଦିଗଗୁଡିକ ଗଭୀର ଭାବରେ ବୁଝିବାକୁ ପଡିବ,  ଏହାପରେ ହିଁ ସେମାନେ ଡ୍ରାଇଭିଂ ପରୀକ୍ଷାରେ ବସିପାରିବେ। 

ଏକ ଖବର ସରବରାହ ସଂସ୍ଥାର ପ୍ରକାଶିତ ଖବର ଅନୁଯାୟୀ, ଏକ ନୂତନ ଡ୍ରାଇଭିଂ ଲାଇସେନ୍ସ  (Driving Licence)ପାଇବାକୁ ଯାଉଥିବା ଲୋକଙ୍କୁ ଅସୁରକ୍ଷିତ ଡ୍ରାଇଭିଂରେ ପୀଡିତ ପରିବାରର ସଦସ୍ୟଙ୍କ ଭିଡିଓ ଟ୍ୟୁଟୋରିଆଲ୍ (Video Tutorial) ସାକ୍ଷାତକାରରେ ମଧ୍ୟ ପ୍ରଦର୍ଶିତ କରାଯିବ। ଯାହାଫଳରେ ଲୋକମାନେ ନିରାପତ୍ତାର ମହତ୍ତ୍ୱ ବୁଝିପାରିବେ। ଯାହାଦ୍ୱାରା ରାସ୍ତାରେ ଗାଡି ଚଲାଇବା ସହଜ ମଧ୍ୟ ହେବ ।
Also Read: ବାଟକୁ ଆସୁଛି ପାକିସ୍ତାନ; ବାଇଡେନଙ୍କ ଭରସାରେ ବାଜୱା

ସେହିଭଳି ଏକ୍ସପର୍ଟ ଡ୍ରାଇଭିଂ ଲାଇସେନ୍ସ   (Driving Licence Holder) ଧାରୀଙ୍କ ପାଇଁ ମଧ୍ୟ କଠୋରତା ବୃଦ୍ଧି କରାଯିବ । ଯଦି ଏପରି ଲୋକମାନେ କୌଣସି ପ୍ରକାରର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳେ, ତେବେ ସେମାନଙ୍କୁ ଡ୍ରାଇଭର ସୁରକ୍ଷା ସାର୍ଟିଫିକେଟ୍ କୋର୍ସ ନେବାକୁ ପଡ଼ିବ । ଏହି ଡ୍ରାଇଭରମାନଙ୍କୁ ତିନି ମାସ ମଧ୍ୟରେ ହିଁ ଏହି କୋର୍ସ ଶେଷ କରିବାକୁ ପଡିବ । ସେଥିପାଇଁ, ଏହି ଡ୍ରାଇଭରମାନଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ସେମାନଙ୍କର ଆଧାର ସହିତ ଲିଙ୍କ କରାଯିବ । ଯାହା ଦ୍ୱାରା ସେମାନେ କୋର୍ସ ଶେଷ କରିଛନ୍ତି କି ନାହିଁ ତାହା ଉପରେ ଟ୍ରାକ କରାଯାଇପାରିବ।

Also Read: ଏବେ ନାହିଁ ପରିବାରବାଦ୍! ପଶ୍ଚିମବଙ୍ଗରେ BJPର ମଙ୍ଗ ଧରିବ 'Roy Family'

ସଡକ ପରିବହନ ମନ୍ତ୍ରଣାଳୟ ଟୋଲ ପ୍ଲାଜା ଅତିକ୍ରମ କରିବା ସମୟରେ ହେଲମେଟ ପିନ୍ଧି ନଥିବା ଦୁଇ ଚକିଆ ବାଇକ ଆରୋହୀଙ୍କ ଫଟୋ ସେୟାର କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛି। ଫଟୋ  ସହ ଚାଲାଣ ମଧ୍ୟ ପଠାଇବାକୁ ନିର୍ଦ୍ଦେଶ ରହିଛି । ସୂଚନାନୁଯାୟୀ, ୨୦୧୯ ରେ, ଦୁଇ ଚକିଆ ଡ୍ରାଇଭର ଏବଂ ସେମାନଙ୍କ ସହିତ ପଛ ସିଟରେ ବସିଥିବା ୪୪ ହଜାରରୁ ଅଧିକ ଲୋକ ହେଲମେଟ (Helmet) ନ ପିନ୍ଧିଥିବାରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି।

Also Read: ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର
ସୂଚନାନୁସାରେ, ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ୍ ଭିଡିଓ ଟ୍ୟୁଟୋରିଆଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ସୁରକ୍ଷା ପ୍ରମାଣୀକରଣ ପାଠ୍ୟକ୍ରମ ପାଇଁ ସବିଶେଷ ପ୍ରୋଟୋକଲ୍ ଆସନ୍ତା କିଛି ସପ୍ତାହ ମଧ୍ୟରେ ସଂଶୋଧିତ MV (Motor Vehicle) ଅଧିନିୟମ ଅନୁଯାୟୀ କେନ୍ଦ୍ରୀୟ ମୋଟର ଯାନ ନିୟମରେ ଅନ୍ତର୍ଭୁକ୍ତ ହେବ। ସୂଚନାନୁସାରେ, ଏହି ଭିଡିଓ ରାଜ୍ୟ ତଥା ସଡକ ସୁରକ୍ଷା ସମ୍ବନ୍ଧୀୟ ସଂଗଠନ ସହିତ ରହିବ। ଏହା ଏକ ଇଣ୍ଟିଗ୍ରେଟେଡ୍ ସିଷ୍ଟମ୍ ହେବ, ଏହି ଟ୍ୟୁଟୋରିଆଲ୍ ସଂପୂର୍ଣ୍ଣ ନକରି କୌଣସି ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ (Driving Licence) ପାଇଁ ଆବେଦନ କରିପାରିବେ ନାହିଁ ।