• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

NEP 2020 Highlights: ବଦଳିଲା ଶିକ୍ଷା ନୀତି, ଜାଣନ୍ତୁ ସଂକ୍ଷେପରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ୧ ତାରିଖରେ ଏହି ଜାତୀୟ ଶିକ୍ଷାନୀତିକୁ ତର୍ଜମା କରିସାରିଛନ୍ତି।

 NEP 2020 Highlights: ବଦଳିଲା ଶିକ୍ଷା ନୀତି, ଜାଣନ୍ତୁ ସଂକ୍ଷେପରେ...

ନୂଆଦିଲ୍ଲୀ: ବଦଳିଲା ଶିକ୍ଷାନୀତି। ଦୀର୍ଘ ୩୪ ବର୍ଷ ପରେ ବଦଳିଛି ଏହି ଶିକ୍ଷାନୀତି। ଗତମାସ ୨୯ ତାରିଖରେ ଏହି ନୀତି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। କେନ୍ଦ୍ର କ୍ୟାବିନେଟରେ ଶିକ୍ଷାନୀତି ପ୍ରସ୍ତାବ ପାରିତ ହେବା ପରେ ତମାମ ଦେଶରେ ଏହି  ନୀତିକୁ ଲାଗୁ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ୧ ତାରିଖରେ ଏହି ଜାତୀୟ ଶିକ୍ଷାନୀତିକୁ ତର୍ଜମା କରିସାରିଛନ୍ତି। ତର୍ଜମା କରିବା ପରେ ଇସ୍ରୋର ପୂର୍ବତନ ମୁଖ୍ୟ କେ। କସ୍ତୁରିରାଙ୍ଗନ ଶିକ୍ଷାନୀତିର ଦସ୍ତାବିଜକୁ ପ୍ରସ୍ତୁତି କରିଥିଲେ। 'India, A Global knowledge superpower' ଏହି ଶିକ୍ଷାନୀତିର ଉଦ୍ଦେଶ୍ୟ ରହିଛି।  ତେବେ ନୂତନ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। କୋରୋନା ଭାଇରସ ପାଇଁ ଆସନ୍ତା ଶିକ୍ଷାବର୍ଷ ସାମାନ୍ୟ ବିଳମ୍ବ ମଧ୍ୟ ହୋଇଥିବା ଜଣାପଡ଼ିଛି। ଆସନ୍ତା ଶିକ୍ଷାବର୍ଷ ସେପ୍ଟେମ୍ବର-ଅକ୍ଟୋବରରୁ ଏହାକୁ ଲାଗୁ କରାଯିବାର ସମ୍ଭାବନା ରହିଛି। 

ତେବେ ସେ ଯାହା ହେଉ, ଦେଶରେ ଶିକ୍ଷାର ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ ନିଶ୍ଚିତ ପକ୍ଷେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ସରକାରଙ୍କ ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତିତ ଶିକ୍ଷାନୀତି କେତେ ଦୂର ଲାଭଦାୟକ ହେବ ତାହା ନିଶ୍ଚିତ ପକ୍ଷେ ଆଲୋଚନାଯୋଗ୍ୟ। ‘ଏନଇପି ୨୦୨୦’ ନିଶ୍ଚିତ ଭାବେ ସଠିକ ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଶିକ୍ଷା କ୍ଷେତ୍ରରେ ‘ମଜବୁତ ସାଧାରଣ ସ୍ଥିତି’ ଆଡ଼କୁ ଇଙ୍ଗିତ କରୁଛି।  ଏଥିରେ ଗହନ ଚିନ୍ତନ, ଗବେଷଣାତ୍ମକ ଜ୍ଞାନ ଆହରଣ, ପାରସ୍ପରିକ ବାର୍ତ୍ତାଳାପ ଆଧାରିତ ଶ୍ରେଣୀଗୃହ, ସମନ୍ୱିତ ଶିକ୍ଷାଦାନ ଏବଂ ପ୍ରତିଦ୍ୱନ୍ଦ୍ୱିତା ଆଧାରିତ ଶିକ୍ଷା ଉପରେ ବିଶେଷ ପ୍ରାଥମିକତା ଦିଆଯାଇଛି। ସମାବେଶୀ ଡିଜିଟାଲ ଶିକ୍ଷା ବାସ୍ତବରେ ସମସ୍ତ ସଂସ୍କାର କ୍ଷେତ୍ର ମଧ୍ୟରେ ପାରସ୍ପରିକ ରୂପରେ ଯୋଡ଼ି ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆକାରରେ ରହିଛି, ଯାହା ଚତୁର୍ଥ ଶିଳ୍ପ ବିପ୍ଳବ ଦିଗରେ ଭାରତର ଯାତ୍ରାକୁ ଏକ ନୂଆ ଏବଂ ଦ୍ରୁତ ଗତି ପ୍ରଦାନ କରିବ। ଏହା ଏକ ବହୁମୁଖୀ ନୀତି ଯାହାକୁ ଭାରତରେ, ଭାରତ ଦ୍ୱାରା ଏବଂ ଭାରତ ପାଇଁ ପ୍ରସ୍ତୁତ କରାଯାଇଛି। 

NEP 2020: ନୂତନ ଶିକ୍ଷାନୀତିରେ କଣ ଅଛି

  • NEP 2020: ବିଦ୍ୟାଳୟ ଧାର୍ଯ୍ୟ ସମୟ ପରେ ଆଡଲ୍ଟ ଏଜୁକେସନ କୋର୍ସ ପାଇଁ ବିଦ୍ୟାଳୟ କମ୍ପ୍ଲେକ୍ସ ଗୁଡିକୁ ବ୍ୟବହାର କରାଯିବ ।
  • NEP 2020: ଏଣିକି ବିଦ୍ୟାଳୟ ସ୍ତରରେ ମଧ୍ୟ ଧନ୍ଦାମୂଳକ ଶିକ୍ଷାକୁ ସ୍ଥାନ ଦିଆଯାଇଛି। ଅନ୍ୟ ବିଷୟ ଭଳି ମଧ୍ୟ ଛାତ୍ରଛାତ୍ରୀ ଏହାକୁ ପଢିବେ। 
  • NEP 2020: ସ୍କୁଲ ସ୍ତରରେ ଏଣିକି ସାଂକେତିକ ଭାଷାର ଶିକ୍ଷା ପ୍ରଦାନ କରାଯିବ। ଏଥିପାଇଁ NIOS ସହାୟତାରେ ଉଚ୍ଚ କ୍ଷମତା ସମ୍ପନ୍ନ ମୋଡୁଲର ବ୍ୟବସ୍ଥା କରାଯିବ। 
  • NEP 2020: କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରି-ସ୍କୁଲ ସେକ୍ସନର ବ୍ୟବସ୍ଥା ମଧ୍ୟ କରାଯିବ
  • NEP 2020: ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ମଧ୍ୟ ଏନସିସିର ବ୍ୟବସ୍ଥା ରହିବ। ଯାହାକୁ ସିଧାସଳଖ  ପ୍ରତିରକ୍ଷା ବିଭାଗ ଦ୍ୱାରା ନିୟନ୍ତ୍ରଣ କରାଯିବ। 
  • NEP 2020: ଜବାହାର ନବୋଦୟ ବିଦ୍ୟାଳୟ ସ୍କୁଲ ଗୁଡ଼ିକରେ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯିବ
  • NEP 2020: ପରିବର୍ତ୍ତିତ ସମୟରେ ସ୍କୁଲ ଗୁଡ଼ିକରେ ଅନଲାଇନ ଶିକ୍ଷାର ଚାହିଦା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକରେ ଡିଜିଟାଲ ଶିକ୍ଷା ଓ ଅନଲାଇନରେ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା। 
  • NEP 2020: ଏସସି, ଏସଟି, ଏସଇଡିଜି ଓ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଧାବୃତ୍ତି ପୋର୍ଟାଲର ବ୍ୟବସ୍ଥା
  • NEP 2020: ଶିକ୍ଷକ ଯୋଗ୍ୟତା ପାଇଁ ସର୍ବନିମ୍ନ ୪ ବର୍ଷିଆ ବି।ଏଡ଼ ଡିଗ୍ରୀ
  • NEP 2020: ସମସ୍ତ ଉଚ୍ଚ ଶିକ୍ଷା ପାଇଁ ଏକ କମନ ରେଗୁଲେଟୋରି ବଡ଼ି ଗଠନ
  • NEP 2020: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ସୁବିଧା ଉପଲବ୍ଧ
  • NEP 2020: ଶିକ୍ଷା କ୍ଷେତ୍ରରେ ଜିଡ଼ିପିକୁ ୬ ପ୍ରତିଶତକୁ ବୃଦ୍ଧି। ପୂର୍ବରୁ ଏହା ୧।୭ ପ୍ରତିଶତ ରହିଥିଲା। 
  • NEP 2020: ବସ୍ତାନୀ ଶୂନ୍ୟ ଶିକ୍ଷା ବ୍ୟବସ୍ଥା
  • NEP 2020: ତିନୋଟି ଭାଷାରେ ଶିକ୍ଷାଦାନ। ଏହି ତିନୋଟି ଭାଷା ରାଜ୍ୟ, ଛାତ୍ରଛାତ୍ରୀ ଓ ଅଞ୍ଚଳଗତ ଦୃଷ୍ଟିରୁ ସ୍ଥିର ହେବ। 
  • NEP 2020: ଆଞ୍ଚଳିକ ଭାଷାକୁ ମଧ୍ୟ ଗୁରୁତ୍ତ୍ୱ। 
  • NEP 2020: ସ୍ୱତନ୍ତ୍ର ବିଷୟ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସରଳୀକରଣ
  • NEP 2020: ଦେଶରେ ସାଙ୍କେତିକ ଭାଷାକୁ ସରଳୀକରଣ କରିବା
  • NEP 2020: ସବୁସ୍ତରରେ ଗବେଷଣାଭିତ୍ତିକ ଶିକ୍ଷାଦାନ
  • NEP 2020: ନୂଆଯୋଜନା, ସୃଜନଶୀଳତା, ଆବେଦନ, ସମସ୍ୟା ସମାଧାନ ଆଦି ଉପରେ ରହିବ ପାଠ୍ୟକ୍ରମ
  • NEP 2020: ପାଠ୍ୟକ୍ରମର ବିଷୟ ବସ୍ତୁକୁ ହ୍ରାସ କରିବା
  • NEP 2020: ସ୍କୁଲ ଗୁଡ଼ିକରେ ଏଣିକି ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା। ପୁଷ୍ଟିକର ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ
  • NEP 2020: ପ୍ରାଥମିକ ପିଲାଦିନର ଯତ୍ନ ଏବଂ ଶିକ୍ଷା ପାଠ୍ୟକ୍ରମ (ECCEC) MHRD, WCD, HFW, ଆଦିବାସୀ ବ୍ୟାପାରର ବ୍ୟବସ୍ଥା ।
  • NEP 2020: ୫ ବର୍ଷରୁ କମ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା। ଏଥିପାଇଁ ବାଳବାଟିକା ଯୋଜନା।
  • NEP 2020: ଆପ, ଟିଭି ଚ୍ୟାନେଲ ମାଧ୍ୟମରେ ବୈଷୟିକ ଶିକ୍ଷାର ବ୍ୟବସ୍ଥା।
  • NEP 2020: ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ। ଉଦାହରଣ ସ୍ୱରୁପ ବାର୍ଷିକ, ସେମିଷ୍ଟାର, ମୋଡୁଲାର ଆଦି
  • NEP 2020: ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA)ର ପ୍ରସ୍ତାବ।
  • NEP 2020: ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ହୋଲିଷ୍ଟିକ ରିପୋର୍ଟ କାର୍ଡ
  • NEP 2020: ବୋର୍ଡ ପରୀକ୍ଷାର ଗୁରୁତ୍ତ୍ୱରେ ମଧ୍ୟ ହ୍ରାସ। ବର୍ଷରେ ଦୁଇଥର ଅନୁଷ୍ଠିତ ହେବ ପରୀକ୍ଷା। 
  • NEP 2020: ଷଷ୍ଠ ଶ୍ରେଣୀରୁ କୋଡିଂ ଶିକ୍ଷାଦାନ
  • NEP 2020: NCERT ଦ୍ୱାରା ଜାତୀୟ ପାଠ୍ୟକ୍ରମରେ ପରିବର୍ତ୍ତନ। 
  • NEP 2020: ୪୫ ହଜାର ମହାବିଦ୍ୟାଳୟକୁ ଆର୍ଥିକ ସ୍ୱୟଂଚାଳିତ କ୍ଷମତା ପ୍ରଦାନ
  • NEP 2020: ଆଞ୍ଚଳିକ ଭାଷାରେ ଇ-କଣ୍ଟେଣ୍ଟର ବ୍ୟବସ୍ଥା
  • NEP 2020: ନୂତନ ପାଠ୍ୟକ୍ରମର ବ୍ୟବସ୍ଥା
  • NEP 2020: ମଲ୍ଟିପୁଲ ପ୍ରବେଶ ଓ ଅବସରର ବ୍ୟବସ୍ଥା
  • NEP 2020: ୩୪ ବର୍ଷ ପରେ ଶିକ୍ଷାନୀତିକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ
  • NEP 2020: ୩୦ ବର୍ଷ ପରେ ଶିକ୍ଷାନୀତିରେ ପରିବର୍ତ୍ତନ
  • NEP 2020: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରାନସଲେସନ ଆଣ୍ଡ ଇଣ୍ଟରପ୍ରିଟେସନ(IITI)ର ପ୍ରସ୍ତାବ
  • NEP 2020: ଜାତୀୟ ଗବେଷଣା ଫାଉଣ୍ଡେସନ(NRF)ର ପ୍ରତିଷ୍ଠା
  • NEP 2020: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ବିଦେଶରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଅନୁମତି
  • NEP 2020: ମାନବସମ୍ବଳ ବିଭାଗର ନାମ ପରିବର୍ତ୍ତନ। ଏଣିକି ଶିକ୍ଷା ବିଭାଗ ଭାବେ ପରିଚିତ
  • NEP 2020: ସୂଚନା ଓ ପ୍ରସାରଣ, ମାନବସମ୍ବଳ ବିଭାଗର ଖୁବ ଶୀଘ୍ର ପଦାର୍ପଣ
  • NEP 2020: ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା
  • NEP 2020: ସ୍ନାତକ ଶିକ୍ଷାରେ ଏକାଧିକ ଅବସରର ବ୍ୟବସ୍ଥା
  • NEP 2020: ୨୦୩୦ ସୁଦ୍ଧା ପ୍ରତି ଜିଲ୍ଲା କିମ୍ବା ନିକଟତମ ଜିଲ୍ଲାଗୁଡ଼ିକରେ ମଲ୍ଟିଡିସିପ୍ଲିନାରୀ ଶିକ୍ଷାନୁଷ୍ଠାନ
  • NEP 2020: ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଲ୍ଟି ଡିସିପ୍ଲିନାରୀ ଶିକ୍ଷାନୁଷ୍ଠାନର ମାନ୍ୟତା 
  • NEP 2020: ନୂତନ ଶିକ୍ଷା ବର୍ଷ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରୁ ଆରମ୍ଭ