Advertisement
Article Detail0/zeeodisha/odisha769364
Zee OdishaOdisha National-Internationalଘରୋଇ ଗ୍ୟାସ ବିତରଣରେ ବଡ଼ ପରିବର୍ତ୍ତନ, ଆସନ୍ତା ୧ ତାରିଖ ଠାରୁ ଲାଗୁ ହେବ ଏହିସବୁ ନିୟମ

ଘରୋଇ ଗ୍ୟାସ ବିତରଣରେ ବଡ଼ ପରିବର୍ତ୍ତନ, ଆସନ୍ତା ୧ ତାରିଖ ଠାରୁ ଲାଗୁ ହେବ ଏହିସବୁ ନିୟମ

ଘରୋଇ ଗ୍ୟାସ ବିତରଣ ନିୟମରେ ଆସନ୍ତା ୧ ତାରିଖ ଠାରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ବିତରଣକାରୀ ସଂସ୍ଥା ପୂର୍ବଭଳି ଆଉ ଗ୍ୟାସ ଟାଙ୍କି ଦେଇ ପାରିବେ ନାହିଁ। ଯେଉଁ ଉପଭୋକ୍ତା ଗ୍ୟାସ ରଖିବେ ତାଙ୍କ ପାଇଁ କିଛି ନିୟମ ଲାଗୁ ହେବାକୁ ଯାଉଛି। ଗ୍ୟାସ ଚୋରିକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। 

ଘରୋଇ ଗ୍ୟାସ ବିତରଣରେ ବଡ଼ ପରିବର୍ତ୍ତନ, ଆସନ୍ତା ୧ ତାରିଖ ଠାରୁ ଲାଗୁ ହେବ ଏହିସବୁ ନିୟମ

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ବିତରଣ ନିୟମରେ ଆସନ୍ତା ୧ ତାରିଖ ଠାରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ବିତରଣକାରୀ ସଂସ୍ଥା ପୂର୍ବଭଳି ଆଉ ଗ୍ୟାସ ଟାଙ୍କି ଦେଇ ପାରିବେ ନାହିଁ। ଯେଉଁ ଉପଭୋକ୍ତା ଗ୍ୟାସ ରଖିବେ ତାଙ୍କ ପାଇଁ କିଛି ନିୟମ ଲାଗୁ ହେବାକୁ ଯାଉଛି। ଗ୍ୟାସ ଚୋରିକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଡେଲିଭରି ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି।

ଏହି ନୂଆ ଡେଲିଭି ସିଷ୍ଟମର ନାଁ DAC ରଖିଛନ୍ତି। DAC ଅର୍ଥାତ ଡେଲିଭରି ଅଥଣ୍ଟିକେସନ କୋଡ଼। ଏବେ ପୂର୍ବଭଳି ଗ୍ୟାସ ବୁକ କରିଲେ ମଧ୍ୟ ଉପଭୋକ୍ତା ସିଧାସଳଖ ଗ୍ୟାସ ପାଇପାରିବେ ନାହିଁ। ଗ୍ୟାସ ବିତରଣକାରୀ ସଂସ୍ଥା ବୁକିଂ ସମୟରେ ଏକ ଓଟିପି(One time password) ବା ରେଜିଷ୍ଟର ହୋଇଥିବା ମୋବାଇଲକୁ ଏକ କୋଡ଼ ପଠାଇବେ। ଯାହାକୁ ଦେଖାଇ ଗ୍ୟାସ ଡେଲିଭର ବୟ ଠାରୁ ଉପଭୋକ୍ତା ଗ୍ୟାସ ରଖିପାରିବେ। ଏଥିପାଇଁ ଉପଭୋକ୍ତାଙ୍କୁ ସେମାନଙ୍କ ମୋବାଇଲ ନମ୍ବରକୁ ଗ୍ୟାସ ବିତରଣକାରୀ ସଂସ୍ଥାରେ ରେଜିଷ୍ଟାର କରିବାକୁ ବାଧ୍ୟତାମୂଳକ କରାଯିବ ବୋଲି ଜଣାପଡ଼ିଛି। 

ଅଧିକ ପଢନ୍ତୁ: ସର୍ବପ୍ରଥମେ ଏହି ୩୦ କୋଟି ଭାରତୀୟଙ୍କୁ ଦିଆଯିବ କୋରୋନା ଟୀକା

Add Zee News as a Preferred Source

ଯଦିଓ କେହି ଯଦି ମୋବାଇଲ ନମ୍ବର ରେଜିଷ୍ଟର କରିନଥିବେ, ତେବେ ଡେଲିଭରି ବୟ ନିକଟରେ ଏକ ଆପ ରହିବଯ ଯାହା ମାଧ୍ୟମରେ ନିଜର ମୋବାଇଲ ନମ୍ବରକୁ ଅପଡେଟ କରିପାରିବେ। ରେଜିଷ୍ଟାର କରିବା ପରେ ଏକ କୋଡ଼ ଉପଭୋକ୍ତାଙ୍କ ରେଜିଷ୍ଟାର ମୋବାଇଲ ନମ୍ବରକୁ ଯିବ। ପରେ ତାହାକୁ ଦେଖାଇ ଉପଭୋକ୍ତା ଗ୍ୟାସ ରଖିପାରିବେ। 

ତେବେ ଏଭଳି ପରିସ୍ଥିତିରେ ସେହି ଉପଭୋକ୍ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ, ଯେଉଁମାନଙ୍କର ଘରର ଠିକଣା ଭୁଲ କିମ୍ବା ଭୁଲ ମୋବାଇଲ ନମ୍ବର ପ୍ରଦାନ କରିଥିଲେ। ଭୁଲ ଠିକଣା କିମ୍ବା ମୋବାଇଲ ନମ୍ବର କାରଣରୁ ଉପଭୋକ୍ତାଙ୍କ ଠାରୁ ଗ୍ୟାସ ପାଇବା କଷ୍ଟକର ହୋଇପଡ଼ିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ନିୟମକୁ ୧୦୦ଟି ସ୍ମାର୍ଟ ସିଟିରେ ଗ୍ୟାସ ବିତରଣକାରୀ କମ୍ପାନୀ ଗୁଡ଼ିକ ଲାଗୁ କରିବେ ବୋଲି ଜଣାପଡ଼ିଛି। ଏହା ପରେ ଧୀରେଧୀରେ ପୁରା ଦେଶରେ ଲାଗୁ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। 

About the Author