ଷ୍ଟାର୍ଟ ଅପ ବିନା ନିଯୁକ୍ତି କଷ୍ଟସାଧ୍ୟ: ସାଂସଦ ସୁଜିତ କୁମାର
X

ଷ୍ଟାର୍ଟ ଅପ ବିନା ନିଯୁକ୍ତି କଷ୍ଟସାଧ୍ୟ: ସାଂସଦ ସୁଜିତ କୁମାର

ରାଜ୍ୟର ବେକାରୀ ସମସ୍ୟାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଜେଡ଼ି ସାଂସଦ ସଜିତ କୁମାର।

ଷ୍ଟାର୍ଟ ଅପ ବିନା ନିଯୁକ୍ତି କଷ୍ଟସାଧ୍ୟ: ସାଂସଦ ସୁଜିତ କୁମାର

ବିଜୟ କୁମାର ଦାସ, ନୂଆଦିଲ୍ଲୀ: ରାଜ୍ୟର ବେକାରୀ ସମସ୍ୟାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଜେଡ଼ି ସାଂସଦ ସୁଜିତ କୁମାର। ରାଜ୍ୟରେ ବେକାରୀ ସମସ୍ୟାକୁ ହ୍ରାସ କରିବାକୁ ହେଲେ ରାଜ୍ୟରେ ବ୍ୟାପକ ଭାବେ ଷ୍ଟାର୍ଟଅପକୁ ପ୍ରାଧାନ୍ୟ ଦେବାରେ ଅଛି ବୋଲି ସାଂସଦ କହିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପର ସଂଖ୍ୟାକୁ ବୃଦ୍ଧି କରିବା ସହିତ ରାଜ୍ୟର ବିକାଶରେ ମଧ୍ୟ ଭାଗୀଦାରୀ ହୋଇପାରିବ। ଏହା ସହିତ ନିଯୁକ୍ତି ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବ ବୋଲି ସେ ଜୀ ଓଡ଼ିଶାକୁ ସାକ୍ଷାତକାର ଦେଇ କହିଛନ୍ତି। 

ସାଂସଦ ସୁଜିତଙ୍କ ସହିତ ସିଧାସଳଖ ଆଲୋଚନା ଦେଖିବାକୁ ଏଠାରେ କ୍ଲିକ କରନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ମଧ୍ୟ ରାଜ୍ୟରେ ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ କରିବାର ମୁଖ୍ୟ ଲକ୍ଷ୍ୟ ରହିଥିଲା। ବର୍ତ୍ତମାନ ରାଜ୍ୟରେ ଷ୍ଟାର୍ଟଅପ ପାଇଁ ଇକୋ ସିଷ୍ଟମର ଆବଶ୍ୟକତା ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିବେଶକ ଓ ଉଦ୍ୟେଗ ଗୁଡ଼ିକୁ ଯଥେଷ୍ଟ ସୁଯୋଗ ଦେବା ଆବଶ୍ୟକ ବୋଲି ସେ କହିଥିଲେ। 

ସୁଜିତ ଆହୁରି ମଧ୍ୟ କହିଥିଲେ ଷ୍ଟାର୍ଟ ଅପ ଗୁଡ଼ିକ ଓଡ଼ିଶାରେ ଖୁବ ଭଲ କାମ କରୁଛି। ଏବେ ଜଣେ ପୂର୍ଣ୍ଣକାଳୀନ ସିଇଓଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କେବଳ ଏତିକି ନୁହେଁ, ଅର୍ଥ ବିନିଯୋଗର ଆବଶ୍ୟକତା ମଧ୍ୟ ରହିଛି। ଏଥିପାଇଁ ରାଜ୍ୟ ସରକାର ୨୫ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଲାଗୁ କରିଛନ୍ତି। ଏହାର ଆକାରକୁ ବୃଦ୍ଧି କରିଲେ ଷ୍ଟାର୍ଟ ଅପ ଗୁଡ଼ିକ ଅଧିକ ସହାୟତା ପାଇ ପାରିବେ ବୋଲି ସାଂସଦ ସୁଜିତ କହିଛନ୍ତି। 

ସେହିପରି ସୁଜିତ ଅନ୍ୟ ଦିଗ ଗୁଡିକ ଉପରେ ମଧ୍ୟ ଆଲୋଚନା କରି କହିଛନ୍ତି କି, କଳାହାଣ୍ଡିର କୃଷ୍ଣ କାର୍ପାସ ମାଟି କପାଚାଷ ପାଇଁ ଉପଯୋଗୀ ଓ ଏହାକୁ ପ୍ରୋତ୍ସାହିତ କରାଗଲେ ଏହା ପାଖାପାଖି ୬୦ ହଜାର ହେକ୍ଟର ଜମିରେ ଚାଷ କରାଯାଇପାରିବ । ଏଥିରୁ ଉତ୍ପାଦ ପ୍ରାୟ ୪ଟି ସୂତାକଳକୁ କଞ୍ଚାମାଲ ଯୋଗାଇ ଦିଆଯାଇପାରିବ। ଫଳରେ ଅତି କମରେ ୨ ହଜାର ଲୋକଙ୍କୁ କର୍ମସଂସ୍ଥାନ ମିଳିପାରିବ ବୋଲି ସେ କହିଛନ୍ତି। ବିଶେଷ କରି କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରବାସୀ ବିଶେଷ ଭାବେ ଏହା ଦ୍ୱାରା ଉପକୃତ ହୋଇ ପାରନ୍ତେ ବୋଲି ସେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କେବିକେ ଜିଲ୍ଲାରେ ରେଳର ଭିତ୍ତିଭୂମି ବିକଶିତ ହେଲେ ଯାତାୟତ ତଥା ବ୍ୟବସାୟର ଲକ୍ଷଲକ୍ଷ ଲୋକ ଉପକୃତ ହୋଇପାରିବେ। ବରଗଡ଼-ନୂଆପଡ଼ା, କଣ୍ଟାବାଞ୍ଝୀ-ନୂଆପଡ଼ା ଭାୟା ଧର୍ମଗଡ଼ ଓ ଜୟପୁର-ଲାଞ୍ଜିଗଡ଼ ରେଳପଥର ବିକାଶ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। 

ଏହା ବ୍ୟତୀତ ନର୍ଲାରେ ପ୍ରସ୍ତାବିତ ରେଲଓ୍ୱେ ଓ୍ୱାଗନ କାର୍ଯ୍ୟକାରୀ ହେଲେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ। ଏଥିପାଇଁ ଜମି ଅଧିଗ୍ରହଣର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଛି। କଳାହାଣ୍ଡିର ପ୍ରାକୃତିକ ସମ୍ପତ ପୁରି ରହିଥିଲେ ମଧ୍ୟ ରତ୍ନଗର୍ଭା ଏହି ଅଞ୍ଚଳ ଦ୍ୱିତୀୟ ବୃହତମ ପିଡ଼ିଏସ ଯୋଗଦାନକାରୀ ଭାବରେ ଖ୍ୟାତି ଅର୍ଜନ କରିଛି। ପୂର୍ବରୁ ମଧ୍ୟ ଅନେକ ବିବାଦୀୟ ପ୍ରସଂଗରେ ନିଜର ମତ ରଖି ଚର୍ଚ୍ଚାରେ ରହିଛନ୍ତି ସାଂସଦ ସୁଜିତ।  ଏନସିଆରଟି ପାଠ୍ୟପୁସ୍ତକରେ କଳାହାଣ୍ଡିକୁ ନେଇ ଉଲ୍ଲେଖ ଥିବା ଭୁଲ ତଥ୍ୟକୁ ନେଇ ମଧ୍ୟ ସାଂସଦ ସୁଜିତ ମୁହଁ ଖୋଲିଥିଲେ। ଉକ୍ତ ଭୁଲକୁ ସୁଧାରିବାକୁ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। 

Trending news