ନୂତନ ନକ୍ସା ଜାରି ମାମଲା; ଜୋରଦାର ଝଟକା ସହ ଜାତିସଂଘରୁ ଓଲି ସରକାରଙ୍କୁ ମିଳିଲା ମୁହଁତୋଡ ଜବାବ

ନୂତନ ନକ୍ସ ଜାରି ମାମଲାରେ ନେପାଳକୁ ମିଳିଛି ଶକ୍ତ ଝଟକା।

ନୂତନ ନକ୍ସା ଜାରି ମାମଲା; ଜୋରଦାର ଝଟକା ସହ ଜାତିସଂଘରୁ ଓଲି ସରକାରଙ୍କୁ ମିଳିଲା ମୁହଁତୋଡ ଜବାବ

ନୂଆଦିଲ୍ଲୀ: ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ବିଶ୍ୱ ସମୁଦାୟରୁ ମିଳିଛି ଜୋରଦାର ଝଟକ । ଏ ପ୍ରସଙ୍ଗରେ ମିଳିତ ଜାତିସଂଘ-ୟୁଏନଓ(UNO-United Nations Organisation) ପକ୍ଷରୁ ନେପାଳ ଉଦ୍ଦେଶ୍ୟରେ ଜବାବ ଦିଆଯାଇ କୁହାଯାଇଛି କୌଣସି ସରକାରୀ କାର୍ଯ୍ୟ ଲାଗି ଅନୁଷ୍ଠାନ ପକ୍ଷରୁ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ। 

ଚଳିତ ବର୍ଷ ନେପାଳ ଦ୍ୱାରା ଦେଶର ଏକ ନୂତନ ନକ୍ସା ଜାରି କରାଯାଇଥିଲା। ଯେଉଁଥିରେ ଅନେକ ଭାରତୀୟ ଅଞ୍ଚଳ ଯଥା ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନକୁ ନିଜ ଅଧିନସ୍ଥ ଅଞ୍ଚଳ ଭାବେ ପ୍ରଦର୍ଶିତ କରିଥିଲା ନେପାଳ। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯିବା ସହ ନେପାଳ ଉଦ୍ଦେଶ୍ୟରେ କୁହାଯାଇଥିଲା ଯେ ଏପରି ଏପରି କୌଣସି ମାନଚିତ୍ର ଗ୍ରହଣ କରାଯିବ ନାହିଁ, କାରଣ ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ ।

ଏ ପ୍ରସଙ୍ଗରେ ୟୁଏନଓ ପକ୍ଷରୁ କୁହାଯାଇଛି ପ୍ରଶାସନିକ କାର୍ଯ୍ୟ ଲାଗି ଏହି କ୍ଷେତ୍ର ସହ ଜଡିତ ଭାରତ, ପାକିସ୍ଥାନ କିମ୍ବା ଚୀନ୍ ମାନଚିତ୍ର ବ୍ୟବହାର କରିବ ନାହିଁ। ଏହାର ଜବାବରେ ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ନେପାଳ ଏପରି ମାମଲାକୁ ରଖିବ, ସେତେବେଳେ କେବଳ ଏହାକୁ ଏକ କୂଟନୈତିକ ପ୍ରୋଟୋକଲ ଗ୍ରହଣ କରାଯିବ।

ନେପାଳ ସରକାର ଖୁବ୍ ଶୀଘ୍ର ଏହାର ନୂତନ ସଂଶୋଧିତ ମାନଚିତ୍ରକୁ ଅନ୍ତର୍ଜାତୀୟ ସମୁଦାୟକୁ ପଠାଇବାକୁ ଯାଉଛନ୍ତି। ଯେଉଁଥିରେ ଅନେକ ଭାରତୀୟ ଅଞ୍ଚଳକୁ ନେପାଳ ଅଧିନସ୍ଥ କ୍ଷେତ୍ର ଭାବେ ଦର୍ଶାଯାଇଛି। ଏ ଘଟଣାରେ ଜାତିସଂଘ  ପକ୍ଷରୁ କୁହାଯାଇଛି ନେପାଳ ଦ୍ୱାରା କରାଯାଉଥିବା ଦାବିକୁ ଏହାର ୱେବସାଇଟରେ ମଧ୍ୟ ସ୍ଥାନ ଦିଆଯିବ ନାହିଁ। ଏହାର କାରଣ ହେଉଛି ଜାତିସଂଘ ଏହାର ସମସ୍ତ ମାନଚିତ୍ରକୁ ଏକ ବୈଧାନିକ ଚେତାବନୀ ଜାରି କରାଯିବା ସହ କୁହାଯାଇଥାଏ ଯେ, ୟୁଏନଓ ପକ୍ଷରୁ ଜାରି ହୋଇଥିବା ମାନଚିତ୍ରରେ ଦର୍ଶାଯାଉଥିବା ସୀମା ଏବଂ ଏଥିରେ ଲେଖା ଯାଇଥିବା ନାମ କିମ୍ବା ପଦବୀକୁ ସଂସ୍ଥା ପକ୍ଷରୁ ପ୍ରଚାର କରିବା ଲାଗି ଉଦ୍ଦିଷ୍ଟ ନୁହେଁ। ଜାତିସଂଘ ଏଭଳି ପ୍ରଚାରକୁ କେବେ ଗ୍ରହଣ କରେ ନାହିଁ।

ନୂତନ ନେପାଳୀ ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିମ୍ପିଆଧୁରା, ଲିପୁଲେଖ ଏବଂ କାଲାପାନି ନେପାଳର ଅଂଶ ଭାବେ ଦର୍ଶାଯାଇଛି । ଯାହାକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏନେଇ ନୂଆଦିଲ୍ଲୀ ପକ୍ଷରୁ କାଠମାଣ୍ଡୁ ଉଦ୍ଦେଶ୍ୟରେ କୁହାଯାଇଛି ପୂର୍ବରୁ ନେପାଳର କୌଣସି ମାନଚିତ୍ରରେ ଉକ୍ତ ଭାରତୀୟ ଅଞ୍ଚଳ ସ୍ଥାନ ପାଇନଥିଲା। ଏଥିରୁ ସ୍ପଷ୍ଟ ଯେ ନେପାଳ ସରକାର କୌଣସି ବାହ୍ୟ ଚାପରେ କାର୍ଯ୍ୟ କରୁଛନ୍ତି।

ନେପାଳରେ କ୍ଷମତାସୀନ କେପି ଶର୍ମା ଓଲିଙ୍କ ନେତୃତ୍ୱାଧିନ ସରକାର ନିକଟରେ ସମ୍ବିଧାନରେ ସଂଶୋଧନ କରି ଦେଶର ନୂତନ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଛି। ଯାହାର ବିରୋଧ କରି  ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ନେପାଳର ନୂତନ ମାନଚିତ୍ର ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଉପରେ ଆଧାରିତ ନୁହେଁ। ଏହାକୁ ସ୍ୱୀକାର କରାଯିବ ନାହିଁ । ସେବେ ଠାରୁ ଉଭୟ ଭାରତ-ନେପାଳ ସରକାରଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି ।