ଆଇପିଏଲରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ନୂଆ କୀର୍ତ୍ତିମାନ। ବିରାଟ କୋହଲିଙ୍କୁ ପଛରେ ପକାଇ ସେ ୫୦ ଥର ୫୦ରୁ ଊର୍ଦ୍ଧ୍ୱ ରନ କରିବାରେ ବିଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
Trending Photos
)
ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣରେ ନୂଆ ଇତିହାସ ଲେଖିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର। ସେ ଏହି ଟୁର୍ଣ୍ଣାମେଣ୍ଟରେ ୫୦ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି। ଗୁରୁବାରର ପଞ୍ଜାବ ବିପକ୍ଷରେ ମ୍ୟାଚରେ ତାଙ୍କୁ ଏହି ସଫଳା ମିଳିଛି।
ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ ତଥା ଓପନର ହେଉଛନ୍ତି ଡେଭିଡ ୱାର୍ଣ୍ଣର। ଗତକାଲି ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ୪୦ ବଲ ଖେଳି ୫୨ ରନ କରିଥିଲେ। ଏଥିଲେ ତାଙ୍କର ୫ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି। ଏହି ମ୍ୟାଚରେ କରିଥିବା ୫୨ ରନ ସହ ୫୦ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବାର ରେକର୍ଡ କରିଛନ୍ତି।
ଡେଭିଡ ୱାର୍ଣ୍ଣର ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ମୋଟ ୧୩୨ଟି ମ୍ୟାଟ ଖେଳିଛନ୍ତି। ସେଥିମଧ୍ୟରେ ସେ ୪ଟି ଶତକ କରିଥିବା ବେଳେ ୪୬ଟି ଅର୍ଦ୍ଧଶତକ କରିଛନ୍ତି। ୱାର୍ଣ୍ଣରଙ୍କ ପଞ୍ଜାବ ବିପକ୍ଷରେ ଲଗାତାର ୯ଟି ଅର୍ଦ୍ଧଶତକ କଲେଣି। ଆଉ ଚଳିତ ସଂସ୍କରରେ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ।
ସେପଟେ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ୱାର୍ଣ୍ଣରଙ୍କ ପଛରେ ଅଛନ୍ତି ବିରାଟ କୋହଲି। ସେ ୧୮୨ଟି ମ୍ୟାଚରେ ୫ଟି ଶତକ ଓ ୩୭ଟି ଅର୍ଦ୍ଧଶତକ କରିଛନ୍ତି। ଯାହା ସମୂଦାୟ ୪୨ଟି ଅର୍ଦ୍ଧ ଶତକରେ ଗଣାଯିବ। ସେହପରି କ୍ରମଶଃ ୩୯, ୩୯ ଓ ୩୮ଟି ଅର୍ଦ୍ଧ୍ୱଶତକ ସହ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ସୁରେଶ ରାଇନା, ରୋହିତ ଶର୍ମା ଓ ଏବି ଡିଭିଲିୟର୍ସ।