ମହାମାରୀ ଅଧିନିୟମକୁ ପରିବର୍ତ୍ତନ କରିବାରେ କେରଳ ଓ ଓଡ଼ିଶା ପରେ ଉତ୍ତରାଖଣ୍ଡ ହେଉଛି ତୃତୀୟ ରାଜ୍ୟ ।
Trending Photos
)
ନୂଆଦିଲ୍ଲୀ: ସାରା ଦେଶରେ କାୟା ବିସ୍ତାର କରି ଚାଲିଛି କୋରୋନା ଭାଇରସ । ଯାହା ବର୍ତ୍ତମାନ ସମୟରେ ଦେଶ ପାଇଁ ସବୁଠାରୁ ବଡ଼ ସଙ୍କଟ ଭାବେ ଉଭା ହୋଇଛି । କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଆଜି(ଶନିବାର) ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ମହାମାରୀ ଅଧିନିୟମ ୧୮୯୭ରେ ସଂଶୋଧନ କରି ରାଜ୍ୟ ସଂଶୋଧନ ଅଧିନିୟମକୁ ଅନୁମୋଦନ କରିଛନ୍ତି । ଫଳରେ ଧାରା ୨ ଓ ୩ର ସଂଶୋଧନ ପରେ ରାଜ୍ୟରେ କୋଭିଡ-19 କାରଣରୁ ଫେସମାସ୍କର ଆବଶ୍ୟକତା ସହ କ୍ୱାରେଣ୍ଟାଇନ୍ ନିୟମକୁ ବି କଡାକଡି କରାଯାଇଛି । ଏହି ନିୟମକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ୬ ମାସର ଜେଲ ଓ ୫,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।
ଏହି କାର୍ଯ୍ୟରେ କୌଣସି କମ୍ପାଉଣ୍ଡିଂ ସୁବିଧା ମଧ୍ୟ ନାହିଁ । ଯାହା ଫଳରେ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ସିଧା କାରାଗାର ହେବ । ଲୋକମାନେ ମାସ୍କ ବିନା ରାସ୍ତାରେ ବୁଲୁଥିବାର ନଜରକୁ ଆସିଛି । ଯାହା ଫଳରେ ଏବେ ରାଜ୍ୟରେ କଡା ନିୟମ ପ୍ରଣୟନ କରାଯାଇଛି । ଯାହା ଆଜି ଠାରୁ ଲାଗୁ ବୋଲି ବିବେଚନା କରାଯିବ । ମହାମାରୀ ଅଧିନିୟମକୁ ପରିବର୍ତ୍ତନ କରିବାରେ କେରଳ ଓ ଓଡ଼ିଶା ପରେ ଉତ୍ତରାଖଣ୍ଡ ହେଉଛି ତୃତୀୟ ରାଜ୍ୟ ।