କେତେ ପ୍ରଭାବୀ କୋରୋନା ଟିକାର ପ୍ରଥମ ଡୋଜ୍?
Advertisement

କେତେ ପ୍ରଭାବୀ କୋରୋନା ଟିକାର ପ୍ରଥମ ଡୋଜ୍?

Oxford University ଏବଂ ONS ଦ୍ୱାରା କରାଯାଇଥିବା ଦୁଇଟି ଅଧ୍ୟୟନ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଉଭୟ ନିଜ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ, କିଛି କ୍ଷେତ୍ରରେ କୋରୋନା ଟିକା ( Civid19 vaccine) ର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ପୁଣି ଥରେ ସଂକ୍ରମିତ ହୋଇଛନ୍ତି। 

ପ୍ରତିକାତ୍ମକ ଫଟୋ

ଲଣ୍ଡନ: ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବିଶ୍ୱବାସୀଙ୍କୁ କଲବଲ କରୁଛି ମହାମାରୀ କୋରୋନା। ତେବେ ଏହି ସଂକଟଠାରୁ ବଞ୍ଚିବାର ଏକ ମାତ୍ର ମାଧ୍ୟମ ହେଉଛି ଟିକାକରଣ। ତେବେ ଏହି ଟିକା କେତେ ପ୍ରଭାବୀ ତାହାକୁ ନେଇ ସବୁ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ। ତେବେ ବ୍ରିଟେନରେ ହୋଇଥିବା ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ, ଦେଶରେ ବର୍ତ୍ତମାନ Oxfordର astrazeneca, pfizer କିମ୍ବା BioNTech ଟିକା ଦିଆଯିବା ପରେ ସଂକ୍ରମଣର ଆଶଙ୍କା ପ୍ରାୟ ୬୫% କମିଯାଏ।

Oxford University ଏବଂ ONS ଦ୍ୱାରା କରାଯାଇଥିବା ଦୁଇଟି ଅଧ୍ୟୟନ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଉଭୟ ନିଜ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ, କିଛି କ୍ଷେତ୍ରରେ କୋରୋନା ଟିକା ( Civid19 vaccine) ର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ଏଥିରେ ବୃଦ୍ଧ, ଯୁବକ ଏବଂ ସୁସ୍ଥ ଲୋକଙ୍କ ମଧ୍ୟ ସାମିଲ ଅଛନ୍ତି। କିନ୍ତୁ ଟିକା (Vaccine) ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ଜୀବନ ପ୍ରତି ବିପଦ ଯଥେଷ୍ଟ ହ୍ରାସ ପାଇଛି।

Also Read: Corona Update: ବେକାବୁ ନୂଆ ଷ୍ଟ୍ରେନ୍, ଦେଶରେ ଚାଲିଛି ଡାର୍ଟି ପଲିଟିକ୍ସ୍

ଅଧିକାଂଶ କୋରୋନା ଟିକାର ଦୁଇଟି ଡୋଜ୍ ଦିଆଯିବାର ପ୍ରାବଧାନ ଅଛି। ଦ୍ୱିତୀୟ ଡୋଜ ଓ ପ୍ରଥମ ଡୋଜ ମଧ୍ୟରେ ଅତିକମରେ ୨୮ ଦିନର ବ୍ୟବଧାନ ଥାଏ। Oxford ଓ ONSର ଏହି ଅନୁସନ୍ଧାନରେ, କୋଭିଡ ଟିକାକରଣ ପରେ ଡାକ୍ତରଖାନାରେ ଯାଉଥିବା ଆକ୍ରାନ୍ତ ଏବଂ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ତଥାପି, ଅନୁସନ୍ଧାନକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଟିକାକରଣ ପରେ ମଧ୍ୟ ଜଣେ ବ୍ୟକ୍ତି ସଂକ୍ରମିତ ହୋଇପାରେ ଏବଂ ଲକ୍ଷଣ ବିନା ସଂକ୍ରମିତ ହେବା ପରେ ମାରାତ୍ମକ ଭୂତାଣୁ ବିସ୍ତାର କରିପାରେ।

ଏହି କାରଣରୁ, ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବହୁତ ଆବଶ୍ୟକତା ଅଛି। ଗବେଷକମାନେ ସେପ୍ଟେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ବ୍ରିଟେନରେ ସାଢେ ୩ ଲକ୍ଷ ଲୋକଙ୍କର ରିପୋର୍ଟକୁ ବିଶ୍ଳେଷଣ କଲେ ଏବଂ ଦେଖିଲେ ଯେ, ଟିକା ପ୍ରଥମ ଡୋଜର ୨୧ ଦିନ ପରେ କୋରୋନା ଭାଇରସ ସଂକ୍ରମଣ କମୁଛି। ରୋଗ ପ୍ରତିରୋଧକ ଶକ୍ତି ବିକାଶ ପାଇଁ ୨୧ ଦିନ ଲାଗେ। ତେଣୁ ଅଧ୍ୟୟନରେ କୁହାଯାଇଛି ଯେ, ପ୍ରଥମ ଡୋଜର ୨୧ ଦିନ ପରେ ଟିକାକରଣ ହୋଇନଥିବା ଲୋକଙ୍କ ଠାରେ କୋରୋନା ସଂକ୍ରମଣ ହେବାର ଆଶଙ୍କା ୬୫% ହ୍ରାସ ପାଇଛି।

Also Read: କୋରୋନା ମୃତ୍ୟୁର କାରଣ କହିଲେ ରାହୁଲ ଗାନ୍ଧୀ

ଅନୁସନ୍ଧାନରେ କୁହାଯାଇଛି, 'ଟିକାକରଣର ଦ୍ୱିତୀୟ ଡୋଜ୍ ପରେ ବିପଦ ଆହୁରି ହ୍ରାସ ପାଇଛି (୭୦ରୁ ୭୭%)। Oxfordର astrazeneca, pfizer କିମ୍ବା BioNTech କମ୍ପାନୀଗୁଡିକର ଟିକା ଦ୍ୱାରା ଲାଭରେ ପାର୍ଥକ୍ୟ ଅଛି ବୋଲି କୌଣସି ପ୍ରମାଣ ନାହିଁ।' କିନ୍ତୁ ଗବେଷଣାରୁ ଏହା ସ୍ପଷ୍ଟ ଯେ, ଗୋଟିଏ ଡୋଜ୍ ଅପକ୍ଷା ଦୁଇଟି ଡୋଜ୍ ନେଇ ଥିବା ବ୍ୟକ୍ତି ଅଧିକ ସୁରକ୍ଷିତ। ତଥାପି ସଂକ୍ରମିତ ହେବାର ସମ୍ଭାବନା ଅଛି। ତେଣୁ ଟିକା ନେଲା ପରେ ମଧ୍ୟ କୋରୋନା ଗାଇଡଲାଇନ ପାଳନ କରିବା ଆବଶ୍ୟକ ବୋଲି ଗବେଷକମାନେ ପରାମର୍ଶ ଦେଉଛନ୍ତି।