Advertisement
Article Detail0/zeeodisha/odisha2774027
Zee OdishaOdisha National-Internationalଗୁପ୍ତଚର ଥିଲେ ସିଆର୍‍ପିଏଫ୍‍ ଯବାନ, ଗିରଫ କଲା ଏନ୍‍ଆଇଏ

ଗୁପ୍ତଚର ଥିଲେ ସିଆର୍‍ପିଏଫ୍‍ ଯବାନ, ଗିରଫ କଲା ଏନ୍‍ଆଇଏ

ପହଲଗାମ୍‍ ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଲିକ୍‍କୁ ନେଇ ଏନ୍‍ଆଇଏ ତଦନ୍ତ କରୁଛି। ଏହିକ୍ରମରେ ୧୨ ଜଣ ବ୍ୟକ୍ତିଙ୍କୁ ଗୁପ୍ତଚରୀ ଅଭିଯୋଗରେ ଗିରଫ କରାଯାଇଛି।

ଗୁପ୍ତଚର ଥିଲେ ସିଆର୍‍ପିଏଫ୍‍ ଯବାନ, ଗିରଫ କଲା ଏନ୍‍ଆଇଏ

ଭୁବନେଶ୍ୱର: ପାକିସ୍ତାନ ସରକାରଙ୍କ ଗୁଇନ୍ଦା ସଂସ୍ଥାକୁ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଦେଉଥିଲେ ଜଣେ ସିଆର୍‍ପିଏଫ୍‍ ଯବାନ। ଆଉ ଏହି ଅଭିଯୋଗରେ ଜାତୀୟ ସୁରକ୍ଷା ଏଜେନ୍ସୀ ଏନ୍‍ଆଇଏ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛନ୍ତି। ତାଙ୍କ ସୂଚନା ବଦଳରେ ପାକିସ୍ତାନ ଗୁଇନ୍ଦା ପକ୍ଷରୁ ବିଭିନ୍ନ ସୂତ୍ରରୁ ମୋଟା ଅଙ୍କ ପ୍ରଦାନ କରାଯାୁଥିବା ଏନ୍‍ଆଇଏ କହିଛି। 

ସୂଚନା ଅନୁସାରେ, ଏହି ଯବାନଙ୍କ ନାମ ହେଉଛି ମୋତିରାମ ଜଟ୍‍। ସେ ୨୦୨୩ ମସିହାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲା। ତାଙ୍କୁ ଏନ୍‍ଆଇଏ ଗିରଫ କରି ପଟିଆଲା ହାଉସ୍‍ କୋର୍ଟରେ ଦାଖଲ କରିଛନ୍ତି। କୋର୍ଟଙ୍କ ଅନୁମତିକ୍ରମେ ତାଙ୍କୁ ରିମେଣ୍ଡରେ ନିଆଯାଇଛି। ସେ ୬ ଜୁନ୍‍ ଯାଏ ଏନ୍‍ଆଇଏ ହେପାଜତରେ ରହିବେ ବୋଲି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। 

ପହଲଗାମ୍‍ ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଲିକ୍‍କୁ ନେଇ ଏନ୍‍ଆଇଏ ତଦନ୍ତ କରୁଛି। ଏହିକ୍ରମରେ ୧୨ ଜଣ ବ୍ୟକ୍ତିଙ୍କୁ ଗୁପ୍ତଚରୀ ଅଭିଯୋଗରେ ଗିରଫ କରାଯାଇଛି। ବିଶେଷକରି ଉତ୍ତର ଭାରତରେ ଏହି ଲିକ୍‍ କାର୍ଯ୍ୟ କରୁଥିଲା। ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଭିନ୍ନ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। 

Add Zee News as a Preferred Source

ଏ ଭିତରେ ପାକିସ୍ତାନୀ ଦୂତାବାସ ସହ ସିଧାସଳଖ ସମ୍ପର୍କରେ ଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଏନ୍‍ଆଇଏ ଗିରଫ କରିଛି। ଯାହାଙ୍କ ୟୁଟ୍ୟୁବ ଓ ଇନ୍‍ଷ୍ଟାଗ୍ରାମରେ ଯଥାକ୍ରମେ ୩.୭୭ ଲକ୍ଷ  ସବ୍‍ସ୍କ୍ରାଇବର ଏବଂ ୧.୩୩ ଲକ୍ଷ  ଫଲୋୟର ରହିଛନ୍ତି। ଏହାଙ୍କ ସହ ୩୧ ବର୍ଷୀୟ ଗୁଜାଲାଙ୍କୁ ମଧ୍ୟ ପଞ୍ଜାବରୁ ଗିରଫ କରାଯାଇଛି। ଏମାନେ ପାକିସ୍ତାନୀ ଅଧିକାରୀ ଏହସାନ୍‍ଉର୍‍ ରେହମାନ ଓରଫ ଦାନିଶ ସହ ସମ୍ପର୍କରେ ଥିଲେ। ଦାନୀଶ୍‍ଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ଭାରତ ସରକାର ଆଦେଶ ଦେଇଥିଲା। 

ଏନ୍‍ଆଇଏ ପକ୍ଷରୁ ଏବେ ଦେଶ ବ୍ୟାପୀ ବିଭିନ୍ନ ୟୁଟ୍ୟୁବ୍‍ ଚ୍ୟାନେଲ୍‍ ଓ ଇନ୍‍ଫ୍ଲୁଏନ୍ସରଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ତର୍ଜମା ଚାଲିଛି।

Also Read- ଉଚ୍ଚ ଅଟ୍ଟାଳିକା ଉପରେ ଲାଗିବ ପ୍ରତିବନ୍ଧକ ? ଜାଣନ୍ତୁ କ'ଣ କହିଲେ ଗଜପତି ମହାରାଜା ଏବଂ ମୁଖ୍ୟ ପ୍ରଶାସକ

Also Read- କିଡନୀ ଏବଂ ମଧୁମେହ ସହ ୭ଟି ରୋଗର ରାମବାଣ 'ତେଜପତ୍ର' ଏପରି କରନ୍ତୁ ବ୍ୟବହାର

About the Author