)
ମୁମ୍ବାଇ: ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ହେବାର ସମ୍ଭାବନା ଥିବାବେଳେ ଭାରତରେ ଓମିକ୍ରନ୍ ମାମଲା ୪୧ରେ ପହଞ୍ଚିଛି। ରାଜ୍ୟର ପିମ୍ପ୍ରି-ଚିଞ୍ଚୱାଡ ଜିଲ୍ଲାରେ ନାଇଜେରିଆରୁ ଫେରିଥିବା ୧୨ ବର୍ଷର ବାଳିକା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି। ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ସେ ଦାନ୍ତରେ ଯନ୍ତ୍ରଣା ଅନୁଭବ କରିଥିଲେ ଯାହା ଶେଷରେ ତାଙ୍କଠାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା।
ନିକଟରେ ନାବାଳିକା ଜଣକ ନାଇଜେରିଆରୁ ଚିଞ୍ଚୱାଡ ଜିଲ୍ଲାସ୍ଥିତ ନିଜ ଘରକୁ ଫେରିଥିଲେ। ସେଠାରୁ ଫେରିବା ପରେ ତାଙ୍କର ଦାନ୍ତ ବିନ୍ଧା ବାହାରିଥିଲା। ପରିବାର ଲୋକ ତାଙ୍କୁ ଏକ ଦନ୍ତ ଚିକିତ୍ସକଙ୍କ ପାଖକୁ ନେଇ ଯାଇଥିଲେ। ତେବେ ଚିକିତ୍ସା ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ନାବାଳିକାଙ୍କର RT-PCR ରିପୋର୍ଟରୁ ସେ କୋଭିଡ ପଡିଟିଭ୍ ଥିବା ଜଣା ପଡିଛି।
Also Read: ଓଡ଼ିଶା ଦୁଆରେ ଓମିକ୍ରନ, ଦୁର୍ବଳ ହେଉଛି ଭ୍ୟାକସିନ୍
ନାବାଳିକାଙ୍କ ପରିବାର ସଦସ୍ୟ ମଧ୍ୟ କୋରୋନା ପଜିଟିଭ୍ ବାହାରିଛନ୍ତି। ସେମାନଙ୍କୁ ଜିଜାମାଟା ଡାକ୍ତରଖାନାରେ ରଖାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ପଜିଟିଭ୍ ବାହାରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଟ୍ରେସିଂ କରାଯାଉଛି ବୋଲି ନାମ ଗୋପନ ରଖି ଜଣେ ଜୋନାଲ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହାପୂର୍ବରୁ ପିମ୍ପ୍ରି ଚିଞ୍ଚୱାଡ ଟାଉନସିପ୍ (ପୁଣେ ନିକଟରେ), ମୁମ୍ବାଇ ଏବଂ ପୁଣେ ସହରଗୁଡ଼ିକରେ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଥିଲା। ମହାରାଷ୍ଟ୍ରରୁ ୨୨ ଜଣ ଓମିକ୍ରନ ପଜିଟିଭ ବାହାରିଥିବା ବ୍ୟକ୍ତି 'ବିପଦପୂର୍ଣ୍ଣ' ଦେଶରୁ ଫେରିଥିବା ବେଳେ ଆଠ ଜଣ ଅନ୍ୟ ଦେଶରୁ ଫେରିଛନ୍ତି।