ପ୍ରଥମ ପର୍ଯ୍ୟୟାୟରେ ଦେଶର ପ୍ରାୟ ୧୦୦ଟି ମଦ୍ରାସାର ପାଠ୍ୟକ୍ରମରେ ଗୀତା, ରାମାୟଣକୁ ସାମିଲ କରିବାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ନିଷ୍ପତ୍ତି ନେଇଛି। ଭବିଷ୍ୟତରେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବ ବୋଲି NIOS ଅଧ୍ୟକ୍ଷ ସରୋଜ ଶର୍ମା କହିଛନ୍ତି।
Trending Photos
)
ନୂଆଦିଲ୍ଲୀ: ମୁସଲମାନ ଶିକ୍ଷାନୁଷ୍ଠାନରେ ପଢା ହେବ ହିନ୍ଦୁ ଧର୍ମଗ୍ରନ୍ଥ। ମଦ୍ରାସାରେ ପିଲା ପଢିବେ ଗୀତା, ରାମାୟଣ। ପ୍ରଥମ ପର୍ଯ୍ୟୟାୟରେ ଦେଶର ପ୍ରାୟ ୧୦୦ଟି ମଦ୍ରାସାର ପାଠ୍ୟକ୍ରମରେ ଗୀତା, ରାମାୟଣକୁ ସାମିଲ କରିବାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ନିଷ୍ପତ୍ତି ନେଇଛି। ଭବିଷ୍ୟତରେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବ ବୋଲି NIOS ଅଧ୍ୟକ୍ଷ ସରୋଜ ଶର୍ମା କହିଛନ୍ତି।
ଜନ ପରମ୍ପରା ଅନୁଯାୟୀ NIOS ଭାରତୀୟ ୧୫ଟି ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଏଥିରେ ପିଲାଙ୍କୁ ବେଦ, ଯୋଗ, ବିଜ୍ଞାନ, ସଂସ୍କୃତ ଭାଷା, ରାମାୟଣ (Ramayan) ଏବଂ ଗୀତା (Bhagwat Gita)ବିଷୟରେ ଶିକ୍ଷା ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଏକ ମୌଳିକ ପାଠ୍ୟକ୍ରମ ଆରମ୍ଭ ହେବ। ଯାହା ଅଧୀନରେ ପିଲାଙ୍କୁ ପ୍ରାଚୀନ ସଂସ୍କୃତି ସହ ଜଡିତ ପାଠ୍ୟକ୍ରମ ଶିକ୍ଷା ଦିଆଯିବ।
Also Read: ଥରାଇଲା ଶୀତ, ଶିଝାଇବ ଗ୍ରୀଷ୍ମ; ଅଗ୍ନିବର୍ଷା ନେଇ ସତର୍କତା ଜାରି
ମଙ୍ଗଳବାର NIOS କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ (Ramesh Pokriyal) NIOS ମୁଖ୍ୟାଳୟରେ ପ୍ରାଚୀନ ସଂସ୍କୃତି ସହ ଜଡିତ ଅଧ୍ୟୟନ ସାମଗ୍ରୀ (Study Metarial) ଉନ୍ନୋଚନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ପ୍ରାଚୀନ ସଂସ୍କୃତି ସହିତ ଜଡିତ ଏହି ପାଠ୍ୟକ୍ରମ ହେଉଛି ଜ୍ଞାନର ଉତ୍ସ। ଆମେ ଭାରତୀୟ ପ୍ରାଚୀନ ସଂସ୍କୃତି (Indian Culture) କୁ ମଦ୍ରାସା (Madrasa) ଏବଂ ବିଶ୍ୱର ଅନ୍ୟ ଭାରତୀୟ ସମ୍ପ୍ରଦାୟକୁ ନେଇଯିବା।
NIOS ଦେଶର ପ୍ରାଥମିକ ଏବଂ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ (Secondary Education) ସ୍ତରରେ ପିଲାଙ୍କୁ ଉନ୍ମୁକ୍ତ ଏବଂ ଡିସ୍ଟାନ୍ସ ଶିକ୍ଷାର ସୁବିଧା ଯୋଗାଇଥାଏ। ନୂତନ ପାଠ୍ୟକ୍ରମ ଅଧୀନରେ ପିଲାମାନଙ୍କୁ ପତଞ୍ଜଳି କ୍ରିତସୁତ୍ର, ଯୋଗସୁତ୍ର ବ୍ୟାୟାମ, ସୂର୍ଯ୍ୟ ନମସ୍କାର, ଆସନ, ପ୍ରାଣାୟାମ, ଚାପରୁ ମୁକ୍ତି ବ୍ୟାୟାମ ଏବଂ ସ୍ମୃତି ଶକ୍ତି ବୃଦ୍ଧି ଶିକ୍ଷା ଦିଆଯିବ। ତେବେ ଏହି ସବୁ ବିଷୟ ବାଛିବାରେ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ସ୍ୱାନୀନତା ଦିଆଯିବ ବୋଲି NIOS ସ୍ପଷ୍ଟ କରିଛି।