Advertisement
Article Detail0/zeeodisha/odisha691133
Zee OdishaOdisha National-Internationalମହାରାଷ୍ଟ୍ରରେ ନିସର୍ଗ ଯୋଗୁଁ ୬ ଜଣଙ୍କ ମୃତ୍ୟୁ, ୧୪ଟି ଜିଲ୍ଲା ପ୍ରଭାବିତ

ମହାରାଷ୍ଟ୍ରରେ 'ନିସର୍ଗ' ଯୋଗୁଁ ୬ ଜଣଙ୍କ ମୃତ୍ୟୁ, ୧୪ଟି ଜିଲ୍ଲା ପ୍ରଭାବିତ

ଏହି ବାତ୍ୟା ମହାରାଷ୍ଟ୍ରର ଅନେକ ସ୍ଥାନରେ କ୍ଷତି ଘଟାଇଛି । ଥାନେ ଜିଲ୍ଲାରେ ୧୬୨ଟି ମାଟି ଘର ଭୁଶୁଡି ପଡିଛି । ଏହାସହ ୩୬୦ ଗଛର ଶାଖା ଭାଙ୍ଗି ଯାଇଛି । ରାୟଗଡ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଗଛ ଭାଙ୍ଗି ପଡିଛି । 

ମହାରାଷ୍ଟ୍ରରେ 'ନିସର୍ଗ' ଯୋଗୁଁ ୬ ଜଣଙ୍କ ମୃତ୍ୟୁ, ୧୪ଟି ଜିଲ୍ଲା ପ୍ରଭାବିତ

ମୁମ୍ୱାଇ: ମହାରାଷ୍ଟ୍ରରେ ବାତ୍ୟା 'ନିସର୍ଗ' ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସରକାର ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଆଜି(ଗୁରୁବାର) ଭିଡିଓ କନଫରେନ୍ସ ଜରିଆରେ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଇଗଡ ଜିଲ୍ଲାରେ ଯେଉଁମାନଙ୍କ ଘର ଭାଙ୍ଗି ପଡିଛି, ସେମାନଙ୍କୁ ରାସନ ପ୍ରଦାନ କରିବାକୁ ଠାକରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥାର ଶୀଘ୍ର ମରାମତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ବାତ୍ୟା ଯୋଗୁଁ ସମୁଦାୟ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି ।

ଏହି ବାତ୍ୟା ମହାରାଷ୍ଟ୍ରର ଅନେକ ସ୍ଥାନରେ କ୍ଷତି ଘଟାଇଛି । ଥାନେ ଜିଲ୍ଲାରେ ୧୬୨ଟି ମାଟି ଘର ଭୁଶୁଡି ପଡିଛି । ଏହାସହ ୩୬୦ ଗଛର ଶାଖା ଭାଙ୍ଗି ଯାଇଛି । ରାୟଗଡ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଗଛ ଭାଙ୍ଗି ପଡିଛି ।  ଅଞ୍ଚଳରେ ହଜାର ହଜାର ବୈଦ୍ୟୁତିକ ପୋଲ ଖସି ପଡିଛି । ୫୦୦ ହେକ୍ଟର କୃଷି କ୍ଷେତ କ୍ଷତିଗ୍ରସ୍ତ ହୋଇଛି । ଆଭ୍ୟନ୍ତରୀଣ ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଛି । ଯେଉଁଥିପାଇଁ କିଛି ସ୍ଥାନକୁ ଆମ୍ବୁଲାନ୍ସ ପଠାଯାଇପାରିବ ନାହିଁ । ୫୦୦ ମୋବାଇଲ୍ ଟାୱାର ଭୁଶୁଡି ପଡିଛି । ୧୦ଟି ଡଙ୍ଗା ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଏହାସହ ୧୨ ହେକ୍ଟରରେ ମାଛ ଚାଷ କ୍ଷତିଗ୍ରସ୍ତ ହୋଇଛି ।

ସର୍ବାଧିକ କ୍ଷୟକ୍ଷତି ରତ୍ନାଗିରି ଜିଲ୍ଲାର ଡାପୋଲି ଓ ମଣ୍ଡନଗଡ଼ରେ ଘଟିଛି । ଏଠାରେ ୩୦୦୦ ଗଛ ଭାଙ୍ଗି ପଡିଛି । ୧୪ ସବଷ୍ଟେସନ୍, ୧୯୬୨ ଟ୍ରାନ୍ସଫର୍ମର ଏବଂ ଇଲେକ୍ଟ୍ରିକ୍ ପୋଲ ଭୁଶୁଡି ପଡିଛି । ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି । ମୁମ୍ବାଇ ସହରର ୨୫ଟି ସ୍ଥାନରେ ଗଛ ଭାଙ୍ଗି ଯାଇଛି । ଉପନଗରର ୫୫ଟି ସ୍ଥାନରେ ଗଛ ଭାଙ୍ଗି ପଡିଛି ଓ ୫୫ ଘର ମଧ୍ୟ ଭାଙ୍ଗି ଯାଇଛି ।

Add Zee News as a Preferred Source
About the Author