)
NITI Aayog Governing Council Meeting: ନୂଆଦିଲ୍ଲୀରେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୈଠକ ସାମିଲ ହେଲେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ୨୦୪୭ ରୋଡ୍ମ୍ୟାପ୍ ନେଇ ବୈଠକରେ ଆଲୋଚନା ଏହାର ଲକ୍ଷ୍ୟ ହେଉଛି 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଚଳିତ ଥର ନୀତି ଆୟୋଗ ବୈଠକର ବିଷୟବସ୍ତୁ ରହିଛି –“ ୨୦୨୪ ମସିହାରେ ବିକଶିତ ରାଜ୍ୟମାନଙ୍କ ପାଇଁ ବିକଶିତ ଭାରତ” । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି ।