ଏହି ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାଣ୍ଟୁଛନ୍ତି କଣ୍ଡୋମ

ଶ୍ରମିକମାନଙ୍କୁ ନୀତୀଶ ସରକାର କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ପ୍ରଦାନ କରୁଛନ୍ତି । ଏହି ପଦକ୍ଷେପ ପଛରେ ବିହାର ରାଜ୍ୟ ହେଲଥ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ କୁମାର କହିଛନ୍ତି ଯେ, ବିହାରର ପ୍ରଜନନ ହାର ସମଗ୍ର ଦେଶରେ ଚିନ୍ତାର କାରଣ ହୋଇଛି । ଯାହା ଦେଶରେ ସର୍ବୋଚ୍ଚ ରହିଛି । ଆମର ନିଜସ୍ୱ ବିଶ୍ଳେଷଣ ଅଛି ଯେ ଏହି ଶ୍ରମିକ ଯିଏ ବର୍ଷର  ହୋଲି, ଦୀପାବଳୀ କିମ୍ବା ଛଟ୍ ସମୟରେ ଆସୁଥିଲେ ।

ଏହି ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାଣ୍ଟୁଛନ୍ତି କଣ୍ଡୋମ

ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ଲକଡାଉନ୍ ଫଳରେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗୃହ ରାଜ୍ୟକୁ ଫେରୁଛନ୍ତି । ସେମାନଙ୍କୁ ସେମାନଙ୍କ ରାଜ୍ୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି ଦିନ ରହିବାକୁ ପଡୁଛି । ଏହି କ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିହାରରେ ମଧ୍ୟ ଶ୍ରମିକମାନେ ଫେରୁଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରବାସୀ ଶ୍ରମିକଙ୍କ ଘରକୁ ଫେରିବାକୁ ନେଇ ବହୁ ସମାଲୋଚନାର ଶିକାର ହୋଇଛନ୍ତି । କିନ୍ତୁ ବର୍ତ୍ତମାନ କ୍ୱାରେଣ୍ଟିନ୍ କେନ୍ଦ୍ରରେ ରଖାଯାଇଥିବା ଶ୍ରମିକମାନଙ୍କ ପ୍ରତି ଆଦର ଓ ସମ୍ମାନର କୌଣସି କମି ରଖୁ ନାହାଁନ୍ତି । ଅବଶ୍ୟ ଖାଇବା ଓ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଗତ ଏକ ମାସ ମଧ୍ୟରେ ଶହ ଶହ ଭିଡିଓ ଭାଇରାଲ ହୋଇଛି । କିନ୍ତୁ ବର୍ତ୍ତମାନ ନୀତୀଶ କୁମାର ସରକାର ଏହି ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ବାହାରିବା ଦିନ ଏକ ନୂତନ ଉପହାର ଦେବା ଆରମ୍ଭ କରିଛନ୍ତି ।

ଶ୍ରମିକମାନଙ୍କୁ ନୀତୀଶ ସରକାର କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ପ୍ରଦାନ କରୁଛନ୍ତି । ଏହି ପଦକ୍ଷେପ ପଛରେ ବିହାର ରାଜ୍ୟ ହେଲଥ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ କୁମାର କହିଛନ୍ତି ଯେ, ବିହାରର ପ୍ରଜନନ ହାର ସମଗ୍ର ଦେଶରେ ଚିନ୍ତାର କାରଣ ହୋଇଛି । ଯାହା ଦେଶରେ ସର୍ବୋଚ୍ଚ ରହିଛି । ଆମର ନିଜସ୍ୱ ବିଶ୍ଳେଷଣ ଅଛି ଯେ ଏହି ଶ୍ରମିକ ଯିଏ ବର୍ଷର  ହୋଲି, ଦୀପାବଳୀ କିମ୍ବା ଛଟ୍ ସମୟରେ ଆସୁଥିଲେ । ଏହାର ନଅ ମାସ ପରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରସବ ହାର ଯଥେଷ୍ଟ ବୃଦ୍ଧି ପାଇଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଥର କ୍ୱାରାଣ୍ଟିନ୍ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଶ୍ରମିକମାନଙ୍କୁ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ପ୍ୟାକେଟ ଦିଆଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଫଟୋ ଏବଂ କିଛି ଭିଡିଓ ବାହାରକୁ ଆସିବା ପରେ ସରକାରଙ୍କ ମଧ୍ୟ କଡା ସମାଲୋଚନା କରାଯାଉଛି । କାରଣ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଅଧିକାଂଶ ଶ୍ରମିକ କହିଛନ୍ତି ଯେ ପେଟ ଭରିବା ପାଇଁ ସେମାନଙ୍କ ମୁଣ୍ଡ ଉପରେ ଛାତ ଦରକାର । ସେଥି ପ୍ରତି ଅଧିକ ଧ୍ୟାନ ଦେଇଥିଲେ ତାହା ଭଲ ହୋଇଥାନ୍ତା ।