Advertisement
Article Detail0/zeeodisha/odisha692830
Zee OdishaOdisha National-Internationalକୋରୋନା ସଙ୍କଟ ବେଳେ ନିର୍ବାଚନୀ ମୁଡରେ ନୀତିଶ କୁମାର

କୋରୋନା ସଙ୍କଟ ବେଳେ ନିର୍ବାଚନୀ ମୁଡରେ ନୀତିଶ କୁମାର

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଶ୍ଚିମ ଚମ୍ପାରନ୍, ପୂର୍ବ ଚମ୍ପାରନ୍, ଶିବହାର, ସୀତାମଢ଼ୀ ଏବଂ ମଧୁବନୀରେ ବୁଥ୍, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ସମସ୍ତ ପଦାଧିକାରୀ ତଥା କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଥିଲେ । 

କୋରୋନା ସଙ୍କଟ ବେଳେ ନିର୍ବାଚନୀ ମୁଡରେ ନୀତିଶ କୁମାର

ପାଟନା: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ନିର୍ବାଚନ ବିଗୁଲ ବଜାଇ ସାରିଛି । ଏବେ ବିଜେପିର ସହଯୋଗୀ ଜନତା ଦଳ ୟୁନାଇଟେଡ୍(ଜେଡିୟୁ) ମଧ୍ୟ ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ିଛି । ବିରୋଧୀଙ୍କୁ କଡ଼ା ଟକ୍କର ଦେବା ପାଇଁ ନିଜ କ୍ୟାଡରେ ଜୋଶ୍ ବଢ଼ାଇବା ଆରମ୍ଭ କରିଛି ଦଳ । ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ସଂପୂର୍ଣ୍ଣ ଭାବେ ନିର୍ବାଚନ ମୁଡରେ ନଜର ଆସିଛନ୍ତି । ରବିବାର ୫ଟି ଜିଲ୍ଲାର ଜେଡିୟୁ କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗ କରିଥିଲେ । ଏହି ସମୟ ମଧ୍ୟରେ ନୀତିଶ ନିର୍ବାଚନ ଜିତିବା ପାଇଁ ୫ଟି ଜିଲ୍ଲାର ଦଳର କର୍ମୀଙ୍କୁ ଟାସ୍କ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ବିରୋଧୀଙ୍କ ପ୍ରଚାରକୁ ଉପଯୁକ୍ତ ଉତ୍ତର ଦିଅନ୍ତୁ ଏବଂ ନୂତନ ପିଢ଼ିକୁ ୧୫ ବର୍ଷର ସଫଳତା ବିଷୟରେ କୁହନ୍ତୁ ।

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଶ୍ଚିମ ଚମ୍ପାରନ୍, ପୂର୍ବ ଚମ୍ପାରନ୍, ଶିବହାର, ସୀତାମଢ଼ୀ ଏବଂ ମଧୁବନୀରେ ବୁଥ୍, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ସମସ୍ତ ପଦାଧିକାରୀ ତଥା କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଥିଲେ । ରାଷ୍ଟ୍ରୀୟ ସାଧାରଣ ସଚିବ ସଂଗଠନ ତଥା ରାଜ୍ୟସଭାରେ ଦଳର ନେତା ଆରସିପି ସିଂ, ଲୋକସଭାରେ ଦଳର ନେତା ନେତାରାଜୀବ ରଂଜନ ସିଂ ଓରଫ ଲଲନ ସିଂ, ଗୃହ ନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୁରୀ ଏବଂ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା ମଧ୍ୟ ଦଳର ସହକର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ନୀତିଶ କାର୍ଯ୍ୟକର୍ତ୍ତାମାନଙ୍କୁ ସଜାଗ ରହିବାକୁ ଏହି କାର୍ଯ୍ୟ ଦେଇଥିଲେ । ଯାହାଫଳରେ କେହି କିଛି କହି ଲୋକଙ୍କୁ ବିଭ୍ରାନ୍ତ କରିପାରିବେ ନାହିଁ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ କାର୍ଯ୍ୟକର୍ତ୍ତାମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ହେବାକୁ କହିଛନ୍ତି ।

ଜନସାଧାରଣଙ୍କୁ ଲାଲୁ-ରାବ୍ରି ରାଜଙ୍କୁ ମନେ ପକାଇବା ଦେବାକୁ ନୀତୀଶ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରି ନୀତୀଶ କହିଛନ୍ତି ଯେ, ଯେଉଁମାନେ ମିଛ ଅଭିଯୋଗ ଆଣୁଛନ୍ତି, ସେମାନଙ୍କୁ ପଚାରନ୍ତୁ ୧୫ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ (ଲାଲୁ-ରାବ୍ରି)ଙ୍କ ଶାସନରେ କ’ଣ କାର୍ଯ୍ୟ କରାଯାଇଛି । ୧୫ ବର୍ଷ ଧରି ବିହାରରେ ସ୍ୱାମୀ-ସ୍ତ୍ରୀଙ୍କ ଶାସନ କିପରି ଥିଲା । ତାହା ନୂଆ ପିଢ଼ିକୁ ଜଣାଇବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ । କେଉଁ ପରିସ୍ଥିତିରେ ଏବଂ କେଉଁ ପ୍ରକାର ବିହାର ଆମେ ପାଇଥିଲୁ । ଆଉ ବର୍ତ୍ତମାନ ବିହାରର ଅବସ୍ଥା କଣ ରହିଛି । ସେ କହିଛନ୍ତି ଯେ କାର୍ଯ୍ୟକର୍ତ୍ତାମାନେ ଏହି ୧୫ ବର୍ଷରେ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ କହିବା ଉଚିତ୍ ।

Add Zee News as a Preferred Source
About the Author