ଇମ୍ରାନଙ୍କ ପରେ କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଏହି ନେତାଙ୍କ ନାମ
Advertisement

ଇମ୍ରାନଙ୍କ ପରେ କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଏହି ନେତାଙ୍କ ନାମ

No-confidence Motion Against Imran Khan Government: ଗଣମାଧ୍ୟମ ସମ୍ମୁଖରେ ଶାହ ମେହମୁଦ କୁରେଶି (Shah Mehmood Qureshi) କହିଛନ୍ତି ଯେ, ସିନ୍ଧ ହାଉସରେ ବସିଥିବା ବିଦ୍ରୋହୀ ସାଂସଦମାନେ ଥଣ୍ଡା ହୋଇ ଚିନ୍ତା କରିବା ଉଚିତ, ଦଳ ସେମାନଙ୍କର ବୈଧ ଚିନ୍ତାଗୁଡ଼ିକ ଶୁଣିବାକୁ ପ୍ରସ୍ତୁତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦଳ ମଧ୍ୟରେ ମତଭେଦ ଅଛି, କିନ୍ତୁ ଏହାର ସମାଧାନ ହୋଇପାରିବ । 

ଇମ୍ରାନଙ୍କ ପରେ କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଏହି ନେତାଙ୍କ ନାମ

ଇସଲାମାବାଦ: No-confidence Motion Against Imran Khan Government: ବିରୋଧୀ ଦଳର ଚକ୍ରବ୍ୟୁହରେ ଫସିଥିବା ଇମ୍ରାନ ଖାନ (Pakistan Prime Minister Imran Khan) ଙ୍କ ପ୍ରଧାନମନ୍ତ୍ରୀ ଗାଦି ଯିବା ପ୍ରାୟ ନିଶ୍ଚିତ ବୋଲି ମନେ କରାଯାଉଛି । ବିରୋଧୀ ଇମ୍ରାନ ସରକାର (Imran government) ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଯାହା ଉପରେ ଭୋଟିଂ ହେବାର ଅଛି । ଏହାପୂର୍ବରୁ ଶାସକ ଦଳ ପିଟିଆଇ (Pakistan Tehreek-e-Insaf:PTI) ର ୨୪ ସାଂସଦ ବିଦ୍ରୋହୀ ହୋଇଛନ୍ତି । ଏହା ସହିତ ପିଟିଆଇର ସହଯୋଗୀ ମଧ୍ୟରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ମଧ୍ୟ ତୀବ୍ର ହୋଇଛି । ଏଭଳି ପରିସ୍ଥିତିରେ ଇମ୍ରାନ ଗାଦି ଛାଡିବେ କି ବୋଲି ପ୍ରଶ୍ନ ଉଠିଛି ଓ ଯଦି ସେ ଏପରି କରନ୍ତି, ତେବେ ତାଙ୍କ ସ୍ଥାନରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ?

କୁହାଯାଉଛି ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି (Pakistan Foreign Minister Shah Mehmood Qureshi) ପ୍ରଧାନମନ୍ତ୍ରୀ ଗାଦିରେ ବସିବାକୁ ଚାହୁଁଛନ୍ତି ଓ ସେ ଏଥିପାଇଁ ଖେଳ ଖେଳିବା ମଧ୍ୟ ଆରମ୍ଭ କରିଛନ୍ତି । ଗୋଟିଏ ପଟେ କୁରେଶୀ (Shah Mehmood Qureshi) ଦାବି କରୁଛନ୍ତି ଯେ ଶାସକ ଦଳ ଇମ୍ରାନ ଖାନ (Imran Khan) ଙ୍କ ସହ ଛିଡ଼ା ଅଛି । ଅନ୍ୟପକ୍ଷରେ ସେ ବିଦ୍ରୋହୀ ସାଂସଦଙ୍କ ଉପରେ ନୀରବ ରହିଛନ୍ତି । PTI ର ବିଦ୍ରୋହୀ ସାଂସଦଙ୍କ ଉପରେ ଇମ୍ରାନ ଖାନଙ୍କ ଠାରୁ ଆରମ୍ଭ କରି ଅନ୍ୟ ନେତାମାନେ ଆକ୍ରମଣ କରୁଛନ୍ତି, କିନ୍ତୁ କୁରେଶୀ ଏପର୍ଯ୍ୟନ୍ତ ଏକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଶେଷଜ୍ଞମାନେ ମନେ କରନ୍ତି ଯେ ଏହି ଉପାୟରେ କୁରେଶି ତାଙ୍କ ସ୍ଥିତିକୁ ମଜବୁତ କରୁଛନ୍ତି ।

ଗଣମାଧ୍ୟମ ସମ୍ମୁଖରେ ଶାହ ମେହମୁଦ କୁରେଶି (Shah Mehmood Qureshi) କହିଛନ୍ତି ଯେ, ସିନ୍ଧ ହାଉସରେ ବସିଥିବା ବିଦ୍ରୋହୀ ସାଂସଦମାନେ ଥଣ୍ଡା ହୋଇ ଚିନ୍ତା କରିବା ଉଚିତ, ଦଳ ସେମାନଙ୍କର ବୈଧ ଚିନ୍ତାଗୁଡ଼ିକ ଶୁଣିବାକୁ ପ୍ରସ୍ତୁତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦଳ ମଧ୍ୟରେ ମତଭେଦ ଅଛି, କିନ୍ତୁ ଏହାର ସମାଧାନ ହୋଇପାରିବ । ଏହାର ଅର୍ଥ ନୁହେଁ ଯେ ଆପଣ ବିରୋଧୀଙ୍କ କୋଳରେ ବସିବେ । ଏହାପୂର୍ବରୁ ଇମ୍ରାନ ସରକାରଙ୍କ ସହଯୋଗୀ ଦଳ MQMP ର ସଂଯୋଜକ ଡକ୍ଟର ଖାଲିଦ ମକବୁଲ ସିଦ୍ଦିକି କହିଥିଲେ ଯେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଦେଖି ଲାଗୁ ନାହିଁ ଯେ ଇମ୍ରାନ ଖାନ କ୍ଷମତାରେ ରହିପାରିବେ ।

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍

ଏହା ବି ପଢ଼ନ୍ତୁ:-'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..

ଏହା ବି ପଢ଼ନ୍ତୁ:-ବଡ଼ ଖବର: ରାସନ କାର୍ଡ ତାଲିକାରୁ ଖୁବ୍ ଶୀଘ୍ର କଟାଯିବ କୋଟି କୋଟି ଲୋକଙ୍କ ନାମ! ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ

ଖାଲିଦ କହିଛନ୍ତି ଯେ, ବର୍ତ୍ତମାନର ରାଜନୈତିକ ସଙ୍କଟକୁ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ସତର୍କତା ସହ ସମାଧାନ କରିବା ଆବଶ୍ୟକ । ସେ କହିଛନ୍ତି ଯେ ଯଦି ପରାମର୍ଶଦାତା ଠିକ ଅଛନ୍ତି, ତେବେ ଗଣତନ୍ତ୍ର ଓ ପାକିସ୍ତାନକୁ ବଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇପାରେ । ପିଟିଆଇ ସରକାର ବଞ୍ଚିପାରନ୍ତି, କିନ୍ତୁ ଇମ୍ରାନ ଖାନଙ୍କ ଗାଦି ବଞ୍ଚିବାର ସମ୍ଭାବନା ନାହିଁ । 

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ମିଳିତ ବିରୋଧୀ ଦଳ ନେଶନାଲ ଅସେମ୍ୱଲର ଅଧ୍ୟକ୍ଷଙ୍କୁ କହିଛି ଯେ ସେ ଅଧିବେଶନକୁ ଦୀର୍ଘ ଦିନ ଧରି ସ୍ଥଗିତ ରଖିବା ପରିବର୍ତ୍ତେ ଶୀଘ୍ର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବାକୁ ଅନୁମତି ଦିଅନ୍ତୁ ।