ଇଦ୍-ଉଲ-ଫିତର ସହ ଇସଲାମିକ କ୍ୟାଲେଣ୍ଡର ଶୱାଲ ମାସ ଆରମ୍ଭ ହୁଏ । ଇଦ୍ ହେଉଛି ଏକମାତ୍ର ଦିନ ଯେଉଁ ଦିନରେ ରୋଜା ବା ଉପବାସ ରଖାଯାଇ ନଥାଏ । ଇଦର ଜହ୍ନ ଦେଖିବା ପରେ ଅର୍ଥାତ୍ ଶାୱାଲ୍ ମାସ ଆରମ୍ଭ ହେବା ସହ ଇଦ୍ ପାଳନ କରାଯାଇଥାଏ । ତେଣୁ ଏହାର ତାରିଖ ସମଗ୍ର ବିଶ୍ୱରେ ଭିନ୍ନ ହୋଇଥାଏ ।
Trending Photos
ନୂଆଦିଲ୍ଲୀ: ଦେଶ ସାରା ସୋମବାର ଇଦ୍ ପାଳନ କରାଯିବ । ଦିଲ୍ଲୀର ଜାମା ମସଜିଦର ଶାହି ଇମାମ ଅହମ୍ମଦ ବୁଖାରୀ ଓ ଫତେହପୁରୀ ମସଜିଦର ଶାହି ଇମାମ ମୁଫ୍ତି ମୁକର୍ରମ ଘୋଷଣା କରିଛନ୍ତି ଯେ ଆଜି(ଶନିବାର) ଦେଶସାରା କେଉଠି ମଧ୍ୟ ଚନ୍ଦ୍ର ଦର୍ଶନର ଖବର ମିଳିନାହିଁ । ତେଣୁ ସୋମବାର ଇଦ୍-ଉଲ୍-ଫିତର ପାଳନ କରାଯିବ ।
କୋରୋନା ଭାଇରସ ଓ ଲକଡାଉନ୍ କାରଣରୁ ଅତି ସରଳତାର ସହିତ ଘରେ ରହି ଇଦ୍ ପାଳନ କରିବାକୁ ଶାହି ଇମାମ ଲୋକମାନଙ୍କୁ ନିବେଦନ କରିଛନ୍ତି । ଘରେ ନମାଜଙ୍କୁ ପଢ଼ନ୍ତୁ । ଲକଡାଉନରେ ସାଧାରଣ ଲୋକଙ୍କୁ ମସଜିଦକୁ ଯିବାକୁ ବାରଣ କରାଯାଇଛି । ସତର୍କତା ଅବଲମ୍ବନ କରନ୍ତୁ ।
ଏଠାରେ କହି ରଖୁଛୁ ଯେ, ଇଦ୍-ଉଲ୍-ଫିତର ହେଉଛି ମୁସଲମାନଙ୍କର ସବୁଠାରୁ ବଡ ପର୍ବ । ଯାହା ରମଜାନ ମାସ ଶେଷ ହେବା ପରେ ପାଳନ କରାଯାଏ । ଏଥର ଇଦ୍ ପର୍ବ ମେ ୨୫ରେ ପାଳନ କରାଯିବ । ବାସ୍ତବରେ ଇଦ୍ ଉତ୍ସବ ରମଜାନର ୨୯ କିମ୍ବା ୩୦ ରୋଜେ ରଖିବା ପରେ ଜହ୍ନ ଦେଖି ପାଳନ କରାଯାଏ । ରମଜାନ ମାସ ଇଦ୍-ଉଲ୍-ଫିତର ସହିତ ଶେଷ ହୁଏ ।
ଇଦ୍-ଉଲ-ଫିତର ସହ ଇସଲାମିକ କ୍ୟାଲେଣ୍ଡର ଶୱାଲ ମାସ ଆରମ୍ଭ ହୁଏ । ଇଦ୍ ହେଉଛି ଏକମାତ୍ର ଦିନ ଯେଉଁ ଦିନରେ ରୋଜା ବା ଉପବାସ ରଖାଯାଇ ନଥାଏ । ଇଦର ଜହ୍ନ ଦେଖିବା ପରେ ଅର୍ଥାତ୍ ଶାୱାଲ୍ ମାସ ଆରମ୍ଭ ହେବା ସହ ଇଦ୍ ପାଳନ କରାଯାଇଥାଏ । ତେଣୁ ଏହାର ତାରିଖ ସମଗ୍ର ବିଶ୍ୱରେ ଭିନ୍ନ ହୋଇଥାଏ ।
ଇଦର ପ୍ରାର୍ଥନା ଜମାତ ସହିତ ଅର୍ଥାତ ଦଳରେ ପଢ଼ା ଯାଇଥାଏ । କିନ୍ତୁ ଏଥର କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିଛି । ତେଣୁ ମସଜିଦରେ ନମାଜ ପାଠ କରିବାକୁ ଅନୁମତି ନାହିଁ । ଗୋଟିଏ ପଟେ ଯେଉଁଠାରେ ପ୍ରଶାସନ ପ୍ରସ୍ତୁତ ଅଛି । ଅନ୍ୟ ପଟେ ମୌଲାନା ଏବଂ ଉଲେମାଙ୍କୁ ଘରେ ଇଦ୍ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଉଛି ।