• ଭୁବନେଶ୍ବରରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପାଇଁ MoU ସ୍ବାକ୍ଷରିତ
  • ବାଗ୍‌ଚୀ ଦମ୍ପତିଙ୍କ ଦାନ ଅନେକଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ
  • ହସ୍ପିଟାଲ ଓ ପ୍ରଯତ୍ନ କେନ୍ଦ୍ର ପାଇଁ ୩୪୦ କୋଟି ଦେଇଛନ୍ତି ବାଗ୍‌ଚୀ ଦମ୍ପତି
  • ଶନିବାର ଓ ରବିବାର ବନ୍ଦ ରହିବ ଧର୍ମଗଡ଼ ସହରର ସବୁ ଦୋକାନ
  • ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ
  • କୋରୋନାରେ ଆକ୍ରାନ୍ତ ଥିଲେ ଅଜିତ ମଙ୍ଗରାଜ
  • ଅଜିତ ମଙ୍ଗରାଜ ମଙ୍ଗାରାଜଙ୍କ ଦେହାନ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
  • ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • IPL2021: ହାଇଦ୍ରାବାଦ ହାତରୁ ବେଙ୍ଗାଲୁରୁ ଛଡାଇ ଆଣିଲେ ମ୍ୟାଚ
  • ୬ ରନରେ ବିଜୟୀ ହେଲା ଆରସିବି

Corona Virus: ଆଉ ଲୋଡା ନାହିଁ Mask

ଆମେରିକାର ଏହି ପ୍ରଦେଶରେ  କୋରୋନା ମହାମାରୀ କାରଣରୁ ୪୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। 

Corona Virus: ଆଉ ଲୋଡା ନାହିଁ Mask

ୱାାଶିଂଟନ: ଟିକା ଆସିବା ସତ୍ତ୍ୱେ ସମଗ୍ର ବିଶ୍ୱରୁ ହ୍ରାସ ପାଇନାହିଁ କୋରୋନା ମହାମାରୀ ପ୍ରକୋପ। ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କୋରୋନା କବଳରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ଜନସାଧାରମଙ୍କୁ କୁହାଯାଉଛି। ହେଲେ ପାଶ୍ଚାତ୍ୟ ଦେଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।    

ବିଶ୍ୱର ସର୍ବାଧିକ କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାର ଶୀର୍ଷରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (United States of America-USA)। କୋରୋନା ମାମାଲାରେ ବିଶ୍ୱକୁ ଅବଗତ କରାଉଥିବା ୱାର୍ଲ୍ଡୋମିଟର ୱେବସାଇଟ ରିପୋର୍ଟ ଅନୁସାରେ ୨୦୨୧ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିସାରିଛି। ହେଲେ ଏବେ ଏହି ଦେଶର ସବୁଠୁ ବଡ ରାଜ୍ୟ ଟେକ୍ସାସ ପ୍ରଦେଶରେ କୋରୋନାକୁ ନେଇ ଏକ ନୂଆ ନିଷ୍ପତ୍ତି ନିଆଯାଇଛି।   

Also Read: 'ବହୁତ ଭଲ କୋରୋନା ମୁକାବିଲା କରୁଛି ଆମେରିକା, ଭାରତରେ ଜବରଦସ୍ତ ସମସ୍ୟା'

 ଏଣିକି କୋରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଟେକ୍ସାସ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଅଯାଇଛି। ଏନେଇ ପ୍ରତିକ୍ରିୟା ରଖି ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି ଏବେ ଲୋକ ଖୋଲା ପରିବେଶରେ ବାୟୁ ଗ୍ରହଣ କରିପାରିବେ।  ବର୍ତ୍ତମାନ କୋରୋନା ପ୍ରକୋପ ପୂର୍ବ ଅପେକ୍ଷା ସେତେ ସକ୍ରିୟ ନାହିଁ। ବର୍ତ୍ତମାନ କୋରୋନା ଟିକା ଉପଲବ୍ଧ ହେଲାଣି। ହେଲେ ଲୋକେ ନିଜର ସୁରକ୍ଷା ପାଇଁ ମାସ୍କ ପିନ୍ଧିପାରିବେ।    

Also Read: କୋରୋନା ତଥ୍ୟକୁ ନେଇ ଚୀନ ଉପରେ ପୁଣି ବର୍ଷିଲା ଆମେରିକା

ମାର୍ଚ୍ଚ ୨ ତାରିଖ ମଙ୍ଗଳବାର ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଏବାଟ ଏପରି ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ କହିଛନ୍ତି ଏଣିକି ଏଠାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ହେଲେ ଏଠାରେ ୮ ମାସ ପୂର୍ବେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି ଏହି ନିୟମକୁ କୋହଳ କରାଯାଇଛି ହେଲେ ତଥାପି ଲୋକଙ୍କୁ ନିଜ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ହେବ। ସେମାନେ ନିଜର ନିରାପତ୍ତା ପାଇଁ ଏହାକୁ ବ୍ୟବହାର କରିପାରିବେ। ଆମେରିକାର ଏହି ପ୍ରଦେଶରେ  କୋରୋନା ମହାମାରୀ କାରଣରୁ ୪୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। 

Also Read: ଆମେରିକାକୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଧମକ; କୋରୋନା ଟିକା ଦିଅ ନହେଲେ...

ଟେକ୍ସାସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ସ୍ଥାନୀୟ ବିଶ୍ୱବିଦ୍ୟାଳରର ଜଣେ ପ୍ରଫେସର କହିଛନ୍ତି ମାସ୍କ ପିନ୍ଧିବାକୁ ନେଇ ଲୋକଙ୍କ ଉପରେ ନିଷ୍ପତ୍ତି ଛାଡିଦେବାର ଅର୍ଥ ଏହା ନୁହେଁ ଯେ କରୋନା ମହାମାରୀ ପ୍ରକୋପ ଶେଷ ହୋଇଯାଇଛି। ଆମେ ଯଦିଓ ଏହି ବିଶ୍ୱ ମହାମାରୀର ମୁକାବିଲା କରିବା କ୍ଷେତ୍ରରେ ସଫଳ ହୋଇଛେ ହେଲେ ଏହାରୁ ପ୍ରଭାବ ସମ୍ପୂର୍ଣ୍ଣ ଲୋପ ପାଇନାହିଁ। ଅନ୍ୟପଟେ ଡେମୋକ୍ରାଟିକ୍ ପାର୍ଟିର ସାଂସଦ ଟେକ୍ସାସ ଗଭର୍ଣ୍ଣରଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରି କହିଛନ୍ତି କରୋନା ମହାମାରୀ ବ୍ୟାପିବାକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଉ।