ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC)ର ପ୍ରବକ୍ତା ମି ଫେଙ୍ଗ କହିଛନ୍ତି ଯେ, ୱୁହାନରେ ଡାକ୍ତରୀ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସମଗ୍ର ଦେଶରେ ଭାଇରସ ବିରୋଧରେ ଲଢ଼େଇରେ ଏହି ସ୍ୱାସ୍ଥ୍ୟ କର୍ମୀଙ୍କୁ ଯେଉଁ ସହରଗୁଡ଼ିକରେ ପଠାଯାଇଥିଲା, ତାହାର ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ ଅଛି ।
Trending Photos
ବେଜିଂ: ଚୀନର ୱୁହାନରୁ କୋରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି । ବର୍ତ୍ତମାନ ଏହି ଭୂତାଣୁ ସାରା ବିଶ୍ୱ ପାଇଁ ସଙ୍କଟ ପାଲଟିଛି । ଏହି କ୍ରମରେ ୱୁହାନରୁ ଏକ ଭଲ ଖବର ଆସିଛି । ଏଠାକାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ରବିବାର ପ୍ରଥମ ଥର ପାଇଁ ଶୂନକୁ ଖସି ଆସିଛି । ଏଠାରେ ବିଗତ ୭୬ ଦିନର ଲକଡାଉନ ଜାରି ଥିଲା । ଯାହା ଏପ୍ରିଲ ୮ରେ ଶେଷ ହୋଇଥିଲା ।
ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC)ର ପ୍ରବକ୍ତା ମି ଫେଙ୍ଗ କହିଛନ୍ତି ଯେ, ୱୁହାନରେ ଡାକ୍ତରୀ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସମଗ୍ର ଦେଶରେ ଭାଇରସ ବିରୋଧରେ ଲଢ଼େଇରେ ଏହି ସ୍ୱାସ୍ଥ୍ୟ କର୍ମୀଙ୍କୁ ଯେଉଁ ସହରଗୁଡ଼ିକରେ ପଠାଯାଇଥିଲା, ତାହାର ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ ଅଛି ।
ନ୍ୟୁଜ ଏଜେନ୍ସି ଜିନହୁଆର ରିପୋର୍ଟ ଅନୁଯାୟୀ, ୱୁହାନରେ କୋରୋନା ଭୂତାଣୁର ଶେଷ ରୋଗୀ ଶୁକ୍ରବାର ଦିନ ଆରୋଗ୍ୟ ଲାଭ କରିଛି । ଯାହା ଫଳରେ ସହରରେ କୋଭିଡ-19 ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଁ ଶୂନ୍ୟରେ ପହଞ୍ଚିଛି । ଏଠାରେ କହି ରଖୁଛୁ ଯେ, ଚାଇନାର ୱୁହାନ୍ ସହର ହେଉଛି ହୁବେଇର ରାଜଧାନୀ । ଏହି ସମୟରେ ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ଶନିବାର କୋରୋନା ଭୂତାଣୁ ଯୋଗୁଁ କୌଣସି ମୃତ୍ୟୁ ହୋଇନାହିଁ । କିମ୍ବା କୌଣସି ନୂଆ ମାମଲା ସାମ୍ନାକୁ ଆସି ନାହିଁ । ୱୁହାନରେ ୧୧ ଜଣ କୋରୋନୋ ଭାଇରସ ରୋଗୀ ସୁସ୍ଥ ହେବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।
ହୁବେଇରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୮,୧୨୮ଟି କୋରୋନା ପଜିଟିଭ ମାମଲା ଥିବାର ପୃଷ୍ଟି ହୋଇସାରିଛି । କେବଳ ୱୁହାନ ସହରରେ ୫୦,୩୩୩ଟି ମାମଲା ସାମିଲ ରହିଥିଲା । ଚଳିତ ବର୍ଷ ଜାନୁଆରୀ ଆରମ୍ଭରୁ ହୁବେଇ ଏବଂ ୱୁହାନ କୋରୋନୋ ଭୂତାଣୁ ପ୍ରକୋପର ଶିକାର ହୋଇଥିଲେ । ଯାହାର ପରିଣାମ ନିରୀହ ଲୋକଙ୍କୁ ଭୋଗିବାକୁ ପଡୁଥିଲା ।
ଚୀନ୍ ଆନୁଷ୍ଠାନିକ ଭାବେ କହିଛି ଯେ, ଡିସେମ୍ବର ଶେଷରେ ୱୁହାନରେ କୋରୋନୋ ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଥିଲା । ଏହା ପରେ ଜାନୁୟାରୀ ୨୩ରୁ ୫୬ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏହି ପ୍ରଦେଶରେ ଲକଡାଉନ କରାଯାଇଥିଲା । ତେବେ ଆମେରିକା ଏବଂ ଅନ୍ୟ ଦେଶମାନଙ୍କ ଦ୍ୱାରା କ୍ରମାଗତ ଭାବରେ ଚାଇନାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଭୂତାଣୁ ବର୍ତ୍ତମାନ ମହାମାରୀରେ ପରିଣତ ହୋଇ ସାରା ବିଶ୍ୱରେ ବ୍ୟାପି ସାରିଛି ।