Advertisement
Article Detail0/zeeodisha/odisha682387
Zee OdishaOdisha National-Internationalପ୍ରବାସୀ ଶ୍ରମିକଙ୍କ ସ୍ଥିତିକୁ ଦେଖି କେହି ବି ରୋକି ପାରିବେ ନାହିଁ ନିଜ ଆଖିର ଲୁହ: ହାଇକୋର୍ଟ

ପ୍ରବାସୀ ଶ୍ରମିକଙ୍କ ସ୍ଥିତିକୁ ଦେଖି କେହି ବି ରୋକି ପାରିବେ ନାହିଁ ନିଜ ଆଖିର ଲୁହ: ହାଇକୋର୍ଟ

ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ସମ୍ପର୍କରେ କୋର୍ଟ କହିଛନ୍ତି ଯେ, ଗତ ଏକ ମାସ ଧରି ଗଣମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ଦୟନୀୟ ଅବସ୍ଥା ଦେଖିବା ପରେ କେହି ବି ନିଜର ଲୁହ ରୋକି ପାରିବେ ନାହିଁ । ବିଚାରପତି ଏନ କିରୁୱାକରନ ଓ ବିଚାରପତି ହେମଲତାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହା ମାନବ ବିପର୍ଯ୍ୟୟ ବ୍ୟତୀତ ଆଉ ଅନ୍ୟ କିଛି ନୁହେଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚେନ୍ନାଇ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଲାଗୁ କରାଯାଇଛି । ଆଉ ଏହି ଲକଡାଉନ୍ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ପାଦରେ ଚାଲି ଚାଲି ହଜାର ହଜାର କିଲୋମିଟର ଦୂର ନିଜ ଘରକୁ ଫେରିବାରେ ଲାଗିଛନ୍ତି ଏହି ଶ୍ରମିକମାନେ । ଏମାନଙ୍କ ମଧ୍ୟରୁ କିଏ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି ତ କିଏ ଅଧା ବାଟରେ ହିଁ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରାୟ ଦିନ ପ୍ରବାସୀ ଶ୍ରମିକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ଅନ୍ୟପଟେ ଅସହ୍ୟ ଖରାରେ ଚାଲିବାକୁ ବାଧ୍ୟ ହେଉଛନ୍ତି ଏହି ଶ୍ରମିକମାନେ । ଯାହାକୁ ଦେଖି ଯେକୌଣସି ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯିବ । ଏହି ସମସ୍ତ ଘଟଣାକୁ ଦେଖି ମାଦ୍ରାସ ହାଇକୋର୍ଟ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ସ୍ଥିତିକୁ ଦେଖି କେହି ବି ନିଜ ଲୁହକୁ ରୋକି ପାରିବେ ନାହିଁ । 

ଶନିବାର ହାଇକୋର୍ଟ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କୁ କେବଳ ମୂଳ ରାଜ୍ୟ ନୁହେଁ ବରଂ ସେମାନଙ୍କ ଧ୍ୟାନ ରଖିବା ସେହି ରାଜ୍ୟର ମଧ୍ୟ କର୍ତ୍ତବ୍ୟ, ଯେଉ ରାଜ୍ୟରେ ସେମାନେ କାମ କରନ୍ତି ।  କିନ୍ତୁ ଏହା ଘଟୁନାହିଁ । କୋଭିଡ-19 ସଙ୍କଟ ସମୟରେ ପ୍ରବାସୀ ଶ୍ରମିକ ଓ କୃଷି ଶ୍ରମିକମାନେ ବହୁ ଅବହେଳିତ ହେଉଛନ୍ତି । ମେ ୨୨ ସୁଦ୍ଧା ଏଭଳି ଶ୍ରମିକଙ୍କ ବିଷୟରେ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କୋର୍ଟ ଆଦେଶ ଦେଇଛନ୍ତି । ଯଦିଓ ସରକାର ସମାଜର ଅଧିକାଂଶ ବର୍ଗର ଯତ୍ନ ନେଇଛନ୍ତି, ତଥାପି ପ୍ରବାସୀ ଶ୍ରମିକ ଓ କୃଷି ଶ୍ରମିକମାନେ ଅବହେଳିତ ହୋଇଛନ୍ତି । ଗତ ଏକ ମାସ ମଧ୍ୟରେ ପ୍ରିଣ୍ଟ ଓ ଭିଜୁଆଲ୍ ମିଡିଆ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ସମ୍ପର୍କରେ କୋର୍ଟ କହିଛନ୍ତି ଯେ, ଗତ ଏକ ମାସ ଧରି ଗଣମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ଦୟନୀୟ ଅବସ୍ଥା ଦେଖିବା ପରେ କେହି ବି ନିଜର ଲୁହ ରୋକି ପାରିବେ ନାହିଁ । ବିଚାରପତି ଏନ କିରୁୱାକରନ ଓ ବିଚାରପତି ହେମଲତାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହା ମାନବ ବିପର୍ଯ୍ୟୟ ବ୍ୟତୀତ ଆଉ ଅନ୍ୟ କିଛି ନୁହେଁ ।

Add Zee News as a Preferred Source

ଆଇନଜୀବୀ ସୂର୍ଯ୍ୟପ୍ରକାଶମଙ୍କ ବନ୍ଦୀ ପ୍ରତ୍ୟେକ୍ଷୀକରଣ ଆବେଦନ ଉପରେ  ଶୁଣିବାବେଳେ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି । ଯାଚିକାରେ ଅନୁରୋଧ କରାଯାଇଛି ଯେ ଇଲିୟାରାଜା ଓ ୪୦୦ ଲୋକଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଜାରି କରାଯାଉ । ଯେଉଁମାନଙ୍କୁ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ଦ୍ୱାରା କଥିତ ଭାବେ ବେଆଇନ ଭାବେ ଗିରଫ ହୋଇଥିବା ଅଭିଯୋଗ ହୋଇଛି ।

About the Author